ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ। କେବେ ଘର ଭାଙ୍ଗି ମାଟିରେ ମିଶାଇ ଦେଉଛି ତ ପୁଣି କେବେ ଉଜାଡ଼ୁଛି ବାଡ଼ିବଗିଚା। ଜଙ୍ଗଲ ନିକଟ ଗ୍ରାମରେ ଏପରି ହାତୀ ଉପଦ୍ରବ ଲୋକଙ୍କ ପାଇଁ ଆତଙ୍କର କାରଣ ହୋଇଥିବା ବେଳେ ବନ ବିଭାଗର ଚିନ୍ତା ମଧ୍ୟ ବଢ଼ାଇ ଦେଇଛି। ତେବେ ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ଗଜରାଜଙ୍କ ଆତଙ୍କ ରୋକିବାକୁ ଆରମ୍ଭ ହେବାକୁ ଯାଉଛି ‘ଗଜବନ୍ଧୁ’ ଯୋଜନା। ଜୁଲାଇରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ଯୋଜନା ହାତୀ ସହ ମୁହଁ। ମୁହିଁରୁ ମଣିଷକୁ ରକ୍ଷା କରିବା ସହ ଫସଲ କ୍ଷୟକ୍ଷତିକୁ ମଧ୍ୟ ହ୍ରାସ କରିପାରିବ ବୋଲି ବନ ବିଭାଗ ଆଶାବ୍ୟକ୍ତ କରିଛି।
ଅନୁଗୋଳ ବନଖଣ୍ଡ ଅଧୀନରେ ଥିବା ୬ଟି ରେଞ୍ଜରେ ହାତୀକୁ ନେଇ ସର୍ବଦା ଆତଙ୍କ ଲାଗି ରହିଛି। ୨୦୧୮-୧୯ରେ ବନଖଣ୍ଡର ଛେଣ୍ଡିପଦା, ବନ୍ତଳା, କଣିହଁା, ତାଳଚେର, ଦୁର୍ଗାପୁର ଓ ପୁରୁଣାଗଡ଼ ଅଞ୍ଚଳରେ ୩୩ଟି ଘରକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ୫୧ଟି ଘର ଆଂଶିକ ଭାବେ ନଷ୍ଟ ହୋଇଛି। ସେହିପରି ୭ ହଜାର ୩୨୫ ଚାଷୀଙ୍କ ୧୫୭୬.୬୯ ଏକର ଜମିରେ ଫସଲ ଉଜୁଡ଼ି ଯାଇଛି। ଏହି ସମୟ ମଧ୍ୟରେ ୪ ଜଣ ମଣିଷଙ୍କ ଜୀବନ ମଧ୍ୟ ଯାଇଛି। କେବଳ ଛେଣ୍ଡିପଦା ରେଞ୍ଜରେ ୬ଟି ଘର ସମ୍ପୂର୍ଣ୍ଣ ଓ ୩୮ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୪୧୬.୬୮୮ ଏକର ଜମିରେ ଚାଷ ନଷ୍ଟ ହୋଇଛି। ବନ୍ତଳା ରେଞ୍ଜରେ ୪୬୬.୧୫ ଏକର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କ ଜୀବନ ଯାଇଛି। କଣିହଁା ରେଞ୍ଜରେ ୨୬୬.୨୬ ଏକର, ତାଳଚେର ରେଞ୍ଜରେ ୧୭୦.୬୧ ଏକର ଫସଲ ଦଳିଚକଟି ଦେଇଛି ହାତୀ। ତାଳଚେରରେ ୧୩ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହ ୨ ଜଣଙ୍କ ଜୀବନ ନେଇଛି। ଦୁର୍ଗାପୁର ରେଞ୍ଜରେ ୧୩ଟି ଘର ସମ୍ପୂର୍ଣ୍ଣ ଓ ୧୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୩୨.୬୫ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ପୁରୁଣାଗଡ଼ ରେଞ୍ଜରେ ଗୋଟିଏ ଘର ଭାଙ୍ଗି ଦେଇଥିବା ବେଳେ ୧୨୪.୩୩ ଏକରରେ ଫସଲ ଖାଇଦେଇଛନ୍ତି ହାତୀପଲ। ତେଣୁ ଦିନକୁ ଦିନ ବଢ଼ୁଥିବା ଗଜରାଜଙ୍କ ଏହି ଆତଙ୍କରୁ ଲୋକଙ୍କ ଧନଜୀବନ ରକ୍ଷା କରିବାକୁ ଅନୁଗୋଳ ବନଖଣ୍ଡ ପକ୍ଷରୁ ‘ଗଜବନ୍ଧୁ’ ନାମରେ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଜରିଆରେ ଲୋକମାନେ କିପରି ସଚେତନ ହୋଇ ଗଜରାଜଙ୍କ ବନ୍ଧୁ ପାଲଟିବେ ସେ ନେଇ ପ୍ରୟାସ ଆରମ୍ଭ କରାଯିବ। ଏଥିପାଇଁ ବନଖଣ୍ଡ ପକ୍ଷରୁ ଗାଁ ଗାଁ ବୁଲି ଲୋକମାନଙ୍କୁ ପ୍ରଥମେ ସଚେତନ କରାଯିବ। ଏହାପରେ ପ୍ରତି ଗାଁରୁ ୪ରୁ ୫ ଜଣଙ୍କୁ ବଛାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସମ୍ପୃକ୍ତ ଗଜବନ୍ଧୁମାନଙ୍କୁ ପାରିଶ୍ରମିକ ମଧ୍ୟ ଦିଆଯିବ। ହାତୀପଲ ଗାଁ ମୁହଁା ହେଲେ ଏହି ଗଜବନ୍ଧୁମାନେ ସେମାନଙ୍କୁ ଗାଁରୁ ତଡ଼ିଦେବା ସହ ଫସଲ ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଲୋକଙ୍କ ଜୀବନ ରକ୍ଷା ଦିଗରେ ସେମାନେ ସହାୟକ ହୋଇପାରିବେ। ଏପରି କି ଗଁାରେ ପଶି ହାତୀପଲ ଉପଦ୍ରବ ଆରମ୍ଭ କରିବା ମାତ୍ରେ ତୁରନ୍ତ


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri