ଶହେ ଟଙ୍କା ନ ଦେବାରୁ ଜଳ ଯୋଗାଣ ବନ୍ଦ

କୋରୁକୋଣ୍ଡା,୪ା୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତପାରି-୩ ପଞ୍ଚାୟତର ଏମ୍‌ଭି ୧୦୪ ଗ୍ରାମର ତଳସାହି (ନାଡିଲାଇନ)ରେ ଜଳ ଯୋଗାଣ ଟଙ୍କା ନ ଦେବାକୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଏହି ସାହିରେ ନଳକୂପଟିଏ ନାହିଁ। ପ୍ରାୟ ୨୦ ପରିବାରର ଶତାଧିକ ଲୋକ ପାନୀୟ ଜଳ ପାଇଁ ସମସ୍ୟାରେ ପଡିଛନ୍ତି। ଖନନ ହୋଇଥିବା ନଳକୂପ ପାଣି ପାନୀୟ ଉପଯୋଗୀ ନ ହେବାରୁ ପଞ୍ଚାୟତ ପକ୍ଷରୁ ୭ବର୍ଷ ତଳେ ନାଲିରଙ୍ଗ ମରାଯାଇଥିଲା। ଏହା ପରେ ଆଉ ନୂତନ ନଳକୂପ ଖନନ ହୋଇ ନ ଥିଲା। ବାଧ୍ୟହୋଇ ଗ୍ରାମବାସୀ ପାନୀୟ ଜଳ ପାଇଁ ନିକଟସ୍ଥ ନଦୀ ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ ତଳେ ପଞ୍ଚାୟତ ପକ୍ଷରୁ ପାଣି ଟ୍ୟାଙ୍କର ମାଧ୍ୟମରେ ଗ୍ରାମବାସୀଙ୍କୁ ଜଳ ଯୋଗାଣ ହୋଇଥିଲା। ମାତ୍ର ପରିବାର ପିଛା ୧୦୦ ଟଙ୍କା ମଗାଯାଇଥିଲା। ଗ୍ରାମବାସୀ ଟଙ୍କା ଦେଇ ନ ପାରିବାରୁ ୪ଦିନ ଜଳ ଯୋଗାଣ ପରେ ଏହାକୁ ବନ୍ଦ କରାଯାଇଥିବା ଗ୍ରାମବାସୀ କହିଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର ପରିଣତି: ସାବତ ମା’ଙ୍କୁ ହତ୍ୟାକଲା ପୁଅ

ମାଲକାନଗିରି, ୩।୧୦(ଡି.ଏନ୍‌.ଏ.): କ୍ରୋଧ ବ୍ରହ୍ମଚଣ୍ଡାଳ। ରାଗର ବଶବର୍ତ୍ତୀ ହେଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ କିପରି ଅଭାବନୀୟ କାଣ୍ଡ କରିବସେ ମାଲକାନଗିରି ଜିଲା ସଦର...

ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ...

ମାଲକାନଗିରି ବସ୍‌ଷ୍ଟାଣ୍ଡରୁ ୮ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି,୪।୨(ଡି.ଏନ୍‌.ଏ)- ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ବସଷ୍ଟାଣ୍ଡଠାରେ ମଙ୍ଗଳବାର ଚାଇଲ୍ଡ ଲାଇନ ମଙ୍ଗଳବାର ଚଢ଼ାଉ କରି ୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଘଟଣାରେ...

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡିଲା

ମାଲକାନଗିରି,୬ା୯(ସ୍ବ.ପ୍ର): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗିରହିଛି। ଗୁରୁବାର ରାତିରେ ବର୍ଷାରେ ଖଇରପୁଟ ସଦର ମହକୁମା ସାହୁ କଲୋନୀ ସାହିରେ ଜଣେ ପି.ଚନ୍ଦ୍ରଶେଖର ଆଚାରି ଙ୍କ...

ମାଲକାନଗିରିରେ କରୋନା: ଆଜି ଚିହ୍ନଟ ହେଲେ ୮ ଆକ୍ରାନ୍ତ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳର ଚାରିଜଣ ହୋଇଥିବା ବେଳେ...

କାମ କରିବାକୁ ଚେନ୍ନାଇ ଯାଇଥିଲେ ବାପପୁଅ: ମୃତଦେହ ଧରି ଫେରିଲେ ପୁଅ

ଏମଭି-୭୯,୧୯ା୫(ଡି.ଏନ.ଏ.)-ପୁଅ ସହ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଳକ୍‌ଡାଉନ ଯୋଗୁ ସବୁ ବନ୍ଦ ହୋଇଯିବାରୁ କିଛି ଦିନ ପରେ ସେ ଅସୁସ୍ଥ ହୋଇପଡିଲେ। ଏବେ ପୁଅ...

ମାଓବାଦୀ-ଗ୍ରାମବାସୀ ଲଢ଼େଇ: ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ...

ଲଘୁ ବନଜାତ ଦ୍ରବ୍ୟ ଟୋଲରୁ ଆଦିବାସୀଙ୍କୁ ମିଳୁନି ପ୍ରାପ୍ୟ

ମାଲକାନଗିର,୧୩ା୬(ଡି.ଏନ.ଏ.)-ମାଲକାନଗିରି ଜିଲାରେ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ବନଜାତ ଦ୍ରବ୍ୟ। ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଟୋଲ ମଧ୍ୟ ଆଦିବାସୀଙ୍କ ଜୀବିକାର୍ଜନର ଏକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *