୯ ଦିନ ପରେ ୨ ପଜିଟିଭ୍‌ ଚିହ୍ନଟ

ଅନୁଗୋଳ ଅଫିସ, ୨୦।୫ – ଅନୁଗୋଳ ଜିଲାରେ ୯ଦିନ ପରେ ପୁଣି ୨ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି । କରୋନା ସଂକ୍ରମିତ ସୁରଟ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଜିଲାରେ ଗତ ୧୦ ତାରିଖରେ ଏକାଥରକେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ପୁଣି ଦୁଇ ଜଣ ଆକ୍ରାନ୍ତ ବାହାରିବା ପରେ ଚିନ୍ତା ବଢିଛି।
ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସୂଚନା ମୁତାବକ, ଅନୁଗୋଳ ବ୍ଲକର ୨୨ ବର୍ଷୀୟ ଯୁବକ ଜଣକ ଗତ ୧୦ ତାରିଖରେ ଏବଂ ତାଳଚେର ଅଞ୍ଚଳର ୨୯ ବର୍ଷୀୟ ଯୁବକ ଗତ ୧୩ ତାରିଖରେ ସୁରଟରୁ ଅନୁଗୋଳ ଆସିଥିଲେ। ଉଭୟେ ଅନୁଗୋଳ ବ୍ଲକରେ ହୋଇଥିବା ପୃଥକ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିଲା। ନମୁନା ପରୀକ୍ଷା ପରେ ଉଭୟେ କରୋନା ପଜିଟିଭ ବୋଲି ରିପୋର୍ଟ ଆସିଥିଲା। ସେମାନଙ୍କୁ ତାଳଚେର କୋଭିଡ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଦୁଇଟି କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ସାନିଟାଇଜ କରାଯାଇଥିବା ଜିଲାପାଳ କହିଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ ପକ୍ଷରୁ ଏ ବାବଦରେ ତ୍ୱରିତ ସୂଚନା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
ଏ ନେଇ ଅନୁଗୋଳ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ କହିଛନ୍ତି, ସୋସିଆଲ ସାଇଟ୍‌ ଅପ୍‌ଡେଟ୍‌ ହେଉଛି। ଅଫିସିଆଲ ସାଇଟ୍‌ ହ୍ୟାଣ୍ଡେଲ କରୁଥିବା ଆସିଷ୍ଟାଣ୍ଟ କଲେକ୍ଟର ଏ ନେଇ ସୂଚନା ଦେଉଛନ୍ତି। ଯଦି କରାଯାଇ ନ ଥିବ ତେବେ ଅପ୍‌ଡେଟ କରିବାକୁ କୁହାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପର୍କ ହୋଇ ନ ପାରିବାରୁ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାରଠାରୁ ଖୁଦୁରୁକୁଣୀ ଓଷା: ଭାଇର ଶୁଭ ମନାସି ମା’ ମଙ୍ଗଳାଙ୍କୁ ପୂଜା କରିବେ ଭଉଣୀ

କେନ୍ଦୁଝର.୧୭।୮(ସ୍ବ.ପ୍ର.): ରବିବାରଠାରୁ ଆରମ୍ଭ ହେଉଛି ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା। ଭାଇର ଶୁଭ ମନାସି ଭଉଣୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରି ବ୍ରତ ରଖିଥାନ୍ତି। ଏ...

ପୂରଣ ହେଉନି ୧୬ ବର୍ଷର ‘ସୁରେଶ୍ୱରୀ’ ଆଶା

ବଇଣ୍ଡା, ୧ା୮ – ୨୦୦୪ରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପର ଭୂମିପୂଜା ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୬ ପଞ୍ଚାୟତର ଚାଷୀଙ୍କ ମନରେ ନୂଆ ଆଶା...

କରଞ୍ଜିଆରେ ବିଜେଡି ଓ ଯଶିପୁରରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ପରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୬୭୨ ଭୋଟରେ ଆଗୁଆ ଅଛନ୍ତି। ବିଜେଡି...

ବୋଲ୍‌ବମ୍‌ ଧ୍ୱନୀରେ କମ୍ପିଲା ତାରେଶ୍ୱରଦେବ ପୀଠ

ବୋଲଗଡ଼,୨୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱରଦେବଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କାଉଡ଼ିଆ ଜଳଲାଗି...

ମହିମା ସେତୁ ନାମରେ ନାମିତ ହେଲା ବ୍ରାହ୍ମଣୀ ଉପରେ ନିର୍ମିତ ସେତୁ

ଢେଙ୍କାନାଳ ଅଫିସ,୨୯ା୫: ସୋମବାର ମଧ୍ୟାହ୍ନରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଯୋରନ୍ଦା ମହିମା ପୀଠରେ ପହଞ୍ଚିଥିଲେ। ହେଲିକପ୍ଟର ଯୋଗେ ଯୋରନ୍ଦା ହାଇ ସ୍କୁଲ ପଡ଼ିଆରେ ଅବତରଣ...

ପାଣିରେ ବୁଡ଼ିି ଜୀବନ ଗଲା

ଖଇରା, ୨୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ...

ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ପଦକ୍ଷେପ ନେଉନି ପ୍ରଶାସନ

ପୁରୀ ଅଫିସ, ୧୩ା୧: ଭଙ୍ଗା ରତ୍ନପଲଙ୍କରେ ମହାପ୍ରଭୁଙ୍କ ଶୟନ ନୀତି ହେଉଛି। ରତ୍ନପଲଙ୍କ ଦୁର୍ବଳ ହୋଇ ପଡ଼ିଥିବାବେଳେ ଏହାର ଗୋଡ଼ ଦୋହଲୁଛି। ରୁପା କାରୁକାର୍ଯ୍ୟ ନଷ୍ଟ...

୫ ଫୁଟ୍‌ର ନାଗ ଉଦ୍ଧାର

ଚୌଦ୍ୱାର,୧୦।୫(ଡି.ଏନ.ଏ.)-ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଗୁପ୍ତେଶର ସାହି ସ୍ଥିତ ସନାତନ ଜେନାଙ୍କ ଘରୁ ରବିବାର ଏକ ୫ଫୁଟର ନାଗସାପ ଉଦ୍ଧାର କରାଯାଇଛି। ସାପଟି ସନାତନଙ୍କ...

Advertisement
Archives

Model This Week