ବାତ୍ୟା ସୁହାଇଲା,୨୩ ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୧୧ (ରବିନାରାୟଣ ଜେନା): ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଶୁକ୍ରବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ସଂସଦୀୟ ବ୍ୟାପାର ତଥା ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସଦସ୍ୟ ରଘୁନାଥ ଜଗଦଲାଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଡାକିଥିଲେ। ମନ୍ତ୍ରୀ ନେଟଓ୍ବର୍କ ସମ୍ପର୍କରେ କହିବାକୁ ଉଦ୍ୟମ କରିବା କ୍ଷଣି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ଗୃହର ମଧ୍ୟଭାଗକୁ ଚାଲି ଆସି ହାତରେ ବ୍ୟାନର ଧରି ପ୍ରବଳ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡିର ଉପମୁଖ୍ୟସଚେତକ ପ୍ରତାପ ଦେବ ଏବଂ ସଦସ୍ୟ ଗୌତମବୁଦ୍ଧ ଦାସ, ଧ୍ରୁବଚରଣ ସାହୁ ପ୍ରମୁଖ ଗଞ୍ଜାମ ବନ୍ୟା ମନୁଷ୍ୟକୃତ ବୋଲି ଦର୍ଶାଇ ଗୃହର ମଧ୍ୟଭାଗରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି ସମୟରେ ବାଚସ୍ପତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସଦସ୍ୟ ପ୍ରତାପ ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଡାକିଥିଲେ। ମନ୍ତ୍ରୀ ସୂରଜ +୩ ମହାବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉତ୍ତର ପଢୁଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତିକୁ ନେଇ ବାଚସ୍ପତି ପାଢ଼ୀ ପ୍ରଥମେ ୧୦ଟା ୪୦ମିନିଟ୍‌ରୁ ୧୧ଟା ୩୦ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ପରେ ୧୧ଟା ୩୦ମିନିଟ୍‌ରେ ବାଚସ୍ପତି ପାଢ଼ୀ ସର୍ବଦଳୀୟ ବୈଠକର ନିଷ୍ପତ୍ତିକ୍ରମେ ବାତ୍ୟା ‘ଅକ୍ୱାନ’ ପାଇଁ ଗୃହକୁ ୨୩ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ମୁଲତବୀ କରାଗଲା ବୋଲି ଘୋଷଣା କରିଥିଲେ। ଗୃହ ମୁଲତବୀ ପରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ପରସ୍ପର ଉପରକୁ ଦୋଷାରୋପ କରିଥିଲେ।
କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, କୋଟିଆ ଆମର। ମା’ମାଟି ଆଗ,ଦଳ ପଛ। କୋଟିଆ ପାଇଁ ଲଢ଼େଇ ଜାରି ରହିବ। ଦରକାର ପଡ଼ିଲେ ବିଧାନସଭାରେ ଆତ୍ମାହୁତି ଦେବି ବୋଲି ସେ ଚେତାବନୀ ଦେଇଥିଲେ। ସେ କହିଥିଲେ, ସର୍ବଦଳୀୟ ବୈଠକରେ ଗୃହରେ କେଉଁ କେଉଁ ବିଭାଗ ଉପରେ ଆଲୋଚନା ହେବ, ସେନେଇ ଗୁରୁବାର ନିଷ୍ପତ୍ତି ହୋଇଥିଲା। ଗୃହ ପରିଚାଳନା ପାଇଁ ବୈଠକ ଡକାଯାଇଥିଲା, ମାତ୍ର ଗୃହ ଚଳାଇବା ଲାଗି ନୁହେଁ। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି କୋଟିଆ। କେବଳ କୋଟିଆ ନୁହେଁ, ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ନନ୍ଦପୁରଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ପ୍ରାୟ ୫୦ଟି ଗାଁ ଉପରେ ନିଜର ଦାବି ଜାହିର କରିଆସୁଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟର ହସ୍ତକ୍ଷେପ ଏବଂ ସୀମା ବିବାଦ ସମ୍ପର୍କରେ ଗୃହରେ ବିସ୍ତୃତ ଆଲୋଚନା ହେବା ଦରକାର। ମୋ ଜୀବନଠାରୁ ମୋ ମାଟି ଅଧିକ ମୂଲ୍ୟବାନ ବୋଲି ତାରା କହିଥିଲେ। ବିଜେଡି ସଦସ୍ୟ ଗୌତମବୁଦ୍ଧ ଦାସ କହିଥିଲେ, ଗୃହ ଚଳାଇବାର ଚାବିକାଠି ଶାସକ ଦଳ ହାତରେ। ହେଲେ ଶାସକଦଳ ତିନି ଦିନ ଧରି ଗୋଟିଏ କଥା କହୁଛନ୍ତି। ବିଧାନସଭା ଆରମ୍ଭରୁ ସରକାର କହିଥିଲେ ସବୁ ପ୍ରସଙ୍ଗରେ ଆଲୋଚନା କରିବେ। ଆମେ ଗଞ୍ଜାମ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରୁଛୁ, ହେଲେ ସରକାର ଶୁଣୁ ନାହାନ୍ତି। ବାତ୍ୟା ଓ ବନ୍ୟା ପ୍ରସଙ୍ଗରେ ଆଲୋଚନା ନ କରି ଶାସକ ଦଳ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ବୁଝାପଡୁନାହିଁ।
ଅନ୍ୟପକ୍ଷରେ ଭାଜପା ସଦସ୍ୟ ସନ୍ତୋଷ ଖଟୁଆ କହିଛନ୍ତି, ଗତ ୫୦ ବର୍ଷ ଭିତରେ କଂଗ୍ରେସ କ’ଣ କରିଛନ୍ତି ଚିଠା ଦିଅନ୍ତୁ l ଡବଲ୍‌ ଇଞ୍ଜିନ୍‌ ସରକାର କୋଟିଆର ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି l ଏହି ଅଞ୍ଚଳରେ ବହୁ ଖଣିଜ ସମ୍ପଦ ମଧ୍ୟ ରହିଛି। କୋଟିଆ ପ୍ରସଙ୍ଗକୁ କେବଳ ଏକ ଅଞ୍ଚଳର ବିକାଶ କିମ୍ବା କୌଣସି ଗୋଟିଏ ସରକାରର ପ୍ରସଙ୍ଗ ଭାବେ ଦେଖିବା ଉଚିତ ନୁହେଁ। ଦୁଇଟି ରାଜ୍ୟ ମଧ୍ୟରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୀମା ବିବାଦ ଏବଂ ଓଡ଼ିଶାର ଅଖଣ୍ଡତା ଓ ସ୍ବାଭିମାନର ପ୍ରଶ୍ନ। ଏହାକୁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରଖି ସମସ୍ତେ ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ। ସେହିପରି ବିଜେଡି ଯେଉଁ ଗଞ୍ଜାମ ବନ୍ୟା ପ୍ରସଙ୍ଗ କହୁଛନ୍ତି, ତାହା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଖଟୁଆ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

କୃତ୍ରିମ ଚନ୍ଦ୍ର ମାଟିରେ ଆଳୁ ଚାଷ କଲେ ବୈଜ୍ଞାନିକ

ୱାଶିଂଟନ, ୨୧ା୧୧: କୃତ୍ରିମ ଚନ୍ଦ୍ର ମାଟିରେ ପୁଷ୍ଟିକର ଏବଂ ଖାଇବା ଉପଯୋଗୀ ଆଳୁ ଚାଷ କରିବାରେ ବୈଜ୍ଞାନିକମାନେ ସଫଳତା ହାସଲ କରିଛନ୍ତି। ନାସା ସହାୟତାରେ ଓରେଗନ୍‌ ଷ୍ଟେଟ୍‌…

‘ଅକ୍ୱାନ’ ଦୁର୍ବଳ: ପବନ କମ୍‌, ଅଧିକ ବର୍ଷିଲା

ଭୁବନେଶ୍ୱର, ୨୧ା୧୧ (ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ସ୍ଥଳଭାଗ ଛୁଇଁଛି। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ…

ମାତ୍ର ୬ ରନ୍‌ରେ ଏକାକୀ ଅଧା ଟିମ୍‌କୁ ଆଉଟ୍ କଲେ ପ୍ରିନ୍ସ ଯାଦବ; କ୍ୟାରିୟରରେ ପ୍ରଥମ ଥର କଲେ ବଡ଼ କମାଲ୍!

ନୂଆଦିଲ୍ଲୀ, ୨୦।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ନିଜ ପ୍ରଥମ ମୁକାବିଲାରେ ଇଣ୍ଡିଆ-ଏ ଜବରଦସ୍ତ ପ୍ରଦର୍ଶନ କରିଛି। ଇଣ୍ଡିଆ-ଏ ନେପାଳକୁ ୩୦୬ ରନ୍‌ର ବିଶାଳ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?