ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଭିଯୋଗ ମୁତାବକ, ଉପଖଣ୍ଡରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଯିବା ପାଇଁ ପ୍ରଥମେ ରେଙ୍ଗାଳି ଗ୍ରୀଡ଼ରୁ ସଂଯୋଗ ଦିଆଯାଇଥିଲା। ପରେ ୨୦୧୦ରେ ଦେବଗଡ଼ ଜିଲା ବାରକୋଟ ଗ୍ରୀଡ଼ରୁ ସଂଯୋଗ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଗୋଟିଏ ଗ୍ରୀଡ଼ରେ ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ଅନ୍ୟ ଗ୍ରୀଡ଼ରୁ ଉପଭୋକ୍ତଙ୍କୁ ସେବା ଯୋଗାଇ ଦିଆଯାଇପାରିବ। କିନ୍ତୁ ସ୍ଥାନୀୟ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ଦୀର୍ଘଦିନରୁ ରେଙ୍ଗାଳି ଗ୍ରୀଡ଼ର ସଂଯୋଗ ଖରାପ ହୋଇପଡ଼ିଥିବା ଅଞ୍ଚଳବାସୀ କହିଛନ୍ତି। ଫଳରେ ବାରକୋଟ ଗ୍ରୀଡ଼ରୁ ବର୍ତ୍ତମାନ ଅଞ୍ଚଳବାସୀ ସେବା ପାଉଛନ୍ତି। ଏହି ଗ୍ରୀଡ଼ରେ କୌଣସି ସମସ୍ୟା ଦେଖାଗଲେ ସମଗ୍ର ଅଞ୍ଚଳ ଅନ୍ଧକାର ହୋଇପଡ଼ଛି। ସେହିପରି ଉପଖଣ୍ଡରେ ଦୁଇ ଦୁଇଟି ଚିକିତ୍ସାଳୟ ଥିବାବେଳେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ସଦର ମହାକୁମାରେ ପାଇପ ଜଳ ଯୋଗାଣଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ପାଲଲହଡ଼ା ଉପଖଣ୍ଡ ବିଦ୍ୟୁତ୍‌ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ ନଂ. ୯୪୩୭୦୦୮୦୧୬ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରିନାହିଁ । ବିଧାୟକ ମୁକେଶ କୁମାର ପାଲ କହିଛନ୍ତି, ଏ ନେଇ ବିଦ୍ୟୁତ୍‌ ବିଭାଗକୁ ତାଗିଦ କରାଯାଇଛି। ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri