ବଦ୍‌ନାମରୁ ବର୍ତ୍ତିବା ପାଇଁ ଶିଶୁପୁତ୍ରକୁ କୂଅରେ ଫିଙ୍ଗିଦେଇଥିଲେ ମା’, ପ୍ରେମିକଙ୍କୁ ଗିରଫ କରି…

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଜୁମୁରା ଥାନା ଅଞ୍ଚଳରେ ୧୦ ମାସର ଶିଶୁପୁତ୍ରକୁ କୂଅରେ ପକାଇ ହତ୍ୟା କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ଶିଶୁପୁତ୍ରର ଜନ୍ମଦାତ୍ରୀ ମା’ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିବା ବେଳେ, ବିବାହର ପ୍ରଲୋଭନରେ ଯୁବତୀଙ୍କ ସହ ଅନୈତିକ ଭାବେ ଶାରୀରିକ ସମ୍ପର୍କ ରଖି ପରେ ପ୍ରତାରଣା କରିଥିବା ସଂପୃକ୍ତ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ଏଏସ୍‌ପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଏଏସ୍‌ପିଙ୍କ ସୂଚନି ଅନୁଯାୟୀ, ଗତ ୧୯ ତାରିଖରେ ଯୁଜୁମୁରା ଥାନା ଅନ୍ତର୍ଗତ ହରିଜନପଡ଼ାରେ ଏକ ୧୦ ମାସର ଶିଶୁପୁତ୍ରକୁ କେହି କୂଅରେ ପକାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଶିଶୁପୁତ୍ରର ମା’ ଯୁଜୁମୁରା ଥାନାରେ ଅଭିଯୋଗ କରିବା ପରେ କେସ୍‌ ନଂ ୨୧୦/୨୦୨୬ ରେ ମାମଲା ରୁଜୁ କରାଯାଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ରେଢ଼ାଖୋଲଙ୍କ ତତ୍ତ୍ୱାବଧାନରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୨୪-୨୫ ମସିହାରେ ଅଭିଯୁକ୍ତା ଜଣକ ନାବାଳିକା ଥିବା ବେଳେ ଲୋକେଶ୍ୱର ପ୍ରଧାନ ନାମକ ଯୁବକଙ୍କ ସହିତ ତାଙ୍କର ପରିଚୟ ଓ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଫଳରେ ସେ ଗର୍ଭବତୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବକଜଣକ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ଜାନୁଆରୀ ୨୦୨୬ରେ ଯୁବତୀଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ପୋଲିସର କହିବା ଅନୁଯାୟୀ, ପିଲାଟିକୁ ଗ୍ରହଣ କରିବା ପାଇଁ ଯୁବକ ମନା କରିବା ସହ ଆର୍ଥିକ ସହାୟତା ଦେବାକୁ ମଧ୍ୟ ଅମଙ୍ଗ ହୋଇଥିଲେ। ସାମାଜିକ ଦୁର୍ନାମ, ନିନ୍ଦା, କୁମାରୀ ମାତୃତ୍ୱ, ମାନସିକ ଭାରସାମ୍ୟ ହରାଇବା, ସାମାଜିକ କଳଙ୍କ ଏବଂ ମାନସିକ ଆଘାତ ଯୋଗୁ ଅଭିଯୁକ୍ତା ଜଣକ ଚରମ ନିଷ୍ପତ୍ତି ନେଇଥିଲେ। ଗତ ୧୮ ତାରିଖ ବିଳମ୍ବିତ ରାତିରେ ସେ ନିଜ ୧୦ ମାସର ଶିଶୁପୁତ୍ରକୁ ଘର ପାଖରେ ଥିବା ପ୍ରାୟ ୧୦୦ ମିଟର ଦୂର ଏକ କୂଅରେ ପକାଇ ଦେଇଥିଲେ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତରେ ମା’ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ, ଅଭିଯୁକ୍ତା ଜଣକ ପୂର୍ବରୁ ନାବାଳିକା ଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖାଯାଇଥିବା ଏବଂ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଘଟଣାରେ ଯୁଜୁମୁରା ଥାନାରେ କେସ୍‌ ନଂ ୨୧୧/୨୦୨୬ରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋକ୍ସୋ ଆକ୍ଟ ଲଗାଯାଇ ଯୁବକ ଲୋକେଶ୍ୱର ପ୍ରଧାନଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ଉଭୟ ମାମଲାର ତଦନ୍ତ ଜାରି ରହିଥିବା ଏଏସ୍ପି ଅଜୟ କୁମାର ମିଶ୍ର ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୯ ବଲରୁ ୮୨ ରନ, ଏବେ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ କି ସୂର୍ଯ୍ୟକୁମାର ? ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୨୧।୧୧: ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଭାରତୀୟ ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ତାଙ୍କରି ଅଧିନାୟକତ୍ୱରେ ହିଁ ଭାରତୀୟ ଦଳ ୨୦୨୬ ଟି-୨୦ ବିଶ୍ୱକପ ଟାଇଟଲ…

ପାକିସ୍ତାନ କ୍ରିକେଟରେ ପୁଣି ହଟଚମଟ: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡ଼ିଲେ ମହମ୍ମଦ ରିଜୱାନଙ୍କ ସମେତ ୩ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ,୨୧।୧୧: ପାକିସ୍ତାନ କ୍ରିକେଟ୍ରେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଦଳର ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନୂଆ ସେଣ୍ଟ୍ରାଲ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଯାତ୍ରାବେଳେ ରିଲ୍ସ ଦେଖିଲେ ଜେଲ! କଡ଼ା ନିୟମ ଆଣୁଛି ରେଳବାଇ

ନୂଆଦିଲ୍ଲୀ,୨୧।୧୧: ଯାତ୍ରା ସମୟରେ ପ୍ରାୟତଃ ଦେଖିବାକୁ ମିଳେ ଯେ ପାଖ ସିଟରେ ବସିଥିବା କୌଣସି ଯାତ୍ରୀ ବିନା ଇୟରଫୋନରେ ଉଚ୍ଚ ସୱରରେ ରିଲ୍ସ ଦେଖୁଥାନ୍ତି କିମ୍ୱା ଫୋନରେ…

କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି…

ଏତେ କୋଟି ଟଙ୍କା ଦାନ କରିଛନ୍ତି ଅମ୍ବାନୀ ପରିବାର; ଜାଣନ୍ତୁ ଶୀର୍ଷ ୫ ଜଣଙ୍କ ତାଲିକାରେ ସେମାନଙ୍କ ସ୍ଥାନ କେଉଁଠି

ମୁମ୍ବାଇ,୨୧।୧୧: ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ଆୟ ଏବଂ ସମ୍ପତ୍ତି ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ବାରମ୍ବାର ଚର୍ଚ୍ଚାରେ…

୨୨ କ୍ୟାରେଟ ନାଁରେ ବିକ୍ରି ହେଉଛି ୨୦ କ୍ୟାରେଟ ସୁନା! ସୁନା ବଜାରରେ ଚହଳ, ଏକ୍ସପର୍ଟ କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୧: ବାହାଘର ସିଜିନ ଆରମ୍ଭ ହେଉ ହେଉ ସୁନାର ଶୁଦ୍ଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ବଜାରରେ ୨୨ କ୍ୟାରେଟ ନାଁରେ ପ୍ରାୟ ୨୦ କ୍ୟାରେଟ…

ରକ୍ତ ସମ୍ପର୍କୀୟଙ୍କୁ କରିପାରିବେନି ବିବାହ? ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧୧: କଣ ରକ୍ତ ସଂପର୍କରେ ମଧ୍ୟରେ ବିବାହ ହୋଇ ପାରିବ ? ଏହାକୁ ନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅତି ଘନିଷ୍ଠଙ୍କ ମଧ୍ୟରେ…

ଶୁବମନ ଗିଲଙ୍କ ହୃଦୟ ଭାଙ୍ଗିଦେଲେ ଜାକବ ଡଫି

ନୂଆଦିଲ୍ଲୀ,୨୧।୧୧: ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ବିପକ୍ଷରେ କେ.ଏଲ. ରାହୁଲ ଦୃଢ଼ତାର ସହ ଛିଡ଼ା ହୋଇ ଏକ ଶତକ ହାସଲ କରିଥିଲେ। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?