ମୋଦିଙ୍କୁ ଜେଟ୍‌ କର୍ମଚାରୀଙ୍କ ଅନୁରୋଧ: ଗୋଟିଏ ମାସ ବେତନ ଦେବାକୁ ଏସ୍‌ବିଆଇକୁ କୁହନ୍ତୁ

ମୁମ୍ବାଇ,୨୯-୪:ସଙ୍କଟରେ ଅନିର୍ଦ୍ଧିଷ୍ଟ ସମୟ ଲାଗି ବିମାନ ସେବା ବନ୍ଦ କରି ଦେଇଥିବା ଜେଟ୍‌ର କର୍ମଚାରୀ ମାନେ ଗୋଟିଏ ମାସର ବେତନ ପାଇବା ପାଇଁ ପ୍ରଧାନୀମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ପାଇଲଟ୍‌ ମାନଙ୍କ ଜାତୀୟ ସଂଘ ନ୍ୟାଶନାଲ ଆଭିଏଟର୍‌ସ ଗିଲ୍‌ଡ(ଏନ୍‌ଏଜି) ଏ ନେଇ ମୋଦିଙ୍କୁ ଅନୁରୋଧ କରିଛି। ଅସୁବିଧାରେ ଥିବା କର୍ମଚାରୀଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ମାସ ବେତନ ପ୍ରଦାନ କରିବାକୁ ମୋଦି ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ (ଏସ୍‌ବିଆଇ)କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଘ ଅନୁରୋଧରେ କହିଛି। ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଏକ ଇ-ମେଲ କରାଯିବା ସହ ଅନ୍ୟ ବିମାନ ସଂସ୍ଥା ଦ୍ୱାରା ଜେଟ୍‌ର ବିମାନ ବ୍ୟବହାରକୁ ନେଇ କରାଯାଉଥିବା ପଞ୍ଜୀକରଣକୁ ମଧ୍ୟ ବନ୍ଦ କରାଯାଉ ବୋଲି ସଂଘ ଦାବୀ ଜଣାଇଛି। କିଙ୍ଗ୍‌ଫିସର ଭଳି ଆଉ ଏକ ଦୁଃଖଦ ଘଟଣାର ପୁନରାବୃତ୍ତି ନ ହେଉ ବୋଲି ଏନ୍‌ଏଜିର ସଭାପତି କରନ ଚୋପ୍ରା କହିଛନ୍ତି।
ଅକ୍ଟୋବର ୨୦୧୨ରେ କିଙ୍ଗ୍‌ଫିସର ବିମାନ କମ୍ପାନୀ ବନ୍ଦ ହେବା ପରେ ହଜାର ହଜାର କର୍ମଚାରୀ ସେମାନଙ୍କ ୮ ମାସର ବେତନ ହରାଇଥିଲେ। ବିମାନ କମ୍ପାନୀର ଏଣ୍ଟରପ୍ରାଇଜ ଭାଲ୍ୟୁକୁ ନ ହ୍ରାସ କରିବା ଲାଗି ଏହାର ଅଂଶଧନ ନିଲାମ ପ୍ରକ୍ରିୟା ତ୍ୱରାନ୍ବିତ କରିବା ଉପରେ ଏନ୍‌ଏଜି ଗୁରୁତ୍ୱାରୋପ କରିଛି। ଗୋଟିଏ ମାସ ବେତନ ପାଇବାକୁ ପ୍ରୟାସ କରି ବିଫଳ ହୋଇଥିବା ଶୁକ୍ରବାର ଜେଟ୍‌ ସିଇସ ବିନୟ ଦୁବେ କହିଥିଲେ। ଏପ୍ରିଲ ୧୭ରେ ବିମାନ ସେବା ବନ୍ଦ କରିଥିବା ଏହି କମ୍ପାନୀ ଏହା ୨୦,୦୦୦ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ବେତନ ଦେଇ ନାହିଁ। ପରିଚାଳନା ଏବଂ ବେତନ ବାବଦକୁ ୯୮୩ କୋଟି ଟଙ୍କାର ପାଣ୍ଠି ପାଇବାକୁ ବିଳମ୍ବ ହେବାକୁ ଏସ୍‌ବିଆଇ ନେତୃତ୍ୱାଧିନ କନ୍‌ସୋର୍ଟିୟମ କମ୍ପାନୀର ଦାବିକୁ ଅଗ୍ରାହ୍ୟ କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ...

ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ: ପ୍ରମୁଖ ଏଜେନ୍ସି ଆଶଙ୍କା ପ୍ରକଟ କଲେ

ନୂଆଦିଲ୍ଲୀ,୨୫।୬ : ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ନକାରାତ୍ମକ ରହିବ। ଅର୍ଥାତ୍‌ ଏହି ସମୟରେ ଅଭିବୃଦ୍ଧି ଗଭୀର ଭାବେ...

୯୦୦୦ ଟଙ୍କା କମ୍‌ ମୂଲ୍ୟରେ କିଣିପାରିବେ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌

ନୂଆଦିଲ୍ଲୀ,୧୯।୬: ଦକ୍ଷିଣ କୋରିଆ ଟେକ୍ନୋଲୋଜି କମ୍ପାନୀ ସାମସଙ୍ଗ ଗାଲାକ୍ସି ନୋଟ ୧୦ ଲାଇଟ୍‌ ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଗାଲାକ୍ସି ନୋଟ ୧୦ ଲାଇଟ୍‌କୁ ମୂଳ...

ନାଲ୍‌କୋ ସହାୟତାରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ

ଭୁବନେଶ୍ୱର,୧୨।୪: ନାଲ୍‌କୋ ପକ୍ଷରୁ ନବରଙ୍ଗପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ, ଖ୍ରୀଷ୍ଟିଆନ ହସ୍ପିଟାଲ ଏବଂ...

ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ସୁଯୋଗ

ନୂଆଦିଲ୍ଲୀ: ଖୁଚୁରା ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଆର୍‌ବିଆଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରତିଭୂତି କ୍ରୟ କରିବା ଦିଗରେ ଏଣିକି ଖୁଚୁରା...

କେନ୍ଦ୍ର ଶାସିତ ଅଞ୍ଚଳରେ ବିତରଣ କମ୍ପାନୀ ଘରୋଇକରଣ

ନୂଆଦିଲ୍ଲୀ,୧୭।୫ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡିକ ଘରୋଇକରଣ ହେବ ବୋଲି ଜଣାପଡ଼ିଛି। ଲୋକଙ୍କୁ ଉନ୍ନତ ସେବା ଯୋଗାଣ ଲକ୍ଷ୍ୟରେ ଏଭଳି ପଦକ୍ଷେପ ହାତକୁ ନିଆଯାଉଛି।...

କୋଭିଡ୍‌ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୫।୩: ବିମାନଯାତ୍ରୀଙ୍କ ଲାଗି ମାସ୍କ ନିୟମ କଡ଼ାକଡ଼ି କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇଛି। ଯେଉଁ ଯାତ୍ରୀ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ...

ଆସିପାରେ କରୋନା ବଜେଟ

ନୂଆଦିଲ୍ଲୀ,୨୦ ।୪: କରୋନା ବିରୋଧୀ ଲଢ଼େଇରେ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପଜଗତ...

Advertisement


Archives

Model This Week

Why Dharitri