ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ ଉତ୍ସବ ଆସନ୍ତା ୨୭ ତାରିଖରେ ସମୁହ କ୍ୟାଣ୍ଡେଲ ଡେ ପାଳନ କରାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । କ୍ୟାଥଲିକ୍‌ ଖ୍ରୀଷ୍ଟିଆନଙ୍କ ମହା ଦେବାଳୟ ସ୍ଥାନୀୟ କୁଇନ ମିଶନ ଚର୍ଚ୍ଚରେ ରହିଛି। ସେଠାରେ ମେରିଆଙ୍କ ପ୍ରତିମୂର୍ତ୍ତି ଅଛି। ଏହା ଦେଶର ଏକ ମାତ୍ର ଦେବାଳୟ ବୋଲି କୁହାଯାଇଛି । ପ୍ରତିବର୍ଷ ନଭେମ୍ବର ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ମୁଖ୍ୟ ଯାଜକ ସଞ୍ଜିତ କୁମାର ନାୟକ ଏହାକୁ ସଂଯୋଜନା କରିଥିଲେ। ସରକାରୀ ଯାଜକ ଶଶୀକାନ୍ତ ମାଳୀଙ୍କ ସମେତ ସୁରେଶ ନାୟକ, ଅନନ୍ତ ନାୟକ, ଦୀନବନ୍ଧୁ ନାୟକ ଓ ସୁବୀର ସିଂ ପ୍ରମୁଖ ଯାଜକମାନେ ଦିବ୍ୟ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ବହୁ ସଂଖ୍ୟକ କ୍ୟାଥଲିକ ଖ୍ରୀଷ୍ଟିଆନ ମହିଳା ଓ ପୁରୁଷ ଦିବ୍ୟଯଜ୍ଞ ଦର୍ଶନ ସହ ମେରିଆଙ୍କ ପୀଠରେ ସମୂହ ପ୍ରାର୍ଥନା କରିଥିଲେ। ଏହି ସମ୍ପ୍ରଦାୟର ଯୁବଗୋଷ୍ଠୀ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ଅପରପକ୍ଷରେ ପବିତ୍ର ମିଶନ ରାଣୀ ପର୍ବ ପାଇଁ ସୋମବାରୁ କୁଇନ ମିଶନ ଚର୍ଚ୍ଚ ଉତ୍ସବମୁଖର ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ: ଓବିସିଙ୍କ ପାଇଁ ରହିବନି ସଂରକ୍ଷଣ

ଭୁବନେଶ୍ୱର,୩ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓ୍ବାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ମ୍ୟୁନିସିପାଲ କମିଶନର ଓ ଜିଲାପାଳଙ୍କୁ...

ଟ୍ରଲିରେ ବୁହାହେଲା ମୃତଦେହ

ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା...

ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ହେବ କ୍ଲାସ ପ୍ରମୋଶନ ପରୀକ୍ଷା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ସ୍କୁଲ୍‌ଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲୁଛି। ଅଷ୍ଟମରୁ ଦ୍ୱାଦଶ ପାଠପଢ଼ା ଆରମ୍ଭ ହୋଇଛି। ସେହିଭଳି ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲୁଥିଲେ ମଧ୍ୟ...

୧୩ ବର୍ଷ ପରେ ସଙ୍ଗୀତକାର ସୁମନ୍ତ ମହାନ୍ତିଙ୍କ ହତ୍ୟାକାଣ୍ଡର ୫ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ୨୦୦୮ରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରାଯାଇଥିଲା। ତେବେ ଦୀର୍ଘ ୧୩ ବର୍ଷ ପରେ ଏହି ଘଟଣାରେ ସମ୍ପୃକ୍ତ ବିକ୍ରମ ଆଦିତ୍ୟ ଜେନାଙ୍କୁ...

ଶାସନ୍ଦା ସଂଖ୍ୟାଲଘୁ ବସ୍ତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ: କ୍ଷେତ୍ର ପରିଦର୍ଶନ କଲେ ବିଧାୟିକା

ବିଞ୍ଝାରପୁର,୨୨ା୬(ଡି.ଏନ,ଏ): ବିଞ୍ଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ଶାସନ୍ଦା ଗ୍ରାପର ସଂଖ୍ୟାଲଘୁ ବସ୍ତିର...

ଏଏସ୍‌ଆଇ କହିଥିଲା ଅନୁମୋଦନ ଜରୁରୀ

ପୁରୀ ଅଫିସ,୧୩।୫: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟର ଅନୁମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ (ଡିଜି)ଙ୍କୁ ଚିଠି କରାଯିବା ଦରକାର...

କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେଉନି ପ୍ରଶାସନ: ପ୍ରତିବାଦରେ ଥାନା ସମ୍ମୁଖରେ ଧାରଣା

ରାଉରକେଲା ଅଫିସ,୧୨।୭-ଜଣେ କରୋନା ସଂକ୍ରମିତଙ୍କୁ ମେଡିକାଲ ନେବା ଦାବିରେ ରବିବାର କୋଏଲନଗର ଅଞ୍ଚଳର କିଛି ଲୋକ ପ୍ରଶାସନକୁ ନେହୁରା ହୋଇଛନ୍ତି। ହେଲେ ସେମାନଙ୍କୁ ନିରାଶ ହେବାକୁ...

ଓଡ଼ିଶାରେ କାମ କରିବାକୁ ଦକ୍ଷିଣ କୋରିଆ କମ୍ପାନୀ ଆଗ୍ରହ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଦକ୍ଷିଣ କୋରିଆ ଓ ଓଡ଼ିଶା ମଧ୍ୟରେ ଦ୍ବି-ପାକ୍ଷିକ ବାଣିଜ୍ୟ ସୁଯୋଗ ସୃଷ୍ଟି ଉପରେ ରାଜ୍ୟ ସରକାରଙ୍କ ସହିତ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ...

Advertisement
Archives

Model This Week