Posted inଜାତୀୟ

ଅହମଦାବାଦରେ ୧୭୨ କରୋନା ପଜିଟିଭ ମହିଳା କରିଛନ୍ତି ସନ୍ତାନ ପ୍ରସବ: ୪୪ ଶିଶୁ ସଂକ୍ରମିତ !

ଅହମଦାବାଦ,୩୧।୫: ଗୁଜୁରାଟରେ କରୋନା ସଂକ୍ରମଣ ସ୍ଥିତି ଖରାପ ଥିବା ବେଳେ ବେଳକୁ ବେଳ ଏଥିରେ ବୃଦ୍ଧି ଘଟୁଛି। ଏବେସୁଦ୍ଧା ଗୁଜରାଟରେ ୧୬,୩୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାର ଅହମଦାବାଦ ସହର ହଟ୍‌ସ୍ପଟରେ ଆସୁଛି। ତେବେ ବିଗତ ଦିନରେ ପ୍ରାୟ ୧୭୨ ଜଣ ଗର୍ଭବତୀ କରୋନା ପଜିଟିଭ ଥାଇ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି। ପ୍ରସବ ପୂର୍ବରୁ କେତେ ଜଣଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ପ୍ରସବର ଠିକ୍‌ ପୂର୍ବରୁ ଏମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଅହମଦାବାଦର ସିଭିଲ ହସ୍ପିଟାଲ, ଏସ୍‌ବିପି, ସାରଦାବେନ ଓ ଏଲ୍‌ଜି ହସ୍ପିଟାଲରେ ପାଖାପାଖି ୧୭୨ ଜଣ କରୋନା ପଜିଟିଭ ମହିଳା ସନ୍ତାନ ପ୍ରସବ କରିଥିବା ଏକ ରିପୋର୍ଟରୁ ଜଣାପଡିଛି। ଏମାନଙ୍କ ମଧ୍ୟରୁ ୪୪ ନବଜାତକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା କୁହାଯାଇଛି। ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ସିଭିଲ ହସ୍ପିଟାଲର ଗାଇନାକୋଲି ବିଭାଗର ମୁଖ୍ୟ ଡାକ୍ତର ଅମିତ ମେହେତା କହିଛନ୍ତି, ଗତ ୨ ମାସ ମଧ୍ୟରେ ସେଠାରେ ପ୍ରାୟ ୯୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ କରୋନାରେ ପୀଡ଼ିତ ଥିବା ମହିଳା ବୋଲି ସେ କହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୩୦ ପ୍ରତିଶତରୁ କମ୍‌ ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଏସ୍‌ବିପି ହସ୍ପିଟାଲରେ ଗତ ୨ ମାସରେ ପାଖାପାଖି ୭୦ ଜଣ ମହିଳା ସନ୍ତାନ ପ୍ରସବ କରିଥିବା ବେଳେ ଏମାନଙ୍କ ମଧ୍ୟରେ ୧୫ ଶିଶୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସମସ୍ତ ଗର୍ଭବତୀ ସୁସ୍ଥ ଥିବା ବେଳେ ଏମାନେ କରୋନାକୁ ସାମ୍ନା କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ବେଳେ ଅନ୍ୟ ସମସ୍ତେ ପ୍ରାୟ ଠିକ୍‌ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri