Posted inଖେଳ

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଏକ ସ୍କୁଲ ଛୁଆଙ୍କ ଭଳି ତ୍ରୁଟି କରିଛନ୍ତି। ବାଂଲାଦେଶ ଇନିଂସର ୬ଷ୍ଠ ଓଭରରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବଡ଼ ଶଟ ମାରିବା ପାଇଁ ବ୍ୟାଟ୍ସମ୍ୟାନ ଲିଟନ ଦାସ ଆଗକୁ ଷ୍ଟେପ ନେଇଥିଲେ। କିନ୍ତୁ ଲିଟନ ବଲ ମିସ କରିବାରୁ ପନ୍ତ ବିଳମ୍ବ ନ କରି ଷ୍ଟମ୍ପ ଆଉଟ୍‌ କରିଥିଲେ। ହେଲେ ଏହାପରେ ଯାହା ହେଲା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ରିପ୍ଲେରେ ପନ୍ତଙ୍କ କିପିଂ ଗ୍ଲୋଭ୍‌ର କିଛି ଅଂଶ ଉଇକେଟ ଆଗରେ ଥିବା ଜଣାପଡ଼ିଥିଲା। ଫଳରେ ତୃତୀୟ ଅମ୍ପାୟର ଲିଟନଙ୍କୁ ନଟ ଆଉଟ୍‌ ଦେଇଥିଲେ। ପନ୍ତଙ୍କ ଏଭଳି ଗୁରୁତର ତ୍ରୁଟି ଯୋଗୁ ଅନ୍‌ ଫିଲ୍ଡ ଅମ୍ପାୟର ଏହାକୁ ନୋ ବଲ ଘୋଷଣା କରିଥିଲେ ଓ ବାଂଲାଦେଶକୁ ଏକ ଫ୍ରି ହିଟ୍‌ ମିଳିଥିଲା। ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ୨୨ ବର୍ଷୀୟ ଯୁବ ଖେଳାଳି ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରେ ଡିଆରଏସ୍‌ ନେଇ ସମାଲୋଚିତ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ଭାରତୀୟ କୋଚିଂ ଷ୍ଟାଫ, ପଣ୍ଡିତ ଓ ପ୍ରଶଂସକମାନେ ପନ୍ତଙ୍କୁ ସମାଲୋଚନା କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି।...

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି...

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ...

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ...

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ...

ଆଇପିଏଲ୍‌ କ୍ୱାରାଣ୍ଟାଇନ୍‌: ଖେଳାଳିମାନେ ୬ ଦିନ ରୁମ୍‌ରେ ରହିବେ

ଦୁବାଇ, ୨୨ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ବା ପରେ ଖେଳାଳିମାନଙ୍କୁ ୬ଦିନ ପର୍ଯ୍ୟନ୍ତ ହୋଟେଲ ରୁମ୍‌ରେ...

ପ୍ରଥମ ଟି୨୦: ଧର୍ମଶାଳାରେ ପ୍ରବଳ ବର୍ଷା

ଧର୍ମଶାଳା, ୧୫।୯(ପି.ଟି.)- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଗ୍ରାଉଣ୍ଡରେ ରବିବାର ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌...

ନିର୍ବାଚନ ଡ୍ୟୁଟି କରୁଛନ୍ତି କି ଧୋନୀ? ଲୋକଙ୍କ ଭିଡ ପରେ ଜଣାପଡିଲା ପ୍ରକୃତ ରହସ୍ୟ

ରାଞ୍ଚି,୨୪।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ)ର ଯାତ୍ରା ସମାପ୍ତ ହୋଇଛି। ଚଳିତ ସିଜିନ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର...

Advertisement
Archives

Model This Week