ମହାପ୍ରୟାଣ ଗାଡ଼ିରେ ପରିବା ବୁହା

ଅନୁଗୋଳ ଅଫିସ୍‌, ୧୩।୩  – ମେଡିକାଲରୁ ସମ୍ମାନର ସହ ମୃତଦେହ ପରିବହନ ପାଇଁ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ହେଲେ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଜରୁରୀ ସେବାରେ ଲାଗିଥିବା ଏହି ଗାଡ଼ି ମଧ୍ୟରୁ କେତେକରେ କଦଳୀ, କଖାରୁ ଆଦି ପନିପରିବା ହାଟ, ବଜାରକୁ ନିଆଯାଉଥିବା ଦେଖାଯାଉଛି। ଏପରି ଏକ ଘଟଣା ରବିବାର ଅନୁଗୋଳ ଜିଲାରେ ଘଟିଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି। ଉକ୍ତ ଗାଡ଼ିଟି କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଉଲ୍ଲେଖ ଥିବାବେଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡା. ପ୍ରତାପ କୁମାର ବେହେରା କହିଛନ୍ତି, ଆମ ଜିଲାର ମହାପ୍ରୟାଣ ଗାଡ଼ିରେ ଏଭଳି ହୋଇନାହିଁ। ତଥାପି ଘଟଣା ସମ୍ପର୍କରେ ଉକ୍ତ ଜିଲାର ଅଧିକାରୀଙ୍କୁ ଅବଗତ କରାଯିବ।
ସହରବାସୀଙ୍କ କହିବା ଅନୁଯାୟୀ, କଟକ ବଡ଼ ମେଡିକାଲରୁ ମୃତଦେହ ନେଇ ଉକ୍ତ ମହାପ୍ରୟାଣ ଗାଡ଼ି (ନଂ. ଓଡି ୦୫ୱାଇ-୭୩୧୫) ଅନୁଗୋଳ ଅଭିମୁଖେ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତାରେ କଟକ ଜିଲା ରେଡକ୍ରସ୍‌ ଦ୍ୱାରା ପରିଚାଳିତ ବୋଲି ଗାଡ଼ିରେ ଲେଖାଯାଇଥିଲା। ତେବେ ଫେରିବା ବେଳେ କଖାରୁ, କଦଳୀ ସହ ଅନ୍ୟ ପରିବା ବସ୍ତା ଗାଡ଼ି ଭିତରେ ରଖାଯାଇଥିବା ଓ ଦୁଇ ଜଣ ବ୍ୟବସାୟୀ ବସିଥିବା ପ୍ରଥମେ ବୁଢ଼ୀ ଠାକୁରାଣୀ ଛକରେ ଦେଖିବାକୁ ମିଳିଥିଲା। କେତେଜଣ ଲୋକ ଗାଡ଼ିର ଫଟୋ ଉଠାଇବା ଓ ଭିଡିଓ କରୁଥିବା ଦେଖି ଦୁଇ ବ୍ୟବସାୟୀ ଗାଡ଼ିରୁ ଓହ୍ଲାଇ ଜଗନ୍ନାଥ ମନ୍ଦିର ସମ୍ମୁଖ ନାରଣ ସାଗର ଆଡ଼କୁ ଚାଲିଯାଇଥିଲେ। ଏହାପରେ ମହାପ୍ରୟାଣ ଗାଡ଼ି ଚାଳକ ଓ ହେଲପର ଗାଡ଼ିକୁ କିଛିବାଟ ଆଗକୁ ନେଇଯାଇଥିଲେ। ପରେ ଦୁଇ ବ୍ୟବସାୟୀଙ୍କୁ ବସାଇ ଗାଡ଼ିଟି କଟକ ଅଭିମୁଖେ ଚାଲିଯାଇଥିବା ଦେଖାଯାଇଥିଲା। ଏ ସମ୍ପର୍କରେ ସହରର ଜଣେ ପରିବା ବ୍ୟବସାୟୀ କହିଛନ୍ତି, ଅନୁଗୋଳରେ ଅମଳ ହେଉଥିବା ପରିବା ଦର କଟକରେ ଅଧିକ ରହୁଛି। ଗାଡ଼ି କରି କଟକ ପରିବା ସେଠାକୁ ନେଲେ ଅଧିକ ଖର୍ଚ୍ଚ ପଡ଼ୁଛି। ଟ୍ରେନ୍‌ରେ ନେଲେ ଧରପଗଡ଼ କରାଯାଉଛି। ତେଣୁ ଅନେକ ସମୟରେ ଅନୁଗୋଳ ଆସୁଥିବା ବିଭିନ୍ନ ସରକାରୀ ଗାଡ଼ିରେ ପରିବା ନେବା ପାଇଁ ଏପରି ବ୍ୟବସାୟୀମାନେ ଚାହିଁ ବସିଥାନ୍ତି। ଏ ନେଇ ଭାରପ୍ରାପ୍ତ ସିଡିଏମ୍‌ଓ ବେହେରା କହିଛନ୍ତି, ଏଭଳି ଘଟଣା ଉପରେ ନଜର ରଖାଯିବ। ମେଡିକାଲ ଗାଡ଼ିରେ ଏପରି ହେଉଥିଲେ ସମ୍ପୃକ୍ତ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ...

ଅନୁଗୋଳ ପୌରପାଳିକାରେ ଲାଗୁହେଲା ଏଫଏସ୍ଏମ୍ ନିୟମ: ଘରୋଇ ସଂସ୍ଥା ପଞ୍ଜୀକରଣ ନ କଲେ ଜରିମାନା

ଅନୁଗୋଳ ଅଫିସ, ୧୧।୧ – ଅନୁଗୋଳ ପୌରପାଳିକାରେ ଶୁକ୍ରବାର ଠାରୁ ଏଫ୍‌ଏସ୍‌ଏମ୍‌ ନିୟମ ଲାଗୁ ହୋଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ତାଳଚେର ପୌରପାଳିକା ଓ...

ଶୁଖିଲା ଖାଦ୍ୟ ପ୍ରଦାନ

ଛେଣ୍ଡିପଦା, ୨୨।୪(ସ୍ବ.ପ୍ର.) – ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ କମ୍ପାନୀ ପକ୍ଷରୁ ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ୩ଶହ...

ପାଇପ୍‌ ଲାଇନ୍‌ ବିଛାଯିବାକୁ ଖୋଳାଯାଇଥିଲା ଗାତ: ବାଇକ୍‌ ସହ ପଡ଼ି ଆଖି ବୁଜିଲେ ବ୍ୟକ୍ତି

ଖମାର,୨୨।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ...

ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ: ଉତ୍ତେଜନା, ରାଜପଥ ଅବରୋଧ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ସହରସ୍ଥିତ ଅଗ୍ନିଶମ ବିଭାଗ ଛକରେ ଶନିବାର ଏକ ଦୁର୍ଘଟଣାରେ ସୌଭାଗ୍ୟନଗରର ଦୋଳ ଗୋଚ୍ଛାୟତ(୩୨)ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ...

ଅନୁଗୋଳରେ ଆଉ ୨ କରୋନା ପଜିଟିଭ

ଅନୁଗୋଳ ଅଫିସ, ୨୧।୫- ଅନୁଗୋଳରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ଅନୁଗୋଳରେ କରୋନା ପଜିଟିଭ ସଂଖ୍ୟା...

କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା

ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ...

ଦୂରେଇ ଦେଉଛି ଦର

ବଇଣ୍ଡା,୨୯ା୧୦ (ପରିକ୍ଷିତ ସାହୁ): ଗରିବ ବୋଲି କିଲୋପିଛା ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର। ହେଲେ ସେହି ଗରିବଙ୍କୁ ଯୋଗାଉଥିବା କିରୋସିନର ମୂଲ୍ୟ ରଖିଛନ୍ତି ଲିଟର...

Advertisement
Archives

Model This Week