୨୩୪୮କୋଟି ଜାଲିଆତି ମାମଲା: ଭୂଷଣ ଷ୍ଟିଲ ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି

ନୂଆଦିଲ୍ଲୀ,୨୫-୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଜାଲିଆତି ମାମଲାରେ ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ୍‌ ଲିମିଟେଡର ଅଧ୍ୟକ୍ଷ ସଞ୍ଜୟ ସିଂଘଲ ଏବଂ ତାଙ୍କ ସ୍ତ୍ରୀ ଆରତୀ ସିଂଘଲଙ୍କ ବିରୋଧରେ ଲୁକ୍‌ଆଉଟ ସର୍କୁଲାର ଜାରି କରିଛି। ଆରତୀ କମ୍ପାନୀର ଉପାଧ୍ୟକ୍ଷ ରହିଛନ୍ତି। କର୍ତ୍ତୃପକ୍ଷ ତଥା ଯାଞ୍ଚ ଏଜେନ୍ସିଙ୍କ ଅନୁମତି ବିନା ସେମାନେ ଯେପରି ଦେଶରୁ ପଳାୟନ କରି ନ ପାରିବେ ସେଥିନେଇ ସିବିଆଇ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ ଯେ, କୌଣସି ବ୍ୟକ୍ତି ଉପରେ ନଜର ରଖିବା ପାଇଁ ଲୁକ୍‌ ଆଉଟ ସର୍କୁଲାର ଜାରି କରାଯାଇଥାଏ। ଏହାଦ୍ୱାରା ଦେଶର ସମସ୍ତ ବିମାନ ବନ୍ଦର ତଥା ଦେଶର ପ୍ରବେଶ-ପ୍ରସ୍ଥାନ ସ୍ଥାନରେ କର୍ତ୍ତବ୍ୟରତ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ବାଧ୍ୟ ରହିଥାଏ। ସିଂଘଲ ଦମ୍ପତ୍ତି ବିଦେଶକୁ ପଳାୟନ କରିବାକୁ ଉଦ୍ୟମ କଲେ ସେମାନେ ଏ ସମ୍ପର୍କରେ ସିବିଆଇକୁ ଜଣାଇବେ। ପୂର୍ବରୁ ୨୩୪୮ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଜାଲିଆତି ମାମଲାରେ ସିବିଆଇ ଚଳିତ ମାସ ୬ରେ କମ୍ପାନୀ ସହ ଜଡ଼ିତ ୧୮ ସ୍ଥାନରେ ଚଢ଼ାଉ କରିଥିଲା। କମ୍ପାନୀ, ଏହାର ନିର୍ଦ୍ଦେଶକ, ପ୍ରମୋଟରଙ୍କ ଦିଲ୍ଲୀ-ଏନ୍‌ସିଆର୍‌, ଚଣ୍ଡିଗଡ଼ ଏବଂ କୋଲକାତା ସମେତ କେତେକ ସହରରେ ଥିବା କାର୍ଯ୍ୟାଳୟ ଏବଂ ବାସସ୍ଥାନରେ ଚଢ଼ାଉ ହୋଇଥିଲା। ଯାଞ୍ଚ ଏଜେନ୍ସି ପକ୍ଷରୁ ପୂର୍ବରୁ ସଞ୍ଜୟ ସିଂଘଲ, ଆରତୀ ସିଂଘଲ,କମ୍ପାନୀ ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚନ୍ଦ ବର୍ମା, ରବିନ୍ଦର କୁମାର ଗୁପ୍ତା, ରିତେଶ କପୁର ଏବଂ ଅନ୍ୟ ଅଜ୍ଞାତ ଅଧିକାରୀ/କର୍ମଚାରୀଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉକ୍ତ କମ୍ପାନୀ ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ୪୭,୨୦୪ କୋଟି ଟଙ୍କା ଋଣ ନେଇଥିଲା। କିନ୍ତୁ ଏହାକୁ ପରିଶୋଧ  ନ କରି କମ୍ପାନୀ ଏହାକୁ ଅପ୍ରାପ୍ୟ ଋଣ ଭାବେ ଦର୍ଶାଇବାରୁ ବ୍ୟାଙ୍କଗୁଡ଼ିକ ପ୍ରାୟ ୨୩୪୮ କୋଟି ଟଙ୍କା କ୍ଷତି ସହିଛନ୍ତି ବୋଲି ସିବିଆଇ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟକର ରିଟର୍ନରେ ଆସିବ ଗୋଟିଏ ଫର୍ମ

ନୂଆଦିଲ୍ଲୀ,୨ା୧୧: ଆୟକର ରିଟର୍ନ ଫାଇଲ କରିବା ପ୍ରକ୍ରିୟାକୁ ଆହୁରି ଅଧିକ ସରଳ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧୀନ ଆୟକର ବିଭାଗ ପକ୍ଷରୁ...

ଦୃଢ଼ ଇକୋସିଷ୍ଟମ୍‌ ଗଠନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧।୪: ଦେଶର ପ୍ରମୁଖ ଫିନ୍‌ଟେକ୍‌ କମ୍ପାନୀ ଭାରତପେ ଗ୍ରୁପ୍‌ ଏବଂ ମହିଳା ଉଦ୍ୟୋଗୀ ପ୍ଲାଟ୍‌ଫର୍ମ (ଡବ୍ଲ୍ୟୁଇପି) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ସ୍ଥାପନ କରାଯାଇଥିବା ଉଭୟ...

 ରେକର୍ଡ ଭାଙ୍ଗିଲା ଡିଜେଲ: ୧୫ ଦିନ ହେଲା ବଢୁଛି ତେଲ ଦର

ନୂଆଦିଲ୍ଲୀ,୨୧।୬: ରବିବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୬୦ ପଇସା ବୃଦ୍ଧି ପାଇଛି। ଫଳରେ ଗତ ୨ବର୍ଷ ମଧ୍ୟରେ...

ପିସିଏରୁ ବାହାରିବ ୟୁକୋ ବ୍ୟାଙ୍କ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଗତବର୍ଷ ମାର୍ଚ୍ଚ ତ୍ରୈମାସଠାରୁ ଏହାର ପରିଚାଳନାଗତ ଲାଭରେ ଅଭିବୃଦ୍ଧି ହାସଲ କରୁଛି। ପରିଚଳନାରେ ଉନ୍ନତି ଆଣିବା ଲାଗି ଅନାଦାୟ...

କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ

ନୂଆଦିଲ୍ଲୀ: ସୋମବାର ଜିଏସ୍‌ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍‌ଟି କ୍ଷତିପୂରଣ ଭରଣା କରିବା ଲାଗି...

ବଢ଼ୁଛି ଭାରତୀୟଙ୍କ ଋଣ ବୋଝ

ନୂଆଦିଲ୍ଲୀ,୧୭-୯: ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ସଞ୍ଚୟ କମିବାରେ ଲାଗିଛି। ଫଳରେ ୨୦୧୮ ସୁଦ୍ଧା ୫ ବର୍ଷରେ ଲୋକଙ୍କ ଉପରେ ଋଣ ବୋଝ ୫୮% ବୃଦ୍ଧି...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ୩ ଭାରତୀୟ

ନ୍ୟୁୟର୍କ,୩୦-୧୦: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ୩ ଭାରତ ଜନ୍ମିତ ବ୍ୟକ୍ତି ସାମିଲ ହୋଇଛନ୍ତି। ହାଭାର୍ଡ ବିଜନେସ ରିଭ୍ୟୁ(ଏଚ୍‌ବିଆର୍‌) ପକ୍ଷରୁ ପ୍ରକାଶିତ ‘ଦି...

ଆପଟେକ୍‌ ଏମଡି ଅନିଲ ପନ୍ତଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୬।୮: କମ୍ପ୍ୟୁଟର କମ୍ପାନୀ ଆପ୍‌ଟେକ୍‌ର ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ। ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏନେଇ ସୂଚନା ଦେଇଛି। ଆପଟେକ୍‌ ନିଜର ବିବୃତ୍ତି...

Advertisement
Archives

Model This Week