ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି ଦାବି କରା ଯାଇଥିଲା। ତେବେ ଅଚାନକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବା କାରଣରୁ ଉଦ୍ୟୋଗ ଜଗତକୁ ଭାରି ଝଟକା ଲାଗିଥିଲା। ଲକ୍ଷ ଲକ୍ଷ କ୍ଷୁଦ୍ର ଶିଳ୍ପ ବନ୍ଦ ହୋଇଗଲା। ଏବେ ନିଯୁକ୍ତିକୁ ନେଇ ବେଙ୍ଗାଲୁରୁ ସ୍ଥିତ ଅଜିମ ପ୍ରେମଜୀ ୟୁନିଭର୍ସିଟିର ଏକ ଚାଞ୍ଚଲ୍ୟକର ରିପୋର୍ଟ ପଦାକୁ ଆସିଛି। ବିମୁଦ୍ରୀକରଣ ପରେ ୨୦୧୬ରୁ ୨୦୧୮ ମଧ୍ୟରେ ଦୁଇ ବର୍ଷରେ ୫୦ ଲକ୍ଷ ଲୋକ ଚାକିରି ହରାଇଥିଲେ।
ସିଏମ୍‌ଆଇଇ-ସିପିଡିଏକ୍ସ ତଥ୍ୟକୁ ଆଧାର କରି ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟରେ କୁହାଯାଇଛି ଯେ, ବିମୁଦ୍ରୀକରଣ ଲାଗୁ ହେବା ସହିତ ନିଯୁକ୍ତି ହ୍ରାସ ଆରମ୍ଭ ହୋଇଥିଲା। ଜାରି କରାଯାଇଥିବା ‘ଷ୍ଟେଟ ଅଫ୍‌ ଓ୍ବର୍କିଂ ଇଣ୍ଡିଆ ୨୦୧୯’ ରିପୋର୍ଟରେ କୁହାଯାଇଛି ଯେ, ନିଯୁ୍‌କ୍ତି ହରାଇବା ଦ୍ୱାରା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ପ୍ରଭାବିତ ହୋଇଥିଲେ। ଏଥିସହିତ ଶ୍ରମବଳ ଅଂଶଗ୍ରହଣକାରୀ ସଂଖ୍ୟା କମିଛି। ରିପୋର୍ଟରେ କୁହାଯାଇଛି ଯେ, ସାଧାରଣତଃ ୨୦୧୧ ପରେ ବେକାରି ସଂଖ୍ୟା ଧୀରେ ଧୀରେ ବଢ଼ିଛି। ବର୍ଷ ୨୦୧୮ରେ ମୋଟ ବେକାରି ହାର ୬% ଆଖପାଖରେ ଥିଲା, ଯାହା କି ୨୦୦୦ରୁ ୨୦୧୧ ମଧ୍ୟରେ ଦୁଇଗୁଣା ହୋଇଛି। ଏଥିରେ କୁହାଯାଇଛି ଯେ, ସହରାଞ୍ଚଳର ମହିଳାଙ୍କ ମଧ୍ୟରୁ କାର୍ଯ୍ୟ କରିବାର ବୟସରେ ଥିବା ଜନସଂଖ୍ୟାରେ ସ୍ନାତକ ମହିଳାଙ୍କ ହାର ୧୦% ରହିଛି। ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ବେକାର ହୋଇଛନ୍ତି। ୨୦ରୁ ୨୪ ବର୍ଷ ବୟସ ସମୂହରେ ସର୍ବାଧିକ ବେକାରୀ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ସହରାଞ୍ଚଳ ପୁରୁଷଙ୍କ ମଧ୍ୟରେ କାର୍ଯ୍ୟ କରିବା ବୟସର ପୁରୁଷଙ୍କ ହାର ଜନସଂଖ୍ୟାର ୧୩.୫% ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ନିଯୁକ୍ତି ହରାଇଥିଲେ। ଏହାଛଡ଼ା ଉଚ୍ଚ ଶିକ୍ଷାପ୍ରାପ୍ତଙ୍କ ମଧ୍ୟରେ ବେକାରି ବୃଦ୍ଧି ପାଇଥିବା ବେଳେ କମ ପାଠ ପଢ଼ିଥିବା ଚାକିରିରତ ବ୍ୟକ୍ତି ନିଯୁକ୍ତ ହରାଇଥିଲେ। ୨୦୧୬ର ତୃତୀୟ ତ୍ରୈମାସ ଅର୍ଥାତ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲେବର ପାର୍ଟିସିପେଶନ ଫୋର୍ସ ଅଂଶଗ୍ରହଣ ଅଚାନକ ହ୍ରାସ ପାଇବା ଦେଖାଯାଇଥିଲା। ଏହାର ଅର୍ଥ ସେପ୍ଟେମ୍ବର ୨୦୧୬ରୁ ହଠାତ ନିଯୁକ୍ତି ହ୍ରାସ ପାଇବାକୁ ଲାଗିଲା। ତେବେ ୨୦୧୭ ଦ୍ୱିତୀୟ ତ୍ରୈମାସରେ ଏହି ହାର ସାମାନ୍ୟ କମିଥିଲା। ପରେ ନିଯୁକ୍ତି ସଂଖ୍ୟା କ୍ରମାଗତ କମିବାରେ ଲାଗିଲା ଏବଂ ଏଥିରେ କୌଣସି ସୁଧାର ହେବାର ଦେଖାଯାଇ ନ ଥିଲା। କାମ କରିବାର ସୁଯୋଗ ଧୀରେ ଧୀରେ ହ୍ରାସ ପାଇଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଗତ ୩ ବର୍ଷକୁ ଧରାଗଲେ ଜାନୁୟାରୀ-ଏପ୍ରିଲ ୨୦୧୬ରୁ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ସହରାଞ୍ଚଳ ପୁରୁଷ ଏଲ୍‌ଏଫପିଆର୍‌ ହାର ୫.୮% ରହିଥିଲା। ଏଥିରେ ବିମୁଦ୍ରୀକରଣ ଯୋଗୁ ଭବିଷ୍ୟତରେ ନିଯୁକ୍ତି ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦିଆଯାଇଛି। ବର୍ଷ ୨୦୧୬ରୁ ୨୦୧୮ ମଧ୍ୟରେ ଦେଶରେ କାମ କରିବାର ପୁରୁଷଙ୍କ ସଂଖ୍ୟାରେ ୧୬.୧ ମିଲିୟନ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷରେ ଏହି ସମୟରେ ୫ ମିଲିୟନ ଅର୍ଥାତ ୫୦ ଲକ୍ଷ ବେକାର ହୋଇଥିଲେ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ବିମୁଦ୍ରୀକରଣର ସବୁଠାରୁ ଅଧିକ ପ୍ରଭାବ ଅସଂଗଠିତ କ୍ଷେତ୍ର ଉପରେ ପଡିଥିଲା। ଜିଏସ୍‌ଟି ଲାଗୁ ହେବା ପରେ ଏହି ସେକ୍ଟର ଅବସ୍ଥା ସଙ୍ଗୀନ ହୋଇଥିଲା। ଏହି ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବାଧିକ ସଂଖ୍ୟାରେ ନିଯୁକ୍ତି ହରାଇବାକୁ ପଡ଼ିଥିଲା। ଷ୍ଟେଟ ଅଫ ଓ୍ବର୍କିଂ ଇଣ୍ଡିଆ ୨୦୧୯ ରିପୋର୍ଟ ପ୍ରସ୍ତୁତ କରିଥିବା ମୁଖ୍ୟ ଲେଖକ ତଥା ପ୍ରଫେସର ଅମିତ ବସୋଲେଙ୍କ କହିବାନୁସାରେ ରିପୋର୍ଟକୁ ସେପ୍ଟେମ୍ବର ୨୦୧୬ରୁ ଡିସେମ୍ବର ୨୦୧୬ ଏବଂ ସେପ୍ଟେମ୍ବର-ଡିସେମ୍ବର ୨୦୧୮ ଡାଟା ଆଧାରରେ ତିଆରି କରାଯାଇଛି। ତାଙ୍କ ମତରେ ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ(ଏନ୍‌ଏସ୍‌ଏସଓ) ରିପୋର୍ଟରେ ଦେଶରେ ବେକାରି ସଂଖ୍ୟା ୪୫ ବର୍ଷର ଶୀର୍ଷରେ ପହଞ୍ଚତ୍ୟାଇଛି ଏବଂ ୨୦୧୭-୧୮ରେ ୬.୧% ରହିଛି। ସୂଚନାଥାଉ କି, ନିଯୁକ୍ତି ହ୍ରାସ ଏବେ ସାଧାରଣ ନିର୍ବାଚନର ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏହି ରିପୋର୍ଟ ବିରୋଧୀ ଦଳଗୁଡ଼ିକ ପାଇଁ ଏକ ଅସ୍ତ୍ର ହେବାକୁ ଯାଉଛି। ଏହି ରିପୋର୍ଟକୁ ଭିତ୍ତି କରି ସେମାନେ କ୍ଷମତାସୀନ ଏନ୍‌ଡିଏ ସରକାରଙ୍କୁ ନିଶ୍ଚିତ ଟାର୍ଗେଟ କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପେଟ୍ରୋଲ ୩୦, ଡିଜେଲ ୩୮ପଇସା ବଢ଼ିଲା

ଭୁବନେଶ୍ୱର/ ନୂଆଦିଲ୍ଲୀ,୧୧।୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ...

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ  ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ...

୨ ଦିନରେ ଉଡିଗଲା ୯.୭୪ ଲକ୍ଷ କୋଟି

ମୁମ୍ବାଇ,୧୮-୩: ଶେୟାର ବଜାରରେ କାରବାର ଖସିବା ଯୋଗୁ ୨ ଦିନରେ ନିବେଶକ ୯.୭୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବଜାରର ସୁରକ୍ଷିତ ନିବେଶ ଏବେ...

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୧।୮ : ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିନାହିଁ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ମାସ ୩୧ ଯାଏ...

ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର...

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।...

ସାମ୍‌ସଙ୍ଗ ଏସ୍‌୨୨ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୯।୨: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଭାରତରେ ଏହାର ପ୍ରିମିୟମ ଫ୍ଲାଗ୍‌ଶିପ ‘ଗ୍ୟାଲାକ୍ସି ଏସ୍‌୨୨ ଅଲ୍‌ଟ୍ରା, ଗ୍ୟାଲାକ୍ସି ଏସ୍‌୨୨+ ଏବଂ ଗ୍ୟାଲାକ୍ସି ଏସ୍‌୨୨’...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

Advertisement
Archives

Model This Week