କାମାକ୍ଷାନଗର,୨୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ଶନିବାର ପ୍ରଶାସନ ୧୦ ବର୍ଷରୁ କମ୍ ବୟସର ୧୧ ଜଣ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଛି। ପାଠ ପଢ଼ା ନଁ।ରେ ପିଲାମାନଙ୍କୁ ଘରୋଇ କାମରେ ନିୟୋଜିତ କରାଯିବା, ଠିକ୍ ଭାବେ ଖାଇବାକୁ ନ ଦେବା ଓ ରାତିରେ ପିଲାମାନଙ୍କୁ ତାଲା ପକାଇ କର୍ତ୍ତୃପକ୍ଷ ପଳାଇ ଯାଉଥିବା ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଶିକ୍ଷାଦାନ ନାଁରେ ଉକ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ ୧୧ ଜଣ ଆଦିବାସୀ ପିଲାଙ୍କୁ ରଖାଯାଇଥିଲା। ମାତ୍ର ବିଦ୍ୟାଳୟର ସମ୍ପାଦକ ଓ ଅଧ୍ୟକ୍ଷା ଥିବା ତାଙ୍କ ସ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ସେଠାରେ ପଢାଇବା ବଦଳରେ ନିଜ ଘରେ କାମ କରାଉଥିଲେ। ଏପରି କି ବିଲରୁ ଧାନ କାଟିବା, ବାଡ ଦେବା ଆଦି କାର୍ଯ୍ୟ ପିଲାଙ୍କ ଦ୍ୱାରା କରାଉଥିଲେ। ଏହାଛଡ଼ା ରାତିରେ ପିଲାମାନଙ୍କୁ ଖାଇବାକୁ ନ ଦେଇ ତାଲା ପକାଇ ସମ୍ପାଦକ ଓ ତାଙ୍କ ସ୍ତ୍ରୀ ପଳାଇ ଯାଉଥିଲେ। ଏ ନେଇ ଛାତ୍ରୀଛାତ୍ରମାନେ ଅଭିଭାବକଙ୍କୁ ଜଣାଇବା ପରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ୧୦ ଜଣ ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ। କର୍ତ୍ତୃପକ୍ଷ ସେଠାରେ ନ ଥିବାବେଳେ ପିଲାମାନଙ୍କୁ ଖାଇବାକୁ ଦିଆଯାଇ ନ ଥିବା ସେମାନେ ଦେଖିବାକୁ ପାଇଥିଲେ। ସକାଳେ ଖବରପାଇ କାମାକ୍ଷାନଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଳଧର ଲେଙ୍କା, କାମାକ୍ଷାନଗର ଥାନା ଏସ୍ଆଇ ଶ୍ରୀନିବାସ ସେଠୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମହୁଲପାଳ ଗ୍ରାମ କମିଟି ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ ଭୋକିଲା ପିଲାଙ୍କୁ ବିସ୍କୁଟ ଓ ପାଣି ଯୋଗାଇବା ସହ ଘଟଣାକୁ ନିନ୍ଦା କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲେଙ୍କା କହିଛନ୍ତି, ଘଟଣାରେ ସତ୍ୟତା ରହଛି। ପିଲାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଆଗକୁ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଏପରି ଅଭିଯୋଗକୁ ବିଦ୍ୟାଳୟ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ସ୍କୁଲ ବିରୋଧରେ ଏହା ଏକ ଷଡଯନ୍ତ୍ର। ଏଥିରେ କୌଣସି ସତ୍ୟତା ନାହିଁ।

ସମ୍ବଳ ଅଭାବକୁ ଆଳ
ଢେଙ୍କାନାଳ ଅଫିସ, ୩।୧୨: ‘ଆମର ଯାହା ସମ୍ବଳ ଅଛି, ଆମେ ସେତିକି କରିପାରିବୁ। ଧିରେ ଧିରେ ସବୁ ଅଞ୍ଚଳରେ ତେଲ ପଡ଼ିବ, ଧୂଆଁ ଛଡ଼ାଯିବ। ତରବରିଆ...
କୂଅରେ ପୋତି ହୋଇଗଲେ ଶ୍ରମିକ
କାମାକ୍ଷାନଗର, ୭।୪(ଡି.ଏନ.ଏ.): ଖୋଳାଯାଉଥିଲା କୂଅ। ମାଟି ବାହାର କରିବାକୁ ଭିତରକୁ ପଶିଥିବାବେଳେ ହଠାତ୍ ଖସିପଡ଼ିଲା ଅତଡ଼ା। ଏଥିରେ ପୋତି ହୋଇ ରହିଗଲେ ଶ୍ରମିକ। ଜେସିବି ସହାୟତାରେ...

ମହିମାଗାଦିରେ ବୁଲିଲା ଜେସିବି
ଢେଙ୍କାନାଳ ଅଫିସ, ୨୩।୧୧: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପ୍ରମୁଖ ପୀଠସ୍ଥଳୀ ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିର ବିବାଦୀୟ ତୃତୀୟ ବେଢ଼ାରୁ ମଙ୍ଗଳବାର ଉଚ୍ଛେଦ କାର୍ଯ୍ୟ...

‘ବିପଦ ସମୟରେ ସାହସ ଲୋଡ଼ା’
ଢେଙ୍କାନାଳ ଅଫିସ୍, ୧୦ା୪ – ଢେଙ୍କାନାଳ ସାନ୍ଧ୍ୟ କନିଷ୍ଠ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍ଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମାନଗୋବିନ୍ଦ...

ଉପୁଡ଼ିଲା ଗଛ, ଉଡ଼ିଲା ଛପର
ଢେଙ୍କାନାଳ ଅଫିସ/ କାମାକ୍ଷାନଗର (ଡି.ଏନ୍.ଏ.), ୨୦ା୫: ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ...

ବିଦ୍ୟୁତ୍ ଫାଶରେ ଦନ୍ତା ମୃତ
କାମାକ୍ଷାନଗର, ୧୫ା୧୦(ଡି.ଏନ୍.ଏ.): ୨୦୧୮ ଅକ୍ଟୋବର ୨୭। ମା’ ଲକ୍ଷ୍ମୀଙ୍କ ପୂଜାରେ ସାରା ଢେଙ୍କାନାଳ ଜିଲା ଉତ୍ସବମୁଖର ହୋଇଉଠିଥିବାବେଳେ ଓଡ଼ାପଡ଼ା ବ୍ଲକ କମଳାଙ୍ଗରୁ ହାତୀକୁ ନେଇ ଆସିଥିଲା...

ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ
ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ...

ସଚ୍ଚୋଟ ହୁଅ, ବୃତ୍ତିକୁ ଭଲପାଅ
ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ‘ଭାରତୀୟ ସମାଜର ବିକାଶରେ ଆଇନଜୀବୀଙ୍କ ଭୂମିକା’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ...