ଚଣ୍ଡିଖୋଲ,୧୨ା୬(ଡି.ଏନ.ଏ.)- ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରମାକାନ୍ତ ପ୍ରଧାନ(୩୭)ଙ୍କର ମୃତ୍ୟୁ ମଙ୍ଗଳବାର ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ମୃତ୍ୟୁ ହୋଇଛି। ରମାକାନ୍ତଙ୍କ ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବାପା ଦିବାକର ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପ୍ରକାଶ ଯେ, ମୃତ ରମାକାନ୍ତ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ସ୍ତ୍ରୀଙ୍କ ସହ ଢେଙ୍କାନଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ବିନୋଦିନୀ ବଳଙ୍କ ଘରେ ଭଡ଼ା ନେଇ ରହୁଥିଲେ। ମଙ୍ଗଳବାର ସକାଳ ୧୦ଟାରେ ପ୍ରକାଶ ବାବୁ ନାମକ ଜଣେ ଯୁବକ ରାମାକାନ୍ତ ମୃତ୍ୟୁ ହୋଇଥିବା ନେଇ ଦିବାକରଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ମୃତଦେହ ତଳେ ପଡିଥିବା ଦେଖିଥିଲେ। ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଥିଲା। ରମାକାନ୍ତ ଫ୍ୟାନ୍ରେ ଶାଢି ବାନ୍ଧି ଆମତ୍ହତ୍ୟା କରିଥିବା ତାଙ୍କ ସ୍ତ୍ରୀ କହୁଥିବାବେଳେ ବେକରେ କୌଣସି କ୍ଷତଚିହ୍ନ ନ ଥିବା ଯୋଗୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦିବାକର ନିହଲପ୍ରସାଦ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୫୩/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’
ଢେଙ୍କାନାଳ ଅଫିସ, ୨୫।୧୨: ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ‘ସପ୍ତଶଯ୍ୟା ମହୋତ୍ସବ’। ପୂର୍ବତନ କେନ୍ଦ୍ରମନ୍ତ୍ରୀ...

ଐତିହ୍ୟକୁ ଅଣଦେଖା
ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ...

କପିଳାଶ ଜାଗର ଯାତ୍ରା ପାଇଁ କଟକଣା: ଜିଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ଢେଙ୍କାନାଳ ଅଫିସ, ୪।୩: ଆସନ୍ତା ୧୧ ତାରିଖରେ ପଡ଼ୁଛି ମହା ଶିବରାତ୍ରୀ। ଏହି ଅବସରରେ ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳର କପିଳାଶରେ କଟକଣା ଜାରି କରାଯାଇଛି।...

୫ ଗ୍ରାମ୍ୟରାସ୍ତାର ହେବ ଉନ୍ନତୀକରଣ
ଭୁବନ, ୭।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ପଞ୍ଚାୟତ ସମିତିର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ...

ଖୋଲିବ କ୍ରୀଡ଼ାବିତ୍ଙ୍କ ଭାଗ୍ୟ
କାମାକ୍ଷାନଗର, ୧୮।୩ (ଡି.ଏନ.ଏ.): ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କ ପେଣ୍ଠସ୍ଥଳ ଓଡ଼ିଶାର ଗ୍ରାମାଞ୍ଚଳ। ହେଲେ ସମସ୍ତଙ୍କୁ ମିଳୁନି ପ୍ରତିଭା ପ୍ରଦର୍ଶନର ସୁଯୋଗ। ଲୋକଲୋଚନକୁ ଆସି ନ ପାରି ଲୁଚି...

ଢେଙ୍କାନାଳ ଡାକପାଳଙ୍କୁ ଦାବିପତ୍ର
ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଅଧୀନରେ ଥିବା କିଶୋରଗଞ୍ଜ ଉପ ଡାକଘର ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଫଳରେ ଲୋକେ ଠିକ୍...

ଫେରାର ହେବାକୁଯାଇ ପୋଖରୀକୁ ଡେଇଁପଡ଼ିଲେ
ଢେଙ୍କାନାଳ ଅଫିସ, ୧୬।୭: ରାତିଅଧିଆ ଦୋକାନ ତାଲା ଭାଙ୍ଗି ଚୋରି କରୁଥିବାବେଳେ ମାଡ଼ିବସିଲା ପୋଲିସ। ପୋଲିସ କବ୍ଜାରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଡେଇଁପଡ଼ିଲେ ପୋଖରୀକୁ।...

ଜଳିଗଲା ଲୁଗା ଦୋକାନ ୫୦ ଲକ୍ଷର ସାମଗ୍ରୀ ନଷ୍ଟ
ଭୁବନ,୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ୨ନଂ ୱାର୍ଡ ଶିଶୁମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଡ୍ରେସ୍ ହାଉସ ମାଲିକଙ୍କ ଘରେ ରବିବାର ସନ୍ଧ୍ୟା ପ୍ରାୟ ୮ଟାରେ ଅଗ୍ନିକାଣ୍ଡ...