ସୂର୍ଯ୍ୟକିରଣରେ ଶୀଘ୍ର ମରେ କରୋନା ଭୂତାଣୁ

ଓ୍ବାଶିଂଟନ, ୨୫ା୪: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି। ମାତ୍ର ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତିମଧ୍ୟରେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି, ସୂର୍ଯ୍ୟକିରଣ ଦ୍ୱାରା କରୋନା ଭାଇରସ୍‌ ଶୀଘ୍ର ମରିଯାଏ। ଆମେରିକାର କେତେଜଣ ବିଶେଷଜ୍ଞ ଏହି ନୂତନ ଗବେଷଣା ଆଧାରରେ ଏହା ପ୍ରକାଶ କରିଛନ୍ତି। ଏହି ଗବେଷଣାକୁ ସାର୍ବଜନୀନ କରାଯାଇ ନ ଥିବାବେଳେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ହୋମ୍‌ଲ୍ୟାଣ୍ଡ ସୁରକ୍ଷା ସଚିବଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଓ୍ବିଲିୟମ୍‌ ବ୍ରାୟନ, ହ୍ବାଇଟ୍‌ ହାଉସରେ ଖବରଦାତାଙ୍କୁ ସୂଚନାଦେଇ କହିଛନ୍ତି, ସରକାରୀ ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଭାଇରସ୍‌ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗ୍ରୀଷ୍ମରେ କରୋନା ଭାଇରସ୍‌ର ପ୍ରଭାବ କମ୍‌ ରହିବ। ଓ୍ବିଲିୟମ୍‌ ବ୍ରାୟନ ଆହୁରି ମଧ୍ୟ କହିଛନ୍ତି, ସୋଲାର ଲାଇଟ୍‌ ଭଳି ଏହା ଭାଇରସକୁ ମାରିବାର କ୍ଷମତା ରଖିଛି।
ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମିରେ ଷ୍ଟେରିଲାଇଜିଂ ପ୍ରଭାବ ରହିଛି। କାରଣ ବିକିରଣ ଭାଇରସ୍‌ର ଜେନେଟିକ୍‌ ମ୍ୟାଟେରିଆଲ ଓ ତା’ର ଦୁଇଗୁଣା କ୍ଷମତାକୁ ନଷ୍ଟ କରିଦେଇଥାଏ। ମୁଖ୍ୟ ପ୍ରଶ୍ନ ହେଉଛି, ଏହି ଗବେଷଣାରେ ବ୍ୟବହୃତ ବାଇଗଣି ରଶ୍ମିର ତୀବ୍ରତା ଓ ତରଙ୍ଗ କ’ଣ ଏବଂ ଏହା ଗ୍ରୀଷ୍ମ ଋତୁରେ ପ୍ରାକୃତିକ ଆଲୋକ ସ୍ଥିତିକୁ ଠିକ୍‌ ଭାବେ ଅନୁକରଣ କରେ କି ନାହିଁ। ଟେକ୍ସାସ ଏ ଆଣ୍ଡ ଏମ୍‌ ୟୁନିଭର୍ସିଟିର ଜୀବ ବିଜ୍ଞାନ ବିଭାଗର ବିଶେଷଜ୍ଞ ବେଞ୍ଜାମିନ ନ୍ୟୁମାନ କହିଛନ୍ତି, ସୂର୍ଯ୍ୟରଶ୍ମି ଦ୍ୱାରା କରୋନା ନିପାତ ହେବାର ପରୀକ୍ଷା କିପରି କରାଯାଇଥିଲା ଓ ଫଳାଫଳ କେଉଁ ଆଧାରରେ ନିର୍ଣ୍ଣୟ କରାଯାଇଥିଲା ତାହା ଜାଣିବା ଉଚିତ। କରୋନା ଭାଇରସ୍‌କୁ ଗଣନା କରିବାର ବିଭିନ୍ନ ଉପାୟ ରହିଛି। କିନ୍ତୁ ଏହାକୁ କେଉଁ ଦିଗରୁ ଅଧ୍ୟୟନ କରାଯାଇଛି ତାହା ଜାଣିବା ଅତି ଜରୁରୀ ବୋଲି ସେ କହିଛନ୍ତି।
ମେରିଲାଣ୍ଡ୍‌ର ନ୍ୟାଶନାଲ ବାୟୋଡିଫେନ୍ସ ଆନାଲିସିସ୍‌ ଏବଂ କାଉଣ୍ଟମେଜର ସେଣ୍ଟରରେ କରାଯାଇଥିବା ପରୀକ୍ଷଣର ପ୍ରମୁଖ ଫଳାଫଳକୁ ବ୍ରାୟନ୍‌ ଏକ ସ୍ଲାଇଡ୍‌ ମାଧ୍ୟମରେ ଦେଖାଇଥିଲେ। ଏହା ଦର୍ଶାଇଥିଲା ଯେ, ୭୦-୭୫ ଡିଗ୍ରୀ ଫାରେନହିଟ୍‌(୨୧-୨୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା)ରେ ଓ ଏହାସହ ୨୦ ପ୍ରତିଶତ ଆର୍ଦ୍ରତାରେ କରୋନା ଭାଇରସ୍‌ ୧୮ ଘଣ୍ଟାରେ ନଷ୍ଟ ହୋଇଯାଉଛି। କବାଟର ହ୍ୟାଣ୍ଡେଲ ଓ ଷ୍ଟେନ୍‌ଲେସ ଷ୍ଟିଲ୍‌ ଉପରେ ମଧ୍ୟ ଏହି ଭୂତାଣୁ ଏତିକି ସମୟ ପର୍ଯ୍ୟନ୍ତ ସକ୍ରିୟ ରୁହେ। ହେଲେ ଆର୍ଦ୍ରତା ୮୦ ପ୍ରତିଶତ ବଢ଼ିଗଲେ ମାତ୍ର ୬ ଘଣ୍ଟାରେ ଅଧା ଭାଇରସ୍‌ ନଷ୍ଟ ହୋଇଯାଇଥାଏ। ଯେତେବେଳେ ଏହା ସୂର୍ଯ୍ୟକିରଣରେ ରଖାଯାଉଛି ତେବେ ଏହା ନଷ୍ଟ ହେବାକୁ ମାତ୍ର ୨ ମିନିଟ ଲାଗୁଛି। ବ୍ରାୟନ୍‌ ଆଉ ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଗ୍ରୀଷ୍ମ ପରିବେଶରେ ସଂକ୍ରମଣ ହ୍ରାସ ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଭାଇରସ୍‌ ହ୍ରାସ ହେବାର ଅର୍ଥ ନୁହେଁ ଯେ ରୋଗ ସମ୍ପୂର୍ଣ୍ଣ ଭାବେ ବିଲୋପ ହୋଇଗଲା। ତେଣୁ ସାମାଜିକ ଦୂରତା ଭଳି ନିର୍ଦ୍ଦେଶାବଳୀ ସମ୍ପୂର୍ଣ୍ଣ ରୂପେ ଉଠାଯାଇପାରିବ ନାହିଁ। ଯଦି ଆମେ ଭାବିବା ଗ୍ରୀଷ୍ମରେ ଭାଇରସ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ତେବେ ଏହା ଆମର ଦାୟିତ୍ୱହୀନତା ହେବ ବୋଲି ବ୍ରାୟନ୍‌ କହିଛନ୍ତି।
ପୂର୍ବରୁ ମଧ୍ୟ ଏହା ଦେଖାଯାଇଛି ଯେ, ଗ୍ରୀଷ୍ମ ଓ ଆର୍ଦ୍ରତାରେ ଏହି ଭୂତାଣୁ କମ୍‌ ବଢ଼ୁଥିବା ବେଳେ ଶୀତ ଓ ଶୁଖିଲା ପାଗରେ ଏହା ଅଧିକ ବୃଦ୍ଧି ପାଇଥାଆନ୍ତି। ସେଥିପାଇଁ ଦକ୍ଷିଣ ଗୋଲାର୍ଦ୍ଧ ଦେଶରେ ଏହାର ବିସ୍ତାର ହାର କମ୍‌ ବୋଲି କୁହାଯାଏ। ଉଦାହରଣ ସ୍ବରୂପ, ଅଷ୍ଟ୍ରେଲିଆରେ ୭,୦୦୦ରୁ କମ୍‌ ସଂକ୍ରମିତ ଥିବା ବେଳେ ୭୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ଅନେକ ଉତ୍ତର ଗୋଲାର୍ଦ୍ଧ ଦେଶଠାରୁ କମ୍‌। ଏହାର କାରଣ ହେଲା ଶୀତଦିନେ ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ଅଧିକ ସମୟ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିଥାଏ ଏବଂ ଉତ୍ତପ୍ତ ପୃଷ୍ଠରେ ଭାଇରସ୍‌ ଶୀଘ୍ର ନଷ୍ଟ ହୋଇଥାଏ। କାରଣ ଚର୍ବିର ଏକ ପ୍ରତିରକ୍ଷା ସ୍ତର ଶୀଘ୍ର ଶୁଖିଯାଇଥାଏ।
ଆମେରିକାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ, ଗ୍ରୀଷ୍ମ ଋତୁରେ କୋଭିଡ୍‌-୧୯ ରୋଗ ଧୀରେ ହେଲେ ମଧ୍ୟ ଫ୍ଲୁ’ ପରି ଅନ୍ୟ ଋତୁକାଳୀନ ଭୂତାଣୁଙ୍କ ସଂକ୍ରମଣ ହାର କମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ...

ଆମେରିକାରେ ମୃତ୍ୟୁସଂଖ୍ୟା ୧୧

ସିଟଲ,୬ା୩: ଆମେରିକାରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲାଣି।କେବଳ ଓ୍ବାଶିଂଟନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିଟଲ ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ପ୍ରଥମ କରୋନା...

ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି...

କୁଇନ୍‌ କନସର୍ଟ କାମିଲା ଜଣେ ଭିଲେନ: ହ୍ୟାରି

ମାଡ୍ରିଡ୍‌, ୧୦।୧: ବ୍ରିଟେନ୍‌ ରାଜକୁମାର ହ୍ୟାରି ନିଜର ଅଟୋବାୟୋଗ୍ରାଫି ‘ସ୍ପେୟାର’ରେ ସାବତ ମା’ ତଥା ବ୍ରିଟେନ୍‌ର କୁଇନ୍‌ କନସର୍ଟ କାମିଲାଙ୍କୁ ଭିଲେନ ବୋଲି କହିଛନ୍ତି। ହ୍ୟାରି...

ମୃତ୍ୟୁ ସଂଖ୍ୟା ୨୭, ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଇସଲାମାବାଦ,୭ା୭: ପାକିସ୍ତାନରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୭୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କେବଳ ବେଲୁଚିସ୍ତାନରେ ବର୍ଷା ଯୋଗୁ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର...

ଶେଫ୍‌ ପ୍ରସ୍ତୁତ କଲେ କରୋନା ବର୍ଗର: କହିଲେ ‘ଯିଏ ଡରଉଛି ତାକୁ ଖାଅ’

ହନୋଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ସୃଷ୍ଟି କରିଚାଲିଛି। ଏହି ପରିସ୍ଥିତିରେ ଜଣେ ବ୍ୟକ୍ତି ଏହି ଭାଇରସ୍‌କୁ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଶୁଣି...

Advertisement
Archives

Model This Week