ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ବ୍ଲକ ବଡ ବରଗାଁରେ ଦୀର୍ଘଦିନ ହେଲା ପାନୀୟ ଜଳର ସଙ୍କଟ ଦେଖାଦେଇଛି। ଲୋକେ ପୋଖରୀ ପାଣିପିଇ ରୋଗାକ୍ରାନ୍ତ ହେଉଛନ୍ତି। ସମସ୍ୟା ସମାଧାନ ପାଇଁ ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କଠାରେ ଦାବି କରି ଆସୁଥିଲେ କୌଣସି ସୁଫଳ ମିଳୁନାହିଁ। ତେଣୁ ସେମାବାର ଗ୍ରାମବାସୀ ଆଛୁଲି ଛକରୁ କୋଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ମହିଳା ମାନେ ହାଣ୍ଡି, ମାଠିଆ ଧରି ରାସ୍ତା ଉପରେ ବସିରହିଥିଲେ। ଫଳରେ ସକାଳ ୮ ଟାରୁ ୧୧ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାନବାହନ ଅଟକି ରହିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲେ। ସ୍ଥାନୀୟ ପୋଲିସ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ ଲୋକେ ରାସ୍ତାରୁ ହଟିନଥିଲେ। ପରେ ବିଡିଓ ସତ୍ୟସୁନ୍ଦର ରାଉତ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏସ୍‌ ଶ୍ରୀନିବାସ ରାଓ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ମହିଳାମାନେ ଘେରିଯାଇ ଜଳ ଯୋଗାଇଦେବା ଲାଗି ଦାବି କରିଥିଲେ। ବିଡିଓ ଗ୍ରାମବାସୀଙ୍କୁ ୪ରୁ ୫ ମାସ ମଧ୍ୟରେ ଜଳ ଯୋଗାଣ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ବଡ ବରଗାଁ ଓ ବେଲୁଆଗଁ।ରେ ଲୋକଙ୍କ ପାଇଁ ଦୈନିକ ୪ ଲକ୍ଷ ଲିଟର ପାଣିର ଆବଶ୍ୟକତା ରହିଛି। ସରକାରଙ୍କ ପକ୍ଷରୁ ୧୮ ଲକ୍ଷ ଟଙ୍କା ବ୍ୟୟରେ ୫ବର୍ଷ ତଳେ ଓଭରହେଡ୍‌ ପାଣିଟାଙ୍କି ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ସମ୍ପୂର୍ଣ୍ଣ ହୋଇ ନାହିଁ। ଗଁ।ନଳକୂପରୁ ଖାରି ପାଣି ବାହାରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାର ପାଣିଟାଙ୍କି ନିର୍ମାଣ କରୁଥିବା ବେଳେ ତାଙ୍କର ବହୁତ ଜିନିଷ ଚୋରି ହୋଇଯାଇଥିବାରୁ ସେ କାମ ଅଧାରୁ ବନ୍ଦ କରି ଚାଲିଯାଇଥିଲେ ବୋଲି କହିଛନ୍ତି। ତେଣୁ ଦୀର୍ଘ ଦିନ ହେଲା ଅଧା ପନ୍ତରିଆ ହୋଇ ପଡିରହିଛି। ଗଁ।ରେ ଖାରି ପାଣି ବାହାରୁଥିବାରୁ ବୋର ଖୋଳା କାମକୁ ବନ୍ଦ କରି ଦିଆଯାଇଛି। ନିକଟସ୍ଥ ଗ୍ରାମରେ ଜାଗା ଚିହ୍ନଟ କରି ବୋର୍‌ ଖୋଳି ଶୀଘ୍ର ପାନୀୟ ଜଳ ଯୋଗାଣର ବ୍ୟବସ୍ଥାର କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା

ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା...

କଳା ଟଙ୍କାରେ ଭୋଟ କିଣିବା ଥିଲା ଯୋଜନା: ଭାଜପା ନେତା

ଛତ୍ରପୁର,୧୧।୧୨(ସନ୍ତୋଷ ପାଢ଼ୀ ): କେନ୍ଦ୍ରୀୟ ଆୟକର ବିଭାଗ ଓଡ଼ିଶାରେ ଜବତ କରିଥିବା କଳା ଟଙ୍କାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଯେଉଁଭଳି ଭାବେ ଓଡ଼ିଶାରେ ବିଜେଡି...

ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍‌ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ...

ଡାକ୍ତର ନାହାନ୍ତି, ରୋଗୀ ସେବା ବିପର୍ଯ୍ୟସ୍ତ

ବୁଗୁଡ଼ା,୧୧ା୧୨(କାଳି ଚରଣ ଦାଶ): ସରକାର ସ୍ବାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ବୁଗୁଡ଼ା ବ୍ଲକରେ ରୋଗୀ ସେବା...

ଲିଚୁ, କାଜୁ ଚାଷ ନଷ୍ଟ ଆଶଙ୍କା, ଚିନ୍ତାରେ ଚାଷୀ

ଖଜୁରିପଡ଼ା,୧୧ା୧୨(ବିଦୁର ବେହେରା): କୃଷି କଲେ ଉନ୍ନତ ସକଳ ଉନ୍ନତର ନାରା ଦେଇ ସରକାର ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା, ଲକ୍ଷାଧିକ ଟଙ୍କା ଖର୍ଚ୍ଚ...

୨ ବାଇକ ମୁହାଁମୁହିଁ, ଜଣେ ମୃତ

ଛତ୍ରପୁର ,୧୦ା୧୨ (ଦିଲ୍ଲୀପ ସାମଲ ): ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକଠାରେ ଶନିବାର ୧୬ ନମ୍ବର ଜାତୀୟ ରାଜପଥରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା...

ସଂଘବଦ୍ଧ ଆକ୍ରମଣରେ ଭାରତୀୟ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଛତ୍ରପୁର,୯ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁର ଛକଠାରେ ଭାରତୀୟ ସେନା କର୍ମଚାରୀ ଜେ. ଡିଲେଶ୍ୱର ପାତ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଘଟଣାରେ...

ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ

ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri