ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ
ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରି ସ୍ଥଳେ ସରକାର, ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ସମସ୍ତେ କରୋନା ଲଢ଼େଇରେ ସାମିଲ୍‌ ହୋଇଛନ୍ତି। ସ୍ବତନ୍ତ୍ର ଚିକିତ୍ସା ପାଇଁ କୋଭିଡ୍‌-୧୯ ହସ୍ପିଟାଲ, କ୍ୱାରାଣ୍ଟାଇନ୍‌ ସେଣ୍ଟର, ଆଇସୋଲେଶନ ଓ୍ବାର୍ଡ ଆଦି ଉପରେ ସବୁଠି ତତ୍ପରତା ପ୍ରକାଶ ପାଇଥିବାବେଳେ ଅନ୍ୟ ଚିକିତ୍ସା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଶେଷକରି ନିୟମିତ ତଥା ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ସ୍ଥିତି ବିଗିଡିବାରେ ଲାଗିଛି। ଲକ୍‌ଡାଉନ୍‌ ପାଇଁ ସେମାନଙ୍କ ଜୀବନ ବିପଦାପନ୍ନ ହୋଇଛି। ଇତିମଧ୍ୟରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି କରାଯାଇଥିବାରୁ ସେମାନଙ୍କ ଚିନ୍ତା ବଢ଼ିଛି। ହସ୍ପିଟାଲ ଖୋଲା ରହିଥିଲେ ମଧ୍ୟ ଯାତାୟାତ ଓ ଚିକିତ୍ସା ସମସ୍ୟା ପାଇଁ ଯାଇପାରୁ ନାହାନ୍ତି। ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ସମ୍ଭାବନା ମଧ୍ୟ ରହୁଛି। ଫଳରେ ନାନା ଭୟ ଓ ଆଶଙ୍କାରେ କର୍କଟ ରୋଗୀଙ୍କ ଜୀବନ ବିତୁଛି। ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଅଧିକ। ଏଥିସହ ରାଜ୍ୟ ବାହାରୁ ମଧ୍ୟ ଚିକିତ୍ସା ପାଇଁ ଓଡ଼ିଶାକୁ ଶହଶହ ରୋଗୀ ଆସନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯିବା ସମ୍ଭବ ହେଉନି। ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜିଲା ଚିକିତ୍ସାଳୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି। ହେଲେ କେତେଜଣ ଆକ୍ରାନ୍ତ ଏଠାରୁ ଉପକୃତ ହେଉଥିଲେ ମଧ୍ୟ ଆଉ କେତେଜଣ ସମୟକୁ ଅପେକ୍ଷା କରି ଯନ୍ତ୍ରଣା ଭୋଗୁଛନ୍ତି।

କ’ଣ କୁହନ୍ତି କର୍କଟ ପୀଡିତା:

ସେବତୀ ମେହେର। ୪୫ ବର୍ଷୀୟା ଏହି ମହିଳା ଜଣକ ଛତିଶଗଡ଼ରେ ରୁହନ୍ତି। ସେ ଓଭାରିଆନ କ୍ୟାନ୍‌ସରରେ ପୀଡ଼ିତ। ଚିକିତ୍ସା ପାଇଁ କଟକର ଏକ ହସ୍ପିଟାଲକୁ ଆସନ୍ତି। ଗତ ଜାନୁୟାରୀରେ ତାଙ୍କର କେମୋ ଚିକିତ୍ସା ଶେଷ ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ଚିକିତ୍ସା ଜାରି ରହିଛି। ଏଥିସହ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଚିକିତ୍ସା ସମୟରେ ଜଣାପଡିଥିଲା। ଏହାର ଅପରେଶନର ଆବଶ୍ୟକତା ଥିଲା। ସେଥିପାଇଁ ସେ କଟକ ଆସି ଡାକ୍ତରଙ୍କୁ ଦେଖାଇଥାନ୍ତେ। ଲକ୍‌ଡାଉନ୍‌ ଯୋଗୁ ସେ ଆସିପାରୁନାହାନ୍ତି। ସେ କୁହନ୍ତି, ବହୁତ କଷ୍ଟ ହେଉଛି। ଏବେ ମୋର ବ୍ଲିଡିଂ ଓ ପେନ୍‌ ହେଉଛି। ଛତିଶଗଡ଼ରୁ ଓଡ଼ିଶା ଆସିବାକୁ ଦିଆ ନ ଯିବାରୁ ରାୟପୁରରେ ଡାକ୍ତରଙ୍କୁ ଦେଖାଇଛି। ସେମାନେ ପେନ୍‌ କିଲର ଦେବା ସହ ବିଭିନ୍ନ ପରୀକ୍ଷା କରିଛନ୍ତି। ଆଗକୁ କ’ଣ ହେବ ଜାଣିପାରୁନି। ଲକ୍‌ଡାଉନ୍‌ ସରିଲେ କଟକ ଯାଇ ମୋତେ ଦେଖାଇବାକୁ ପଡ଼ିବ।
ଭୁବନେଶ୍ୱରର ଅଜୟ କୁମାର ମହାନ୍ତି। ତାଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ହୋଇଛି। ସେ ବମ୍ବେର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ହେବ ସେଠିକାର ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ କେମୋ ନେଉଥିଲେ। କେମୋ ସରିଯାଇଛି। ହେଲେ ପ୍ରତି ୩ ମାସରେ ରେଗୁଲାର ଚେକ୍‌ଅପ୍‌ ପାଇଁ ଟାଟା ମେମୋରିଆଲ୍‌କୁ ଯାଇଥାନ୍ତି। ଆସନ୍ତା ୩୦ ତାରିଖରେ ତାଙ୍କର ଯିବାର ଥିଲା, କିନ୍ତୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହୋଇଥିବାରୁ ବିମାନ ଓ ଟ୍ରେନ୍‌ ସେବା ବନ୍ଦ ଥିବା ଯୋଗୁ ଆଉ ଯାଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଯେଉଁ ହର୍‌ମୋନ୍‌ ଇଞ୍ଜେକ୍ସନ ରେଗୁଲାର ନେଉଥିଲେ, ଏଠାରେ ତାହା ମିଳୁ ନ ଥିବାରୁ ସେ ଚନ୍ତାବ୍ୟକ୍ତ କରିଛନ୍ତି।
ଆଉ ଜଣେ କର୍କଟ ରୋଗୀ ହେଉଛନ୍ତି ୪୨ବର୍ଷୀୟା ସୁସାନ ଇନ୍ଦଓ୍ବାର। ସୁନ୍ଦରଗଡ଼ ଝାମନକେରା ଅଞ୍ଚଳର ସୁସାନ ଗତ ଡିସେମ୍ବରରେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେ କୁହନ୍ତି, ଗତ ମାର୍ଚ୍ଚ ୨୬ରେ ଏମ୍‌ସରେ ପ୍ରଥମ କେମୋ ନେବାର ଥିଲା। କିନ୍ତୁ ଲକ୍‌ଲାଉନ୍‌ ଯୋଗୁ ଯାଇପାରିଲି ନାହିଁ। ଭାରି ଚିନ୍ତାରେ ଥିଲି। ଜଣେ ସାମାଜିକ କର୍ମୀଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲାପାଳଙ୍କ ପାଖରେ ଖବର ପହଞ୍ଚତ୍ଥିଲା। ଜିଲାପାଳ ମୋତେ ରାଉରକେଲାରେ କେମୋ ନେବା ପାଇଁ ଏକ ଆମ୍ବୁଲାନ୍ସରେ ପଠାଇଥିଲେ। ରାଉରକେଲାରେ ମୁଁ କେମୋ ନେଇଥିଲି। ଆଉ ୧୫ଦିନ ପରେ ପୁଣିଥରେ ଯାଇ ସେଠାରେ ଦେଖିବା ପାଇଁ କହିଛନ୍ତି।
ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ଏଭଳି ପରିସ୍ଥିତିରେ କ୍ୟାନ୍‌ସର ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। କାରଣ ସେମାନଙ୍କ ଚିକିତ୍ସାରେ ବାଧା ଉପୁଜିଲେ, ଚିକିତ୍ସକ କିମ୍ବା ହସ୍ପିଟାଲ ବଦଳିଲେ ରୋଗ ବଢ଼ିଯିବ। ସେମାନଙ୍କ ଚିକିତ୍ସାର ପ୍ରତିଟି ଷ୍ଟେପ୍‌ ଗୁରୁତ୍ୱପୂର୍ଣ୍ଣ ଥାଏ। ତେଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
– ଲିଲି ଜେନାମଣି,
ଚେୟାରପର୍ସନ,
କ୍ରିୟା ଫାଉଣ୍ଡେଶନ


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ଟଙ୍କା ମାଗି ଜେଲ ଗଲେ ୩ କିନ୍ନର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଆଇଜି ପାର୍କ ଭିତରେ ଲୋକମାନଙ୍କୁ ଧମକ ଚମକ ଦେଇ ଜବରଦସ୍ତ ଟଙ୍କା ମାଗୁଥିବା ୩ଜଣ କିନ୍ନରଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରିଛି।...

ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି: ଏବେ କହୁଛନ୍ତି କଥା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ବର୍ତ୍ତମାନ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି ।...

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ଗୁରୁବାର ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍‌ରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ...

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ...

ଉଦ୍ୟାନ କୃଷିରେ ଉତ୍ପାଦନ ନେଇ ଉତ୍ତର ରଖିଲେ କୃଷି ମନ୍ତ୍ରୀ

ଭୁବନେଶ୍ବର,୨୭।୭(ବ୍ୟୁରୋ): ବିଧାନସଭାରେ ବୁଧବାର ୨୦୨୦-୨୧ରେ ଉଦ୍ୟାନ କୃଷିରେ ଉତ୍ପାଦନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧା ସଦର ଥାନା ଅଧୀନ ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ରନାଥ ବଳିୟାରସିଂ...

ପୂର୍ବତନ ଡିଜିପି ଏସ୍‌.ଏନ୍‌. ତିଓ୍ବାରୀଙ୍କ ପରଲୋକ

ଭୁବନେଶ୍ୱର,୫।୮(ବ୍ୟୁରୋ): ପୂର୍ବତନ ପୋଲିସ ଡିଜି ଏସ୍‌.ଏନ୍‌. ତିଓ୍ବାରୀଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର...

ବାପଘରକୁ କ’ଣ ଝିଅ ଯାଇପାରିବନି: ସଂଯୁକ୍ତା

ଭୁବନେଶ୍ୱର,୨୨।୭(ସୂର୍ଯ୍ୟକାନ୍ତ ବେହେରା): ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କୁ ନବୀନ ନିବାସ...

Advertisement
Archives

Model This Week