ଲକ୍‌ଡାଉନ୍‌ର ରାତି ସ୍ବପ୍ନ ନୁହେଁ, ଭୋକ ଦେଇଛି

କଟକ ଅଫିସ,୩୧।୫: ଭଦ୍ରକର ବାସିନ୍ଦା ହେଲେ ଗୌରହରି। ପିଲାଟି ବେଳୁ ପୋଲିଓ ଆକ୍ରାନ୍ତ ହୋଇ ତାଙ୍କର ଡାହାଣ ଗୋଡ଼ କାମ କରୁନି। ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା କେବେ ପରିବାର ଉପରେ ବୋଝ ହୋଇ ନ ଥିଲେ। ଏକ ହୋଟେଲରେ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ସେ ପ୍ରେମ ମଧ୍ୟ କରିଥିଲେ। ନିଜ ଗାଁଠାରୁ ୪ କିମି ଦୂରରେ ରହୁଥିବା ବାସନ୍ତୀ ବେହେରାଙ୍କୁ ସେ ପ୍ରେମ ବିବାହ କରିଥିଲେ। କଟକ, ଭୁବନେଶ୍ୱର ଆସି ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଗୌରହରି ୧୨ବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଫୁଲନଖରା ନିକଟରେ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କ ସକ୍ଷମ ଗୋଡ଼ଟି ମଧ୍ୟ ପଙ୍ଗୁ ହୋଇଯାଇଥିଲା। ସେବେଠାରୁ କିଲା ପଡ଼ିଆ ନିକଟରେ ଅସ୍ଥାୟୀ ଭାବେ ସେ ପଡ଼ି ରହିଛନ୍ତି।

ଗୌରହରିଙ୍କୁ ମିଳିଛି ଭିନ୍ନକ୍ଷମ ପ୍ରମାଣପତ୍ର। ସେ ୭୦ ପ୍ରତିଶତ ଭିନ୍ନକ୍ଷମ ବୋଲି ସେଥିରେ ଉଲ୍ଲେଖ ରହିଛି। କିନ୍ତୁ ଏବେ ସୁଦ୍ଧା ତାଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ। ପରିବାର କହିଲେ ସ୍ତ୍ରୀ ବାସନ୍ତୀ ଆଉ ୨ ପୁଅ, ଗୋଟିଏ ଝିଅ। ବାସନ୍ତୀ ପର ଘରେ ମୂଲ ଲାଗନ୍ତି। ଝିଅ ମାମା ମଧ୍ୟ ବାସନ୍ତୀଙ୍କ ସହ କାମରେ ଯାଏ। ଦୁଇ ପୁଅ ଶିବ ଓ କାର୍ତ୍ତିକ ଭିକ୍ଷା ମାଗନ୍ତି ବୋଲି ଗୌରହରି କହିଛନ୍ତି। ଦୁଇଟି ଯାକ ଗୋଡ଼ ଅକ୍ଷମ ହୋଇଯିବା ପରଠାରୁ ରୋଜଗାରର ବାଟ ବନ୍ଦ ହୋଇଯାଇଛି। ୧୨ବର୍ଷ ଧରି ଏଠାରେ ପଡ଼ିରହିଥିବା ବେଳେ ଲକ୍‌ଡାଉନ୍‌ ବେଳର ଅନୁଭୂତି ସମ୍ପର୍କରେ ଗୌରହରି କହିଛନ୍ତି, ବର୍ଷଯାକ ଏଠାରେ ରହୁଛୁ। ବାଲିଯାତ୍ରା ସମୟରେ ପୋଲିସ ଆମକୁ ହଟେଇ ଦିଏ। ନଦୀବନ୍ଧଠାରୁ ଦୂରରେ ଯାଇ ରହୁ। ଏବେ ଲକ୍‌ଡାଉନ୍‌ ଯୋଗୁ ପେଟ ପାଇଁ ନାନା ସମସ୍ୟା ହୋଇଛି। ସ୍ତ୍ରୀ ବାସନ୍ତୀଙ୍କ କାମ ବନ୍ଦ ହୋଇଯାଇଛି। ପୁଅ ଦୁଇ ଜଣ କିଛି ମାଗିକରି ଆଣି ପାରୁନାହାନ୍ତି। ପ୍ରଥମ ୭ରୁ ୮ ଦିନ ଭଲରେ ଖାଇବାକୁ ମିଳି ନ ଥିଲା। କେତେକ ପୋଲିସ କମର୍ର୍ଚାରୀ ଆଉ ସାମାଜିକ କର୍ମୀ ଖାଦ୍ୟ ପୁଡ଼ିଆ ଆଣି ଦେଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତତି ଗୌରହରି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri