ଭକତ ନା ଭିକାରି

ଡ. କୁଳାଙ୍ଗାର
ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି କରି ଭିକ ମାଗିବା ଆମର ପୁରାତନ ଭକ୍ତକବିମାନେ ନାନା ଢଙ୍ଗରେ ଲେଖିଛନ୍ତି। କିନ୍ତୁ ଆଜି ଆସନ୍ତୁ ସ୍ବୟଂ ଠାକୁରଙ୍କ ପାଇଁ ଭିକାରି ପାଲଟି ଯାଉଥିବା ଭକତଙ୍କ ସମ୍ପର୍କରେ ଜାଣିବା!
କିଛିଦିନ ତଳେ ମୋ ସାଙ୍ଗର ଜଣେ ବିଦେଶୀ ସାଙ୍ଗ ତାଙ୍କ ଘରକୁ ଆସିଥିଲା। ମୋ କଥା ପଢୁ ପଢୁ ଆପଣ ମନେମନେ ପଚାରିବେଣି- ଉଁ… ତା’ର ପୁଣି ବିଦେଶୀ ସାଙ୍ଗ କୁଆଡୁ ଆସିଲେ? କୁଆଡୁ ଆଉ ଆସିବେ! ସାମାଜିକ ଗଣମାଧ୍ୟମ ମୁଖପୁସ୍ତକ (ଫେସବୁକ୍‌)ରେ ପରା ମାଳମାଳ ବିଦେଶୀ ବନ୍ଧୁ। ଅବଶ୍ୟ ସେଥିରୁ ଅଧିକାଂଶ ଠକ ଓ ନକଲି, ତେବେ କିଛି ବନ୍ଧୁ ଅସଲି। ସେଇ ଅସଲି ବନ୍ଧୁ ଗୋଟିଏ ତା’ ପାଖକୁ ଆସିଥିଲା ଆଶା ନେଇ। ଆଶା କେମିତି ଧରାଧରି କରି ଲୁଚିକରି ପୁରୀରେ ଯାଇ ଦେଉଳରେ ପଶି ଜଗନ୍ନାଥଙ୍କୁ ଦର୍ଶନ କରିବ!
ଏଥିପାଇଁ ପ୍ରାରମ୍ଭିକ ଯୋଗାଯୋଗ ହେଉହେଉ ବାତ୍ୟା ଆସିଗଲା। ତାହା ପୁଣି ପୁରୀରେ ମାଡ଼ ହେବ ଶୁଣି ବିଦେଶୀ ବନ୍ଧୁଟି ଡରିଗଲା। ତା’ ପର କଥା ତ ଆପଣ ଜାଣନ୍ତି। ବିନା ବିଜୁଳିରେ ସିଏ ଦି ଦିନ ରହିଗଲା ସିନା ସେ ଗୋରା ଚମଡାକୁ ହାତପଙ୍ଖା କାଟୁକଲା ନାଇଁ। ଅଗତ୍ୟା ସିଏ ବିଦେଶୀ ବନ୍ଧୁକୁ ଧରି ଅନ୍ୟ ସହରୀମାନଙ୍କ ପରି ଗାଆଁକୁ ବାହାରିଲା। କିଛିବାଟ ଯିବା ପରେ ଦଳେ ଲୋକ ଚିତାତିଳକ ହୋଇ ହାତରେ ପିତ୍ତଳ ଥାଳି ଧରି ଗାଡିଟାକୁ ଅଟକେଇଲେ। ବିଚରାଗୁଡାକ ବାତ୍ୟାବିପନ୍ନ ହୋଇଥାଇପାରନ୍ତି। କିନ୍ତୁ ଏ ଅଞ୍ଚଳରେ ତ ବାତ୍ୟାର ନାଁଗନ୍ଧ ନାହିଁ, ଲାକଗୁଡାକ ମଧ୍ୟ ଉଜ୍ଜ୍ୱଳିଆ ଦେଖାଯାଉଛନ୍ତି। କାର୍‌ ସାମ୍ନାରେ ମାନବଶୃଙ୍ଖଳ ଗଢି ଲୋକଗୁଡିକ ଛିଡା ହୋଇଯାଆନ୍ତେ, ଅଗତ୍ୟା ସିଏ ଗାଡି ଅଟକାଇ ପଚାରିଲା- କ’ଣ ହେଲା?
ଟୋକାଟିଏ ଦାନ୍ତ ନେଫେଡି କହିଲା- ତ୍ରିନାଥ ଠାକୁରଙ୍କର ବାର୍ଷିକ ଉତ୍ସବ ହେବ! ସିଏ କହିଲା- ହେବ ତ ହେଉ, ମୋତେ ଅଟକାଉଛ କାହିଁକି? ଟୋକାଟି ପାଟିକୁ ଓସାରି କହିଲା- ଖୁସିରେ ଯାହା ଦେବେ! ସିଏ କହିଲା- ଖୁସି କେମିତି ହେବି, ମୁଁ ତ ଘରେ ବିଜୁଳି ନାହିଁ, ପାଣି ନାହିଁ ଓ ଖାଇବା ନାହିଁ ବୋଲି ଦୁଃଖରେ ଘରକୁ ପଳଉଛି। ଏହା କହି ସିଏ ଗାଡିର ଗତି ବଢ଼ାନ୍ତେ ଅନ୍ୟ ଜଣେ ସ୍ବଳ୍ପଅକ୍ଷରୀ ଭାଷା ପ୍ରୟୋଗ କରି ତାଙ୍କ ଭିତରୁ ଜଣେ କହିଲା- …ଟାକୁ ଛାଡି ଦିଅରେ ଦବନି..!!
ସିଏ ଆଗକୁ ବଢ଼ନ୍ତେ ଏ ସବୁକୁ ଜଳଜଳ କରି ଚାହୁଁଥିବା ବିଦେଶୀ ବନ୍ଧୁଟି ପଚାରିଲା- ସେ ଲୋକଗୁଡାକ ଭିକ ମାଗୁଥିଲେ, ତମେ ଦେଲନି କାହିଁକି? ସିଏ ହସି କରି କହିଲା- ସେମାନେ ଭିକାରି ନୁହନ୍ତି, ଭକତ! ଠାକୁରଙ୍କର ଆନୁଆଲ୍‌ ଡେ କରିବାକୁ ଭିକ୍ଷା ମାଗୁଥିଲେ।
କିଛିବାଟ ଯାଇଛନ୍ତି କି ନାହିଁ ଆଗ ଛକରେ ସମାନ ଢଙ୍ଗରେ ଆଉ ଦଳେ ଲୋକ ଅଟକେଇଲେ ଆଉ ପୁଣି ମାଗିଲେ! ସିଏ ସେଇ ସମାନ ଢଙ୍ଗରେ ନାସ୍ତି କରି ଆଗକୁ ବଢ଼ନ୍ତେ ବନ୍ଧୁ ପଚାରିଲା- ଏଠି ବି କ’ଣ ଗଡ୍‌ଙ୍କର ଆନୁଆଲ୍‌ ଡେ? ସିଏ କହିଲା- ନାଇଁ ଏଠି ଗଡ୍‌ ଓ ଗଡ୍ଡିଆଣୀଙ୍କର ବିବାହ ମାନେ ସାଦି! ସେଥିପାଇଁ ଭୋଜିଭାତ ହେବ! ପାଞ୍ଚହଜାର ଲୋକ ଖାଇବେ। ଠାକୁରଙ୍କୁ ଜିନିଷପତ୍ର ଦିଆଯିବ!! ବନ୍ଧୁ କହିଲା- ଓଃ ହୋ! ତମର ଏଠି ଠାକୁର ବି ଜାନିଯୌତୁକ ନିଅନ୍ତି?
ସିଏ ଲାଜରେ ଗାଡ଼ିର ଗତି ବଢ଼ାନ୍ତେ ଆଗରେ ଗୋଟେ ବଡ଼ ବାଉଁଶ ବାନ୍ଧି ଦିଆଯାଇଛି। ଅତଏବ ଗାଡି ନ ଅଟକେଇ ଗତି ନାଇଁ! ସିଏ ଗାଡି ଅଟକାନ୍ତେ ଭକତଟିଏ ଏକ ହଜାର ଏକଟଙ୍କା ଲେଖାଥିବା ରସିଦ୍‌ ବଢ଼େଇ ଦେଲା। ସିଏ ପଚାରିଲା- କ’ଣ? ଭିକାରି ଭକତ କହିଲା- ବିଶ୍ୱଶାନ୍ତି ମହାଯଜ୍ଞ ଓ ଡ୍ରାମା ହେବ! ସିଏ କହିଲା- ହେବ ତ ହେଉ ମୁଁ ପଇସା ଦେବି କାହିଁକି? ଭକତ କହିଲେ- ବିଶ୍ୱଶାନ୍ତି ହେଲେ ତମେ ବି ସେଥିରୁ ଫାଇଦା ପାଇବନି କି? ସିଏ ଭକତର କଥାରେ ପ୍ରଭାବିତ ହୋଇ ଶହେଟଙ୍କା ବଢ଼େଇ ଦେଲା। ବାଉଁଶ ଉଠିଲା। ଗାଡି ଆଗକୁ ବଢ଼ିଲା। ବନ୍ଧୁ ପଚାରିଲା- ଏଠି କ’ଣ କିଛି ଭଲକାମ ହେବ? ତେମେ ଟଙ୍କା ଦେଲ ଯେ?
ସିଏ ଇଂଲିଶରେ ବୁଝେଇଲା- ୱାର୍ଲଡ ପିସ୍‌ ଫେଷ୍ଟ୍‌ ମାନେ ବିଶ୍ୱଶାନ୍ତି ମହାଯଜ୍ଞ ହେବ! ବନ୍ଧୁ ପଚାରିଲା- ୟେ ଠାକୁର ନା କୁଟନୀତିଜ୍ଞ? ଆଗକୁ ବହୁ ଛକରେ ଏମିତି ବହୁ ଭିକାରି ଭକତେ ଗାଡି ଅଟକାଇଲେ। ଦିଆ ନଦିଆ ହୋଇ ଶେଷରେ ଗାଆଁପାଖ ହେଲା। ବିଦେଶୀ ବନ୍ଧୁ ପଚାରିଲା- ତମର ଏଠି ଠାକୁରେ ଭକତଙ୍କ ଜରିଆରେ ଯାତ୍ରୀଙ୍କୁ ଏତେ ହଇରାଣ କରନ୍ତି?
ସିଏ କହିଲା- ଜମା ନୁହେଁ, ବରଂ ବାରମ୍ବାର ଏପରି ଗାଡି ଅଟକେଇବା ଦ୍ୱାରା ଏ ଭକ୍ତମାନେ ଆମର ବହୁତ ମଙ୍ଗଳ କରିଥାଆନ୍ତି! ନଚେତ୍‌ ରାସ୍ତା ଯଦି ସମ୍ପର୍ଣ୍ଣ ଫାଙ୍କା ଥାଆନ୍ତା ତେବେ ଆମେ ଅତି ଜୋର୍‌ରେ ଗାଡି ଚଳେଇ ଆଗକୁ ମାଡି ପଳାନ୍ତେ। ଧୀରେ ଧୀରେ ଗାଡିର ଗତି ବଢ଼ନ୍ତା। ଫଳରେ ନିୟନ୍ତ୍ରଣ ହରାଇ ନାନା ଦୁର୍ଘଟଣା ହୁଅନ୍ତା। ଏମିତିରେ କେତେ ଧନ ଜୀବନ ଅକ୍ଳେଶରେ ବଞ୍ଚି ଯାଉଛି ଦେଖ!
ତା’ କଥା ଶୁଣି ବିଦେଶୀବନ୍ଧୁ କହିଲା ତା’ ମାନେ ତମ ଠାକୁର ଏଠି ଟ୍ରାଫିକ୍‌ ନିୟନ୍ତ୍ରଣରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥାଆନ୍ତି।
ମାର୍ଫତ-ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ଅଲରା, ନରସିଂହପୁର, କଟକ, ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri