ସେନସେକ୍ସ, ନିଫ୍ଟିରେ ନୂଆ ରେକର୍ଡ

ମୁମ୍ବାଇ,୧୭-୪: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ନିବେଶକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ଉଭୟ ସେନସେକ୍ସ ଓ ନିଫ୍ଟିରେ ନୂଆ ରେକର୍ଡ ହୋଇପାରିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ବିଶିଷ୍ଟ ସୂଚକାଙ୍କ ୩୯,୩୬୪.୩୪ର ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚତ୍ଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ର ୫୦ ଶେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ମଧ୍ୟ ଇତିହାସରେ ପ୍ରଥମ ଥର ୧୧,୮୦୦ ସ୍ତର ଛୁଇଁଛି। ସେନସେକ୍ସ ୩୬୯.୦ ପଏଣ୍ଟ ସହିତ ୩୯,୨୭୫.୬୪ରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୯୬.୮୦ ପଏଣ୍ଟ ବୃଦ୍ଧି ସହ ୧୧,୭୮୭.୧୫ରେ ବନ୍ଦ ହୋଇଥିଲା। ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେନ୍ଦ୍ରରେ ପୁନର୍ବାର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଫେରୁଥିବା ମନେ କରି ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି କରିଥିବାରୁ ଏବଂ ବାଣିଜ୍ୟ ତଥ୍ୟ ସକାରାମତ୍କ ରହିବା କାରଣରୁ ଷ୍ଟକ ବଜାର ପ୍ରତି ଘରୋଇ ଓ ବିଦେଶୀ ନିବେଶକଙ୍କ ଆଗ୍ରହ ବେଶ ବଢ଼ିଥିବା ଦେଖାଯାଇଛି, ଯାହାର ପ୍ରତିଫଳନ ମଙ୍ଗଳବାର ଷ୍ଟକ୍‌ ବଜାରରେ ଦୃଷ୍ଟିଗୋଚର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ିର ଚାଲାଣ କାଟିଦେଲା କି କ୍ୟାମେରା? ଘରେ ବସି ଏଭଳି କରିପାରିବେ ଯାଞ୍ଚ… 

ନୂଆଦିଲ୍ଲୀ,୧୬।୫: ଆଜିକାଲି ସବୁକିଛି ଡିଜିଟାଲ ହୋଇଗଲାଣି। ଟ୍ରାଫିକ ଚାଲାଣ ମଧ୍ୟ ଅନ୍‌ଲାଇନ୍‌ରେ ଆସୁଛି। ରାସ୍ତାରେ ଲାଗିଥିବା ହାଇଟେକ କ୍ୟାମେରାଗୁଡ଼ିକ କେତେବେଳେ ଗାଡ଼ିର ଫଟୋ ଉଠାଇ ଦିଅନ୍ତି ...

ବିଶ୍ୱର “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ” ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି: ଜାତିସଂଘ

ନୂଆଦିଲ୍ଲୀ,୧୬।୫: ଜାତିସଂଘର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତି ଏକ “ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ”ରେ ରହିଥିବା ବେଳେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

IMF, ବିଶ୍ୱ ବ୍ୟାଙ୍କ ଓ ମୂଡିଜ୍‌ର ଭବିଷ୍ୟବାଣୀ: ପାକିସ୍ତାନ-ତୁର୍କୀ ମିଶିଲେ ମଧ୍ୟ ଭାରତ ସହ ମୁକାବିଲା କରିପାରିବେ ନାହିଁ

ନୂଆଦିଲ୍ଲୀ,୧୪।୫: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF), ବିଶ୍ୱ ବ୍ୟାଙ୍କ ଏବଂ ମୂଡିଜ୍‌ ପରି ସଂସ୍ଥାଗୁଡ଼ିକ ଭାରତର ଅଭିବୃଦ୍ଧିକୁ ନେଇ ସବୁବେଳେ ଅନୁକୂଳ ଭବିଷ୍ୟବାଣୀ କରିଛନ୍ତି, କିନ୍ତୁ...

୧୩ ମାସର ସର୍ବନିମ୍ନ ସ୍ତରରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୪।୫: ଭାରତର ପାଇକାରୀ ମୁଦ୍ରାସ୍ଫୀତି (Wholesale Price Index – WPI) ଏପ୍ରିଲ ୨୦୨୫ରେ ୧୩ ମାସର ସର୍ବନିମ୍ନ ସ୍ତର ୦.୮୫%ରେ ପହଞ୍ଚିଛି, ଯାହା ମାର୍ଚ୍ଚ...

ଭାରତରେ କୃଷି ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ: ନାବାର୍ଡ

ନୂଆଦିଲ୍ଲୀ,୧୩।୫: ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୬ ବର୍ଷର ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩।୫: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୩.୧୬%କୁ ହ୍ରାସ ପାଇଛି, ଯାହା ମାର୍ଚ୍ଚ ମାସର ୩.୩୪% ତୁଳନାରେ ନୋଟୀୟ...

ଏଲ୍‌ଆଇସି କଟକ ମଣ୍ଡଳର ଭୂମିପୂଜନ ଉତ୍ସବ

ଭୁବନେଶ୍ୱର,୧୩।୫ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ ବା ଏଲ୍‌ଆଇସି କଟକ ମଣ୍ଡଳର ବହୁ ପ୍ରତୀକ୍ଷିତ ଭୂମିପୂଜନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri