ଲୁଣ କଳାବଜାର ଉପରେ ଚଢାଉ କଲେ ତହସିଲଦାର ଗୋଟିଏ ଦୋକାନ ସିଲ୍‌,ମାଲିକ ଥାନାରେ ଅଟକ

କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ବଜାରରେ ଚଢାଉ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ତହସିଲଦାର ଅନୁଗୁଲିଆଙ୍କ ନେତୃତ୍ୱରେ ଆରଆଇ ସୁରେଶ ପୁଜାରୀ ବେଜାଙ୍ଗିବାଡାର ଜୟକୃଷ୍ଣ ସାହୁ ଏବଂ ମାଲକାନଗିରି ଯୋଗାଣ ଅଧିକାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇ ବିଭିନ୍ନ କିରାନା ଦୋକାନ ଉପରେ ଚଢାଉ କରାଯାଇଥିଲା। ଲୁଣ କେଜିପ୍ରତି ୧୦ ଟଙ୍କା ଦାମ ଥିବାବେଳେ କେତେକ ବ୍ୟବସାୟୀ ଏହାକୁ ୨୦ରୁ ୨୫ ଟଙ୍କାରେ ବିକ୍ରି କରୁଥିଲେ। ଦୋକାନଗୁଡିକ ଯାଞ୍ଚ କରାଯିବା ସହ ଚଢା ଦରରେ ଲୁଣ ବିକ୍ରି କରୁଥିବା ଦୋକାନକୁ ସିଲ କରାଯାଇଥିଲା। ବଜାରରେ ଥିବା ପି.ପ୍ରଶାଦ ରାଓ ଙ୍କ ଦୋକାନକୁ ସିଲ୍‌ କରାଯିବା ସହ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଏଥିସହ କାଲିମେଳା ଅଞ୍ଚଳର କେତେକ ଗୋଦାମ ଉପରେ ମଧ୍ୟ ଚଢାଉ କରାଯାଇଥିବା ଜଣାପଡିଛି। କେବଳ ଲୁଣ ନୁହେଁ ଯେ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀର କାଳାବାଜାର ହେଉଥିବା ଜଣାପଡିଲେ ଚଢାଉ ହେବ ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୧୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟରେ ଉଡ଼ିଲା ତ୍ରିରଙ୍ଗା। ପାପରମେଟେଲା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଏବଂ...

ମାଲକାନଗିରି ଜିଲାରେ ବଢୁଛି ସାଇବର ଅପରାଧ

ମାଲକାନଗିରି,୧୪ା୩(ଡିଏନ.ଏ.): ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ବିଭିନ୍ନ ବାହାନାରେ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀମାନେ ଅର୍ଥ ଲୁଟ କରୁଛନ୍ତି। ମାଲକାନଗିରି ଭଳି...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ...

ମାତିଛନ୍ତି ସାଇବର ଠକ

ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ...

କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି/ଏମ୍‌ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ...

ନକଲି ଡାକ୍ତର ନେଲେ ନାବାଳିକାଙ୍କ ଜୀବନ

ମାଲକାନଗିରି,୧୯ା୭: ମାଲକାନଗିରି ଜିଲା ମାଥିଲି ଥାନା ସଦର ମହକୁମା ଆମ୍ବାଗୁଡ଼ା ପଞ୍ଚାୟତ ମାର୍କାମ୍‌ଗଡ଼ା ଗ୍ରାମରେ ଜଣେ ନକଲି ଡାକ୍ତରଙ୍କ ପାଇଁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି।...

ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ମରାମତି ପାଇଁ ଦାବି

ମାଲକାନଗିରି,୨୬।୧୦(ଡି.ଏନ.ଏ.):  ସରକାରୀ ସ୍ତରରେ ପଛୁଆ ଅଞ୍ଚଳର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଛି। ବହୁ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ପ୍ରଶାସନିକ ସ୍ତରରେ...

ସ୍ବାଭିମାନ ଅଞ୍ଚଳରେ ବଢୁଛି ବାଲ୍ୟବିବାହ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ଜିଲାରୁ ବାଲ୍ୟ ବିବାହ ରୋକିବାକୁ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ମାତ୍ର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ଏହାର ପ୍ରଭାବ ବିଶେଷ...

Advertisement
Archives

Model This Week