Posted inଖେଳ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ପ୍ରମୋଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ପାରା ଆଥଲେଟ୍‌ ପ୍ରମୋଦ ଭଗତ ୨୦୧୮ ମସିହା ପାଇଁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ପୁରସ୍କାର ପାଇଁ କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆ ଯାଇଛି। ମିଳିଥିବା ସୂଚନା ଅନୁସାରେ ୨୦୧୮ ବର୍ଷ ପାଇଁ ଲାଇଫ ଟାଇମ୍‌ ଆଚିଭ୍‌ଭେଣ୍ଟ ପୁରସ୍କାର କାହାରିକୁ ଦିଆଯିବ ନାହିଁ। ଏହି ପୁରସ୍କାର ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେହି ଯୋଗ୍ୟ ବିବେଚିତ ହୋଇ ନାହାନ୍ତି। ଶ୍ରେଷ୍ଠ କୋଚ୍‌ ପାଇଁ ୫-୬ ଜଣ ଆବେଦନ କରିଥିଲେ ମଧ୍ୟ କେହି ମାନଦଣ୍ଡ ପୁରଣ କରିପାରି ନାହାନ୍ତି। ତେଣୁ ଏହି ପୁରସ୍କାର ମଧ୍ୟ ଏଥର ଦିଆ ଯିବନାହିଁ। ବେଷ୍ଟ କଣ୍ଟ୍ରିବ୍ୟୁଶନ ଟୁ ପ୍ରମୋଶନ ସ୍ପୋଟର୍‌ସ ଆଣ୍ଡ ଗେମ୍ସ ପାଇଁ କିଟ୍‌କୁ ସମ୍ମାନିତ କରାଯିବ। ସେହିପରି ଏକ୍ସିଲେନ୍ସ ଇନ୍‌ ସ୍ପୋଟର୍‌ସ ଜର୍ନାଲିଜମ୍‌ ପୁରସ୍କାର ପାଇଁ ମଧ୍ୟ ଏଥର କେହି ଯୋଗ୍ୟ ବିବେଚିତ ହୋଇପାରି ନାହାନ୍ତି। ତେଣୁ ଏଥର ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର କେବଳ ୨ଟି ବିଭାଗରେ ସୀମିତ ରହିବା ନିଶ୍ଚିତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ଗତ ୨ ବର୍ଷ ମଧ୍ୟରେ ପ୍ରମୋଦ ଭଗତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଦେଶ ପାଇଁ ପାରା ଅଲିମ୍ପିକ୍ସ ପଦକ ଜିତବାର ଦକ୍ଷତା ମଧ୍ୟ ସେ ରଖିଛନ୍ତି। ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ ଓ ସ୍ବୀକୃତି ଦେବା ଲକ୍ଷ୍ୟରେ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୦୧ ମସିହାରୁ ପ୍ରଚଳିତ ହୋଇ ଆସୁଛି। ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାରଭାବେ ଏହା ବିବେଚିତ ହେଉଥିବାବେଳେ ଏଥର ଏକାଧିକ ବିଭାଗ ପାଇଁ କେହି ଯୋଗ୍ୟ ବିବେଚିତ ନ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ

ସେଣ୍ଟ ଜଜର୍‌ସ,୧୩ା୧ (ଏଏଫ୍‌ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୩...

ଭାରତ ବିପକ୍ଷ ମ୍ୟାଚ୍‌ରେ ହାରିଲେ ପାକିସ୍ତାନର ସ୍ଥିତି କ’ଣ ହେବ? ଜାଣନ୍ତୁ…

ଦୁବାଇ,୨୩।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ର ସବୁଠାରୁ ବଡ଼ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିରେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ସୁପର ସଣ୍ଡେରେ ଏହି...

ରାହୁଲଙ୍କୁ ଦଣ୍ଡ ଦେଲା ଆଇସିସି

ଲଣ୍ଡନ,୫।୯: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ଭାରତୀୟ ଓପନର୍‌ କେ.ଏଲ ରାହୁଲଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ତାଙ୍କ ମ୍ୟାଚ ଶୁଳ୍କର...

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇକୁ ଖୁସି ଖବର: ଦଳକୁ ଫେରିବେ ଦ୍ରୁତ ବୋଲର

ନୂଆଦିଲ୍ଲୀ,୨୬।୪: ଆଇପିଏଲ ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ୩୦ ଏପ୍ରିଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ ଖେଳିବ। ଏହି ମ୍ୟାଚ ପୂର୍ବରୁ ଦଳ ପାଇଁ ଏକ...

ପୁଣି ସାପ ପଶିବାରୁ ମ୍ୟାଚ୍‌ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୬।୧- ବର୍ଷା ଯୋଗୁ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ଦେଶର ଅନ୍ୟ ଭାଗରେ ସମାନ ଦିନ ଏକ ମ୍ୟାଚ୍‌ ଭିନ୍ନ...

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ କୋହଲିଙ୍କୁ ଟିକେଟ୍‌ ମାଗିଲେ ସାଙ୍ଗ: ଜବାବ ମିଳିଲା ଏମିତି

ଦୁବାଇ,୧୭।୧୦: ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା...

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

Advertisement
Archives

Model This Week