ସୂର୍ଯ୍ୟକିରଣରେ ଶୀଘ୍ର ମରେ କରୋନା ଭୂତାଣୁ

ଓ୍ବାଶିଂଟନ, ୨୫ା୪: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଦେଶରେ ଗବେଷଣା ଜାରି ରହିଛି। ମାତ୍ର ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ଇତିମଧ୍ୟରେ ଏକ ନୂଆ ଗବେଷଣାରୁ ଜଣାପଡ଼ିଛି, ସୂର୍ଯ୍ୟକିରଣ ଦ୍ୱାରା କରୋନା ଭାଇରସ୍‌ ଶୀଘ୍ର ମରିଯାଏ। ଆମେରିକାର କେତେଜଣ ବିଶେଷଜ୍ଞ ଏହି ନୂତନ ଗବେଷଣା ଆଧାରରେ ଏହା ପ୍ରକାଶ କରିଛନ୍ତି। ଏହି ଗବେଷଣାକୁ ସାର୍ବଜନୀନ କରାଯାଇ ନ ଥିବାବେଳେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି। ହୋମ୍‌ଲ୍ୟାଣ୍ଡ ସୁରକ୍ଷା ସଚିବଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଓ୍ବିଲିୟମ୍‌ ବ୍ରାୟନ, ହ୍ବାଇଟ୍‌ ହାଉସରେ ଖବରଦାତାଙ୍କୁ ସୂଚନାଦେଇ କହିଛନ୍ତି, ସରକାରୀ ବୈଜ୍ଞାନିକଙ୍କ ଗବେଷଣା ଅନୁଯାୟୀ ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଭାଇରସ୍‌ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗ୍ରୀଷ୍ମରେ କରୋନା ଭାଇରସ୍‌ର ପ୍ରଭାବ କମ୍‌ ରହିବ। ଓ୍ବିଲିୟମ୍‌ ବ୍ରାୟନ ଆହୁରି ମଧ୍ୟ କହିଛନ୍ତି, ସୋଲାର ଲାଇଟ୍‌ ଭଳି ଏହା ଭାଇରସକୁ ମାରିବାର କ୍ଷମତା ରଖିଛି।
ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମିରେ ଷ୍ଟେରିଲାଇଜିଂ ପ୍ରଭାବ ରହିଛି। କାରଣ ବିକିରଣ ଭାଇରସ୍‌ର ଜେନେଟିକ୍‌ ମ୍ୟାଟେରିଆଲ ଓ ତା’ର ଦୁଇଗୁଣା କ୍ଷମତାକୁ ନଷ୍ଟ କରିଦେଇଥାଏ। ମୁଖ୍ୟ ପ୍ରଶ୍ନ ହେଉଛି, ଏହି ଗବେଷଣାରେ ବ୍ୟବହୃତ ବାଇଗଣି ରଶ୍ମିର ତୀବ୍ରତା ଓ ତରଙ୍ଗ କ’ଣ ଏବଂ ଏହା ଗ୍ରୀଷ୍ମ ଋତୁରେ ପ୍ରାକୃତିକ ଆଲୋକ ସ୍ଥିତିକୁ ଠିକ୍‌ ଭାବେ ଅନୁକରଣ କରେ କି ନାହିଁ। ଟେକ୍ସାସ ଏ ଆଣ୍ଡ ଏମ୍‌ ୟୁନିଭର୍ସିଟିର ଜୀବ ବିଜ୍ଞାନ ବିଭାଗର ବିଶେଷଜ୍ଞ ବେଞ୍ଜାମିନ ନ୍ୟୁମାନ କହିଛନ୍ତି, ସୂର୍ଯ୍ୟରଶ୍ମି ଦ୍ୱାରା କରୋନା ନିପାତ ହେବାର ପରୀକ୍ଷା କିପରି କରାଯାଇଥିଲା ଓ ଫଳାଫଳ କେଉଁ ଆଧାରରେ ନିର୍ଣ୍ଣୟ କରାଯାଇଥିଲା ତାହା ଜାଣିବା ଉଚିତ। କରୋନା ଭାଇରସ୍‌କୁ ଗଣନା କରିବାର ବିଭିନ୍ନ ଉପାୟ ରହିଛି। କିନ୍ତୁ ଏହାକୁ କେଉଁ ଦିଗରୁ ଅଧ୍ୟୟନ କରାଯାଇଛି ତାହା ଜାଣିବା ଅତି ଜରୁରୀ ବୋଲି ସେ କହିଛନ୍ତି।
ମେରିଲାଣ୍ଡ୍‌ର ନ୍ୟାଶନାଲ ବାୟୋଡିଫେନ୍ସ ଆନାଲିସିସ୍‌ ଏବଂ କାଉଣ୍ଟମେଜର ସେଣ୍ଟରରେ କରାଯାଇଥିବା ପରୀକ୍ଷଣର ପ୍ରମୁଖ ଫଳାଫଳକୁ ବ୍ରାୟନ୍‌ ଏକ ସ୍ଲାଇଡ୍‌ ମାଧ୍ୟମରେ ଦେଖାଇଥିଲେ। ଏହା ଦର୍ଶାଇଥିଲା ଯେ, ୭୦-୭୫ ଡିଗ୍ରୀ ଫାରେନହିଟ୍‌(୨୧-୨୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା)ରେ ଓ ଏହାସହ ୨୦ ପ୍ରତିଶତ ଆର୍ଦ୍ରତାରେ କରୋନା ଭାଇରସ୍‌ ୧୮ ଘଣ୍ଟାରେ ନଷ୍ଟ ହୋଇଯାଉଛି। କବାଟର ହ୍ୟାଣ୍ଡେଲ ଓ ଷ୍ଟେନ୍‌ଲେସ ଷ୍ଟିଲ୍‌ ଉପରେ ମଧ୍ୟ ଏହି ଭୂତାଣୁ ଏତିକି ସମୟ ପର୍ଯ୍ୟନ୍ତ ସକ୍ରିୟ ରୁହେ। ହେଲେ ଆର୍ଦ୍ରତା ୮୦ ପ୍ରତିଶତ ବଢ଼ିଗଲେ ମାତ୍ର ୬ ଘଣ୍ଟାରେ ଅଧା ଭାଇରସ୍‌ ନଷ୍ଟ ହୋଇଯାଇଥାଏ। ଯେତେବେଳେ ଏହା ସୂର୍ଯ୍ୟକିରଣରେ ରଖାଯାଉଛି ତେବେ ଏହା ନଷ୍ଟ ହେବାକୁ ମାତ୍ର ୨ ମିନିଟ ଲାଗୁଛି। ବ୍ରାୟନ୍‌ ଆଉ ଏକ ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଗ୍ରୀଷ୍ମ ପରିବେଶରେ ସଂକ୍ରମଣ ହ୍ରାସ ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି, ଭାଇରସ୍‌ ହ୍ରାସ ହେବାର ଅର୍ଥ ନୁହେଁ ଯେ ରୋଗ ସମ୍ପୂର୍ଣ୍ଣ ଭାବେ ବିଲୋପ ହୋଇଗଲା। ତେଣୁ ସାମାଜିକ ଦୂରତା ଭଳି ନିର୍ଦ୍ଦେଶାବଳୀ ସମ୍ପୂର୍ଣ୍ଣ ରୂପେ ଉଠାଯାଇପାରିବ ନାହିଁ। ଯଦି ଆମେ ଭାବିବା ଗ୍ରୀଷ୍ମରେ ଭାଇରସ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ତେବେ ଏହା ଆମର ଦାୟିତ୍ୱହୀନତା ହେବ ବୋଲି ବ୍ରାୟନ୍‌ କହିଛନ୍ତି।
ପୂର୍ବରୁ ମଧ୍ୟ ଏହା ଦେଖାଯାଇଛି ଯେ, ଗ୍ରୀଷ୍ମ ଓ ଆର୍ଦ୍ରତାରେ ଏହି ଭୂତାଣୁ କମ୍‌ ବଢ଼ୁଥିବା ବେଳେ ଶୀତ ଓ ଶୁଖିଲା ପାଗରେ ଏହା ଅଧିକ ବୃଦ୍ଧି ପାଇଥାଆନ୍ତି। ସେଥିପାଇଁ ଦକ୍ଷିଣ ଗୋଲାର୍ଦ୍ଧ ଦେଶରେ ଏହାର ବିସ୍ତାର ହାର କମ୍‌ ବୋଲି କୁହାଯାଏ। ଉଦାହରଣ ସ୍ବରୂପ, ଅଷ୍ଟ୍ରେଲିଆରେ ୭,୦୦୦ରୁ କମ୍‌ ସଂକ୍ରମିତ ଥିବା ବେଳେ ୭୭ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ଅନେକ ଉତ୍ତର ଗୋଲାର୍ଦ୍ଧ ଦେଶଠାରୁ କମ୍‌। ଏହାର କାରଣ ହେଲା ଶୀତଦିନେ ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ଅଧିକ ସମୟ ପର୍ଯ୍ୟନ୍ତ ବାୟୁମଣ୍ଡଳରେ ରହିଥାଏ ଏବଂ ଉତ୍ତପ୍ତ ପୃଷ୍ଠରେ ଭାଇରସ୍‌ ଶୀଘ୍ର ନଷ୍ଟ ହୋଇଥାଏ। କାରଣ ଚର୍ବିର ଏକ ପ୍ରତିରକ୍ଷା ସ୍ତର ଶୀଘ୍ର ଶୁଖିଯାଇଥାଏ।
ଆମେରିକାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ, ଗ୍ରୀଷ୍ମ ଋତୁରେ କୋଭିଡ୍‌-୧୯ ରୋଗ ଧୀରେ ହେଲେ ମଧ୍ୟ ଫ୍ଲୁ’ ପରି ଅନ୍ୟ ଋତୁକାଳୀନ ଭୂତାଣୁଙ୍କ ସଂକ୍ରମଣ ହାର କମ୍‌ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri