ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ
ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରି ସ୍ଥଳେ ସରକାର, ସ୍ବାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀ ସମସ୍ତେ କରୋନା ଲଢ଼େଇରେ ସାମିଲ୍‌ ହୋଇଛନ୍ତି। ସ୍ବତନ୍ତ୍ର ଚିକିତ୍ସା ପାଇଁ କୋଭିଡ୍‌-୧୯ ହସ୍ପିଟାଲ, କ୍ୱାରାଣ୍ଟାଇନ୍‌ ସେଣ୍ଟର, ଆଇସୋଲେଶନ ଓ୍ବାର୍ଡ ଆଦି ଉପରେ ସବୁଠି ତତ୍ପରତା ପ୍ରକାଶ ପାଇଥିବାବେଳେ ଅନ୍ୟ ଚିକିତ୍ସା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଶେଷକରି ନିୟମିତ ତଥା ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ସ୍ଥିତି ବିଗିଡିବାରେ ଲାଗିଛି। ଲକ୍‌ଡାଉନ୍‌ ପାଇଁ ସେମାନଙ୍କ ଜୀବନ ବିପଦାପନ୍ନ ହୋଇଛି। ଇତିମଧ୍ୟରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି କରାଯାଇଥିବାରୁ ସେମାନଙ୍କ ଚିନ୍ତା ବଢ଼ିଛି। ହସ୍ପିଟାଲ ଖୋଲା ରହିଥିଲେ ମଧ୍ୟ ଯାତାୟାତ ଓ ଚିକିତ୍ସା ସମସ୍ୟା ପାଇଁ ଯାଇପାରୁ ନାହାନ୍ତି। ଡାକ୍ତର ଓ କର୍ମଚାରୀଙ୍କ ଅନୁପସ୍ଥିତି ସମ୍ଭାବନା ମଧ୍ୟ ରହୁଛି। ଫଳରେ ନାନା ଭୟ ଓ ଆଶଙ୍କାରେ କର୍କଟ ରୋଗୀଙ୍କ ଜୀବନ ବିତୁଛି। ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଅଧିକ। ଏଥିସହ ରାଜ୍ୟ ବାହାରୁ ମଧ୍ୟ ଚିକିତ୍ସା ପାଇଁ ଓଡ଼ିଶାକୁ ଶହଶହ ରୋଗୀ ଆସନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଯିବା ସମ୍ଭବ ହେଉନି। ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜିଲା ଚିକିତ୍ସାଳୟରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବାକୁ କୁହାଯାଇଛି। ହେଲେ କେତେଜଣ ଆକ୍ରାନ୍ତ ଏଠାରୁ ଉପକୃତ ହେଉଥିଲେ ମଧ୍ୟ ଆଉ କେତେଜଣ ସମୟକୁ ଅପେକ୍ଷା କରି ଯନ୍ତ୍ରଣା ଭୋଗୁଛନ୍ତି।

କ’ଣ କୁହନ୍ତି କର୍କଟ ପୀଡିତା:

ସେବତୀ ମେହେର। ୪୫ ବର୍ଷୀୟା ଏହି ମହିଳା ଜଣକ ଛତିଶଗଡ଼ରେ ରୁହନ୍ତି। ସେ ଓଭାରିଆନ କ୍ୟାନ୍‌ସରରେ ପୀଡ଼ିତ। ଚିକିତ୍ସା ପାଇଁ କଟକର ଏକ ହସ୍ପିଟାଲକୁ ଆସନ୍ତି। ଗତ ଜାନୁୟାରୀରେ ତାଙ୍କର କେମୋ ଚିକିତ୍ସା ଶେଷ ହୋଇଥିଲା। କିନ୍ତୁ ଅନ୍ୟାନ୍ୟ ଚିକିତ୍ସା ଜାରି ରହିଛି। ଏଥିସହ ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଚିକିତ୍ସା ସମୟରେ ଜଣାପଡିଥିଲା। ଏହାର ଅପରେଶନର ଆବଶ୍ୟକତା ଥିଲା। ସେଥିପାଇଁ ସେ କଟକ ଆସି ଡାକ୍ତରଙ୍କୁ ଦେଖାଇଥାନ୍ତେ। ଲକ୍‌ଡାଉନ୍‌ ଯୋଗୁ ସେ ଆସିପାରୁନାହାନ୍ତି। ସେ କୁହନ୍ତି, ବହୁତ କଷ୍ଟ ହେଉଛି। ଏବେ ମୋର ବ୍ଲିଡିଂ ଓ ପେନ୍‌ ହେଉଛି। ଛତିଶଗଡ଼ରୁ ଓଡ଼ିଶା ଆସିବାକୁ ଦିଆ ନ ଯିବାରୁ ରାୟପୁରରେ ଡାକ୍ତରଙ୍କୁ ଦେଖାଇଛି। ସେମାନେ ପେନ୍‌ କିଲର ଦେବା ସହ ବିଭିନ୍ନ ପରୀକ୍ଷା କରିଛନ୍ତି। ଆଗକୁ କ’ଣ ହେବ ଜାଣିପାରୁନି। ଲକ୍‌ଡାଉନ୍‌ ସରିଲେ କଟକ ଯାଇ ମୋତେ ଦେଖାଇବାକୁ ପଡ଼ିବ।
ଭୁବନେଶ୍ୱରର ଅଜୟ କୁମାର ମହାନ୍ତି। ତାଙ୍କୁ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ହୋଇଛି। ସେ ବମ୍ବେର ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛିଦିନ ହେବ ସେଠିକାର ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ କେମୋ ନେଉଥିଲେ। କେମୋ ସରିଯାଇଛି। ହେଲେ ପ୍ରତି ୩ ମାସରେ ରେଗୁଲାର ଚେକ୍‌ଅପ୍‌ ପାଇଁ ଟାଟା ମେମୋରିଆଲ୍‌କୁ ଯାଇଥାନ୍ତି। ଆସନ୍ତା ୩୦ ତାରିଖରେ ତାଙ୍କର ଯିବାର ଥିଲା, କିନ୍ତୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ହୋଇଥିବାରୁ ବିମାନ ଓ ଟ୍ରେନ୍‌ ସେବା ବନ୍ଦ ଥିବା ଯୋଗୁ ଆଉ ଯାଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ଯେଉଁ ହର୍‌ମୋନ୍‌ ଇଞ୍ଜେକ୍ସନ ରେଗୁଲାର ନେଉଥିଲେ, ଏଠାରେ ତାହା ମିଳୁ ନ ଥିବାରୁ ସେ ଚନ୍ତାବ୍ୟକ୍ତ କରିଛନ୍ତି।
ଆଉ ଜଣେ କର୍କଟ ରୋଗୀ ହେଉଛନ୍ତି ୪୨ବର୍ଷୀୟା ସୁସାନ ଇନ୍ଦଓ୍ବାର। ସୁନ୍ଦରଗଡ଼ ଝାମନକେରା ଅଞ୍ଚଳର ସୁସାନ ଗତ ଡିସେମ୍ବରରେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହାପରେ ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେ କୁହନ୍ତି, ଗତ ମାର୍ଚ୍ଚ ୨୬ରେ ଏମ୍‌ସରେ ପ୍ରଥମ କେମୋ ନେବାର ଥିଲା। କିନ୍ତୁ ଲକ୍‌ଲାଉନ୍‌ ଯୋଗୁ ଯାଇପାରିଲି ନାହିଁ। ଭାରି ଚିନ୍ତାରେ ଥିଲି। ଜଣେ ସାମାଜିକ କର୍ମୀଙ୍କ ସହଯୋଗରେ ସୁନ୍ଦରଗଡ଼ ଜିଲାପାଳଙ୍କ ପାଖରେ ଖବର ପହଞ୍ଚତ୍ଥିଲା। ଜିଲାପାଳ ମୋତେ ରାଉରକେଲାରେ କେମୋ ନେବା ପାଇଁ ଏକ ଆମ୍ବୁଲାନ୍ସରେ ପଠାଇଥିଲେ। ରାଉରକେଲାରେ ମୁଁ କେମୋ ନେଇଥିଲି। ଆଉ ୧୫ଦିନ ପରେ ପୁଣିଥରେ ଯାଇ ସେଠାରେ ଦେଖିବା ପାଇଁ କହିଛନ୍ତି।
ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ଏଭଳି ପରିସ୍ଥିତିରେ କ୍ୟାନ୍‌ସର ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। କାରଣ ସେମାନଙ୍କ ଚିକିତ୍ସାରେ ବାଧା ଉପୁଜିଲେ, ଚିକିତ୍ସକ କିମ୍ବା ହସ୍ପିଟାଲ ବଦଳିଲେ ରୋଗ ବଢ଼ିଯିବ। ସେମାନଙ୍କ ଚିକିତ୍ସାର ପ୍ରତିଟି ଷ୍ଟେପ୍‌ ଗୁରୁତ୍ୱପୂର୍ଣ୍ଣ ଥାଏ। ତେଣୁ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
– ଲିଲି ଜେନାମଣି,
ଚେୟାରପର୍ସନ,
କ୍ରିୟା ଫାଉଣ୍ଡେଶନ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri