ମହୁଲ ମଞ୍ଜିର ଅଭାବୀ ବିକ୍ରି: ଆଦିବାସୀଙ୍କୁ ମିଳୁନି ଉଚିତ୍‌ ମୂଲ୍ୟ

ଫିରିଙ୍ଗିଆ,୧୪ା୬- କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଅଧିକାଂଶ ଆଦିବାସୀ ଲୋକେ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। ଯେଉଁଥିରୁ କିଛି ଟଙ୍କା ରୋଜଗାର କରି ପରିବାର ଚଳାନ୍ତି। ସେଥିମଧ୍ୟରୁ ମହୁଲ ମଞ୍ଜି ଅନ୍ୟତମ। ଯେଉଁଥିରୁ ତେଲ ବାହାର କରାଯାଏ। ଏହି ତେଲ ଖାଇବାଠାରୁ ଆରମ୍ଭ କରି ସାବୁନ ତିଆରିରେ ବ୍ୟବହୃତ ହୁଏ। ଏହାର ବଜାର ଆଜି ପର୍ଯ୍ୟନ୍ତ ସୃଷ୍ଟି କରାଯାଇନାହିଁ। ବାହାରର ବ୍ୟବସାୟୀମାନେ ଏହି ଜିଲାରୁ ଅଳ୍ପ ଦରରେ ଆଦିବାସୀଙ୍କଠାରୁ ମହୁଲ ମଞ୍ଜି କ୍ରୟ କରି ବାହାରେ ଚଢ଼ା ଦରରେ ବିକି ମାଲାମାଲ ହେଉଛନ୍ତି। ସରକାରୀସ୍ତରରେ ଏହାର କିଣା ବିକା ହେଉ ନ ଥିବାରୁ ସିଧାସଳଖ ଭାବେ ଆଦିବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ଏହାର ବଜାର ସୃଷ୍ଟି କରିବା ପାଇଁ ସେମାନେ ଦାବି କରିଛନ୍ତି। ସାଧାରଣତଃ ମହୁଲ ଫୁଲରୁ ପୋଚ କରାଯାଇ ମହୁଲି ମଦ ତିଆରି କରାଯାଏ ବୋଲି ଲୋକଙ୍କ ଧାରଣା ରହିଛି। ଏଥିରୁ ମହୁଲ ପିଠା ମଧ୍ୟ ପ୍ରସ୍ତୁତ ହୁଏ। ଏହାର ମଞ୍ଜିରୁ ତେଲ ପ୍ରସ୍ତୁତ କରାଯାଏ। ଏହାକୁ ଆଦିବାସୀମାନେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ସେହିପରି ସାବୁନ ପ୍ରସ୍ତୁତିରେ ଏହି ତେଲ ଲାଗିଥାଏ। ପ୍ରତିବର୍ଷ ଏପ୍ରିଲରୁ ଜୁନ୍‌ ଏହି ୩ମାସ ମଧ୍ୟରେ ମହୁଲ ଫୁଲ ଫୁଟି ଝଡିବା ପରେ ଫଳ ଫଳିଥାଏ। ଏହାକୁ ସ୍ଥାନୀୟ ଭାଷାରେ ଟୋଲ କୁହାଯାଏ। ଆଦିବାସୀମାନେ ଏହି ଟୋଲକୁ ଗଛରୁ ସଂଗ୍ରହ କରି ଶୁଖାଇ ସେଥିରୁ ମଞ୍ଜି ବାହାର କରନ୍ତି। ଯାହାକୁ ଗୋରା କୁହନ୍ତି। ଜଣେ ଲୋକ ଭୋର ୫ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୪ରୁ ୫ କେଜି ପର୍ଯ୍ୟନ୍ତ ଟୋଲ ସଂଗ୍ରହ କରନ୍ତି। ପ୍ରାୟ ଏକ ସପ୍ତାହ ଶୁଖିଲା ପରେ ତାକୁ ଫଟାଇ ଗୋରା (ମଞ୍ଜି) ବାହାର କରନ୍ତି। ମଞ୍ଜିକୁ ଗୁଣ୍ଡ କରି ଶିଝାଇବା ପରେ ସେଥିରୁ ତେଲ ବାହାର କରାଯାଏ। ୫ କିଲୋ ଟୋଲରୁ ପ୍ରାୟ ୩ କେଜି ଗୋରା ବାହରେ ଓ ଏଥିରୁ ପ୍ରାୟ ୨ କେଜି ତେଲ ବାହାରେ। ଏହି ତେଲ ଓ ଖଦାକୁ ଆଦିବାସୀମାନେ ଖାଦ୍ୟ(ପିଠା, ତରକାରୀ) ଭାବେ ବ୍ୟବହାର କରନ୍ତି। ତେବେ ଟୋଲ ସଂଗ୍ରହ ଠାରୁ ପ୍ରସ୍ତୁତ ପର୍ପ୍ୟନ୍ତ ବହୁ ସମୟସାପେକ୍ଷ ଓ ଅଧିକ ପରିଶ୍ରମ କରିବାକୁ ପଡୁଥିବାରୁ ଅନେକ ଏହାକୁ ବଜାରରେ ବିକ୍ରି କରି ଦେଉଛନ୍ତି। ଗୋରାରୁ ଆଧୁନିକ ପ୍ରକ୍ରିୟାକରଣ ମଧ୍ୟମରେ ତେଲ ପ୍ରସ୍ତୁତ କରାଯାଉଛି। ବ୍ୟବସାୟୀମାନେ ଏହି ମଞ୍ଜିକୁ ଆଦିବାସୀଙ୍କଠାରୁ କେଜି ପ୍ରତି ୧୫ ରୁ ୨୦ ଟଙ୍କା ଦରରେ କିଣି ନେଇ ଚଢା ଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ହେଲେ ଦିନ ତମାମ ପରିଶ୍ରମ କରି ଗୋରା ସଂଗ୍ରହ କରୁଥିବା ଆଦିବାସୀ ଉଚିତ୍‌ ମୂଲ୍ୟ ପାଇ ପାରୁ ନାହାନ୍ତି। ଯଦି ସରକାର ମଣ୍ଡି କିମ୍ବା ସୋସାଇଟି ମାଧ୍ୟମରେ ଏହାକୁ କ୍ରୟ କରନ୍ତେ କିମ୍ବା ଜିଲାରେ ଏହାର ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରନ୍ତେ ତେବେ ଆଦିବାସୀମାନେ ଏହି ଜଙ୍ଗଲଜାତ ପଦାର୍ଥର ଉଚିତ ମୂଲ୍ୟ ପାଇପାରନ୍ତେ। ଏଥିପ୍ରତି ଦୃଷ୍ଟି ଦେବାକୁ ଗୋଛାପଡା ପଞ୍ଚାୟତର ଡେରାକୁା ଗ୍ରାମବାସୀ ଅଞ୍ଜଳୀ ଦିଗାଲ, ମାଣିକ ଦିଗାଲ, ବିଘ୍ନେଶ୍ୱର ଦିଗାଲ, ଡମ୍ବୁରୁଧର ଦିଗାଲ, ଜାମବତୀ କହଁର ପ୍ରମୁଖ ବହୁ ଆଦିବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ...

ବାଘ ଠାବ ପାଇଁ ଟ୍ରାପ୍‌ କ୍ୟାମେରା ଲାଗିପାରୁନାହିଁ: ଗୁଣ୍ଡିରିବାଡ଼ିବାସୀ ଆତଙ୍କିତ, ଘୁରି ବୁଲିଛି ବନ ବିଭାଗ

ଭଞ୍ଜନଗର,୫।୧୧(ଡି.ଏନ.ଏ)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଗୁଣ୍ଡିରିବାଡ଼ି, ତେନ୍ତୁଳିଆ, ଲଣ୍ଡେଇହିଲ୍‌ ଅଞ୍ଚଳବାସୀଙ୍କୁ ବିଗତ କିଛିଦିନ ହେବ ବାଘ ଆତଙ୍କ ଘାରିଛି। ସୋମବାର ରାତିରେ...

ଅକ୍ସିମିଟର ଆପ ଡାଉନ୍‌ଲୋଡ ନ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ପରାମର୍ଶ: ଫିଙ୍ଗର ପ୍ରିଣ୍ଟ ନେଇ ଲୁଟୁଛନ୍ତି ଟଙ୍କା

ଛତ୍ରପୁର,୨୬।୫(ଡି.ଏନ୍‌.ଏ.): ସୁଗାର, ବିପି ଓ ଅକ୍ସିଜେନ ସ୍ତର କ’ଣ ଅଛି ମୋବାଇଲ ଫୋନ ଦ୍ୱାରା ଜାଣିବାକୁ ପ୍ରାୟ କେତେ ଲୋକ ଅକ୍ସିଜେନ ଆପ ଡାଉନଲୋଡ଼ କରୁଛନ୍ତି।...

ମାସ୍କ ନ ପିନ୍ଧି ଦେଲେ ୮୭ ହଜାରରୁ ଅଧିକ ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୯।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର...

ଜନସେବା କେନ୍ଦ୍ରକୁ ତାଗିଦ: ନିର୍ଦ୍ଧାରିତ ଦରଠାରୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରଗିରି,୩୦।୭(ଡି.ଏନ୍‌.ଏ.): ବାରମ୍ବାର ସରକାରୀ ଦପ୍ତରକୁ ନଯାଇ ସହଜରେ ଏବଂ କମ୍‌ ଖର୍ଚ୍ଚରେ କିପରି ବିଭିନ୍ନ ସରକାରୀ ପ୍ରମାଣପତ୍ର ପାଇପାରିବେ ସେ ନେଇ ବିଭିନ୍ନ ସ୍ଥାନରେ ଜନସେବା...

ହାଇଓ୍ବା ଚାପାରେ ୫ ବର୍ଷ ଶିଶୁର ଜୀବନ ଗଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ହିଞ୍ଜିଳିକାଟୁ,୧୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ହିଞ୍ଜିଳି- ତାରାତାରିଣୀ ରୋଡ୍‌ରେ ସୋମବାର ଏକ ବାଲି ବୋଝେଇ ହାଇଓ୍ବା ଚାପାରେ ଜଣେ ୫...

ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ

ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ...

ଟ୍ରେନ ଆଗକୁ ଡେଇଁ ବିଇଡ଼ି ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୧୧: ରେଳବାଇ ପୋଲିସ(ଜିଆରପି) ଶୁକ୍ରବାର କନିଷି-ଶିହଳା ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଆସିକା ଝଗଡ଼େଇର ସଂଗ୍ରାମ ବେହେରା(୨୪)। ପୋଲିସ...

Advertisement
Archives

Model This Week