ସଙ୍ଗରୋଧ କେନ୍ଦ୍ର ପାଚେରି ଡେଇଁ ବନ୍ଧରେ ଗାଧୋଇଲେ

କବିସୂର୍ଯ୍ୟନଗର,୮ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସହରର ମର୍ଦ୍ଦରାଜ ହାଇସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ ସଙ୍ଗରୋଧ ଗୃହ କରାଯାଇଛି। ମର୍ଦ୍ଦରାଜ ହାଇସ୍କୁଲ ସଙ୍ଗରୋଧ ଗୃହର ଜଣେ ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩ ଜଣ ସୁରଟ ଫେରନ୍ତା ଗୁରୁବାର ପାଚେରି ଡେଇଁ ମେରୁବନ୍ଧରେ ଗାଧୋଉଥିଲେ। ପୋଲିସ ଖବର ପାଇବା ପରେ ସେମାନଙ୍କୁ ଘଉଡାଇ ନେଇ ଉକ୍ତ ସଙ୍ଗରୋଧ ଗୃହରେ ଛାଡିଥିଲା। ଏଥିସହ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସଙ୍ଗରୋଧ ଗୃହର ଅନ୍ୟଜଣେ ସୁରଟ ଫେରନ୍ତା ନିକଟସ୍ଥ ଏଟିଏମ୍‌କୁ ଆସି ସକାଳେ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଥିଲା। କବିସୂର୍ଯ୍ୟନଗର ଏନ୍‌ଏସିର ଜନବସତି ଅଞ୍ଚଳରେ ଅବସ୍ଥିତ ବୃନ୍ଦାବତୀ ବିଦ୍ୟାପୀଠ, ସରକାରୀ ବାଳିକା ବିଦ୍ୟାଳୟରେ ମଧ୍ୟ ପ୍ରବାସୀ ଓଡ଼ିଆ ରହିଛନ୍ତି। ସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ବଜାରର ଦୋକାନୀଙ୍କ ସହ ପରିଚିତ। ବାହାରେ ବୁଲୁଥିବାରୁ ଅଞ୍ଚଳବାସୀଙ୍କୁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏସବୁ ସଙ୍ଗରୋଧ ଗୃହ ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏନେଇ ଏନ୍‌ଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ନାୟକ କହିଛନ୍ତି, ଏନ୍‌ଏସିବାସୀଙ୍କୁ ଏନ୍‌ଏସି ଭିତରେ ନିୟମ ପ୍ରକାରେ ରଖାଯାଇଛି। ଲୋକେ ସଚେତନ ହେବାକୁ ପଡିବ, ନଚେତ୍‌ ଆଗକୁ ପରିସ୍ଥିତି ଜଟିଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଦେବୋତ୍ତର ଜମିରେ ହେବ ଧାନବିକ୍ରି ପଞ୍ଜୀକରଣ: ସେବାୟତଙ୍କ ଧାରଣା ପରେ ଦାବି ମାନିଲେ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୧୦ଦିନ ବାକି ରହିଛି। ତେବେ…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର: ଅବ୍ୟବସ୍ଥା ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ

ନୂଆପଡ଼ା,୨୨ା୮(ମକାରୁ ବେମାଲ):ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖା…

ଶୌଚାଳୟ ନାହିଁ, ନାଳ ପାଣି ପିଉଛନ୍ତି ଛାତ୍ରୀଛାତ୍ର

ନୂଆପଡ଼ା,୨୧ା୮(ମକାରୁ ବେମାଲ): ସରକାର ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରୁଛନ୍ତି। ହେଲେ ନୂଆପଡ଼ା ଜିଲା ବୋଡେନ ବ୍ଲକର ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri