୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ ଏଥିରେ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିଥିଲା। ସର୍ଭରକୁ ପ୍ରାୟ ୯ଟାରେ ଠିକ୍‌ କରାଯାଇଛି ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ତେବେ ଏହି କାରଣରୁ ଦିନର ଅବଶିଷ୍ଟ ଫ୍ଲାଇଟ ଚାଲିବାରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ଯାହାର ନୂଆ ସିଡ୍ୟୁଲ୍‌ ଜାରି କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶନିବାର ରାତି ସାଢ଼େ ୮ ଟା ଯାଏ ଉଡ଼ାଣ ପ୍ରଭାବିତ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସେସ ସିଷ୍ଟମ ଶନିବାର ପ୍ରତ୍ୟୁଷ ସାଢ଼େ ୩ଟାରେ ଖରାପ ହୋଇଯାଇଥିଲା।

ସର୍ଭର ଅଚଳ କାରଣରୁ ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଜାରି କରାଯାଇପାରି ନ ଥିଲା। ଫଳରେ ଉଡ଼ାଣ ପ୍ରଭାବିତ ହୋଇଥିଲା। ଲୋହାନୀ କହିଛନ୍ତି ଯେ, ସୋସିଆଲ ମିଡିଆ ଏବଂ କଲ୍‌ ସେଣ୍ଟର ଜରିଆରେ ପ୍ରଭାବିତ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। ତେବେ ଯାତ୍ରୀଙ୍କ ସଂଖ୍ୟା ଅତ୍ୟଧିକ ହେବା କାରଣରୁ କଲ୍‌ ସେଣ୍ଟର ସମସ୍ତ ଯାତ୍ରୀଙ୍କୁ ସୂଚନା ଦେବାରେ ବିଫଳ ହୋଇଛି। ବିମାନରେ ଯାଇ ପାରୁ ନ ଥିବା ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କୁ ଅନ୍ୟ ଏୟାରଲାଇନ ଜରିଆରେ ସିଫ୍‌ଟ କରାଯାଇଛି।

ତେବେ ସର୍ଭର ସାମୟିକ ଅଚଳ ହେବାର କାରଣ ଯାଞ୍ଚ କରାଯାଉଛି ବୋଲି ଲୋହାନୀ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆ ଏସ୍‌ଆଇଟିଏ କମ୍ପାନୀର ପାସେଞ୍ଜର ସର୍ଭିସେସ୍‌ ସିଷ୍ଟମ ବ୍ୟବହାର କରିଥାଏ। ଦେଶରେ କାର୍ଯ୍ୟରତ ଅନ୍ୟ କୌଣସି ଏୟାରଲାଇନ୍ସ ଏହି ସିଷ୍ଟମ ବ୍ୟବହାର କରନ୍ତି ନାହିଁ। ଗତବର୍ଷ ଜୁନ୍‌ ୨୩ରେ ଏୟାର ଇଣ୍ଡିଆର ଚେକ୍‌ ଇନ୍‌ ସଫ୍ଟଓ୍ବେୟାରରେ ଏଭଳି ପ୍ରଯୁକ୍ତିଗତ ତ୍ରୁଟି ଦେଖାଯାଇଥିଲା। ଏହାଦ୍ୱାରା ୨୫ ଘରୋଇ ଉଡ଼ାଣ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଟାଟା ଗ୍ରୁପ୍‌ର ଶେୟାର ଧରାଶାୟୀ, ଗୋଟିଏ ପରେ ଗୋଟିଏ…

ଗୁଜରାଟ,୧୨।୬: ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।...

UPI ପେମେଣ୍ଟ ଉପରେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ କି? ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୬: ଅର୍ଥ ମନ୍ତ୍ରଣାଳୟ ବଡ଼ UPI କାରବାର ଉପରେ MDR ଚାର୍ଜ ଲାଗୁ କରିବାର ରିପୋର୍ଟକୁ ମିଥ୍ୟା ଏବଂ ଭ୍ରାମକ ବୋଲି କହିଛି। ଅନଲାଇନରେ କରାଯାଉଥିବା...

ଭାରତରେ ଅଛନ୍ତି ୮୫,୦୦୦ ରୁ ଅଧିକ କୋଟିପତି, ବିଶ୍ୱରେ ବାଜିଲା ଭାରତର ବିଗୁଲ୍

ନୂଆଦିଲ୍ଲୀ,୧୧।୬: ନାଇଟ୍ ଫ୍ରାଙ୍କ ଗ୍ଲୋବାଲ୍ ୱେଲଥ୍ ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ତମ କୋଟିପତି ବ୍ୟକ୍ତିଙ୍କ (HNWIs) କେନ୍ଦ୍ର ଭାବେ ଉଭା ହୋଇଛି।...

ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍ଲୀ,୧୦।୬: ଭାରତ ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା...

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୧୦।୬: ସାରା ଦେଶରେ ବିବାହ ଓ ଶୁଭ କାର୍ଯ୍ୟ ଜାରି ରହିଥିଲା ବେଳେ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରୁପା ଓ ସୁନା ଦର...

ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋର୍ଟ

ନୂଆଦିଲ୍ଲୀ,୮ା୬: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ନିର୍ମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ,...

HDFC ବ୍ୟାଙ୍କ ସିଇଓଙ୍କୁ ସସ୍‌ପେଣ୍ଡ କରିବାକୁ ଦାବି, ୨୫ କୋଟି ଟଙ୍କା ହଡ଼ପ ଅଭିଯୋଗ

ନୂଆଦିଲ୍ଲୀ,୮।୬: ଲୀଳାବତୀ ହସ୍ପିଟାଲ ଟ୍ରଷ୍ଟ ଆର୍ଥିକ ଠକେଇ ପାଇଁ HDFC ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାଙ୍କ ବିରୋଧରେ ଜଣେ...

ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍‌ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍‌ଭାଇଜରି…

ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri