ବାଳାଶ୍ରମରୁ ନାବାଳିକା ଫେରାର ଘଟଣା: ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ୍‌,୧୦ା୧- ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାକୁ ୭୨ ଘଣ୍ଟା ବିତିଥିଲେ ସୁଦ୍ଧା ଅଦ୍ୟାବିଧି ୯ ଜଣଙ୍କୁ ଉଦ୍ଧାର କରାଯାଇପାରିନାହିଁ। ବର୍ତ୍ତମାନ ଜିଲା ପ୍ରଶାସନ ଓ ବାଳାଶ୍ରମ ଅଧିକାରୀଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ତଥ୍ୟ ଓ ଅନୁଧ୍ୟାନ କରିବା ନିମନ୍ତେ ଗୁରୁବାର ରାଜ୍ୟ ଶିଶୁ ମଙ୍ଗଳ କମିଶନ ସଦସ୍ୟ ସଚିବ (ମେମ୍ବର ସେକ୍ରେଟାରୀ ଓଡ଼ିଶା ଷ୍ଟେଟ କାଉନସିଲ ଫର ଚାଇଲ୍‌ଡ ଓ୍ବେଲଫେୟାର କମିଟି) କୁଆମର ସୁଲତାନା ବେଗମ୍‌ ଏବଂ ଶିଶୁ ମଙ୍ଗଳ ଅଧିକାରୀ ଅନୁପମା ବିଶ୍ୱାଳ ପ୍ରମୁଖ ବ୍ରହ୍ମପୁର ଗସ୍ତରେ ଆସି ନିଖୋଜ ନାବାଳିକାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ବାଳାଶ୍ରମରେ ଥିବା ସମସ୍ୟା ସମ୍ପର୍କରେ ବି ପଚାରିବା ସହ ଘଟଣାର ଖୋଳତାଡ କରିଥିଲେ। ଅନ୍ତେବାସୀ ନିଖୋଜ ନେଇ ବାଳାଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ତାଗିଦ କରିବା ସହ ନାବାଳିକାମାନଙ୍କୁ ଉଦ୍ଧାର କ୍ଷେତ୍ରରେ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ସଦସ୍ୟା ସଚିବ ବେଗମ୍‌ଙ୍କୁ ପଚାରିବାରୁ, ବର୍ତ୍ତମାନ ସୁଦ୍ଧା ୪ ନାବାଳିକା ଉଦ୍ଧାର ହୋଇଛନ୍ତି। ସେମାନେ କାହା ସହ ଯୋଗାଯୋଗ କରିଛନ୍ତିି ସେ ବିଷୟରେ ବି ତଥ୍ୟ ମିଳିଛି। ବର୍ତ୍ତମାନ ଉଦ୍ଧାର ହୋଇଥିବା ଚାରି ଜଣଙ୍କୁ ସୁଧାର ଗୃହରେ ରଖାଯାଇଛି। ଅନ୍ୟମାନଙ୍କୁ ଟ୍ରାକିଂ ଜରିଆରେ ଠାବ କରାଯାଇଛି । ସେମାନେ କେଉଁ ସ୍ଥାନରେ ଅଛନ୍ତି ତାହା ବି ଜଣାପଡ଼ିଛି। ପୋଲିସ ସେ ବିଷୟରେ ତଦନ୍ତ କରୁଛି। ସେମାନେ ସାଧାରଣତଃ ବ୍ରହ୍ମପୁର, କେନ୍ଦ୍ରାପଡ଼ା ଓ ରାଉରକେଲାରେ ରହିଥିବା ଜଣାପଡିଛି। ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ବେଗମ କହିଛନ୍ତି, ଦିନିକିଆ ଗସ୍ତ ସମୟରେ ହସ୍ତଗତ ହୋଇଥିବା ତଥ୍ୟକୁ ଜିଲାପାଳ ଏବଂ ରାଜ୍ୟ ଶିଶୁ ମଙ୍ଗଳ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରଦାନ କରାଯିବ। ବାଳାଶ୍ରମରେ ଥିବା ସୁରକ୍ଷା ପାଚେରି ସମ୍ବନ୍ଧରେ ବି ଅନୁଧ୍ୟାନ କରିବା ସହ ଏହାକୁ ନିର୍ମାଣ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଛନ୍ତି। ଅନ୍ୟପଟେ ବାଳାଶ୍ରମ ପାଚେରି ନିର୍ମାଣକୁ ନେଇ ସୁପରିଣ୍ଟେଣ୍ଡେଣ୍ଟ ପାଢ଼ୀ କହିଛନ୍ତିି, ପାଚେରି ନିର୍ମାଣ ପାଇଁ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ବାଳାଶ୍ରମ ଅଧିକୃତ ଜମିରେ ପାଚେରି ନିର୍ମାଣ ପାଇଁ ଅନୁମତି ଦେଇଥିଲେ, କିନ୍ତୁ ଜମି ଅଧିକୃତ ଥିବା ଜାଗାର ଲିଖିତ ତଥ୍ୟ ପ୍ରଦାନ କରାଯାଉ ନ ଥିବାରୁ ତାହା ନିର୍ମାଣ କ୍ଷେତ୍ରରେ ବାଧା ଉପୁଜୁଥିବା ସେ କହିଛନ୍ତି। ଏଥିସହ ସୁପରିଣ୍ଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ ବାଳାଶ୍ରମରେ ଥିବା ବିଭିନ୍ନ ସମସ୍ୟା କହିବା ସହ ସମାଧାନ କ୍ଷେତ୍ରରେ ଜିଲା ପ୍ରଶାସନକୁ ଦାୟୀ କରିଛନ୍ତି। ଅନ୍ତେବାସୀମାନେ ସେମାନଙ୍କ କଥା ଶୁଣୁ ନାହାନ୍ତି। ବିଭିନ୍ନ ସମୟରେ ସେମାନଙ୍କୁ କାଉନସେଲିଂ ମଧ୍ୟ କରାଯାଉଛି। କିନ୍ତୁ କୌଣସି ସୁଫଳ ମିଳୁ ନ ଥିବା ସେ କହିଛନ୍ତି। ଏଥିସହ ବାଳାଶ୍ରମରେ ଥିବା ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ଜିଲା ପ୍ରଶାସନ ଆନ୍ତରିକତା ଦେଖାଇବା ପାଇଁ ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ

ଭଦ୍ରକ ଅଫିସ, ୨୩।୫ – ୧୨ ରାଉଣ୍ଡରେ ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୯୦, ୬୩୩, ଭାଜପା...

ବଢୁଛି ନିଶା କାରବାର: ପୋଲିସ, ଅବକାରୀ ବିଭାଗ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୨ା୧- ଗଞ୍ଜାମ ଜିଲାର ବିଭିନ୍ନ ଗଁ। ରେ ଏବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଯୁବ ପିଢ଼ି ଏହି କାରବାରରେ ଏବେ...

ସୁରକ୍ଷା ପାଚେରି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ,୧୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ପୁଣି ସୁରକ୍ଷା ପାଚେରି ଭାଙ୍ଗି ଭିତରକୁ ପଶିଛନ୍ତି ଚନ୍ଦକା ଜଙ୍ଗଲର ଦୁଇଟି ହାତୀ। ପରିସରରେ ପଶି ଏଣେତେଣେ ବୁଲି ବୋଟ୍‌ ଘାଟ ପାଖ...

ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ...

ତହସିଲଦାରଙ୍କ ଅଚାନକ ଶେରଗଡ଼ ମେଡିକାଲ, ବିଇଓ କାର୍ଯ୍ୟାଳୟ ପରିଦର୍ଶନ: କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତ ନେଇ ଖୁବ୍ଧ

ଶେରଗଡ଼,୫ା୭(ଡି.ଏନ.ଏ.)- ଶେରଗଡ଼ ମେଡିକାଲ ଓ ଶିକ୍ଷା ବିଭାଗରେ ବହୁ ଅବ୍ୟବସ୍ଥା ଲାଗି ରହିଥିବା ଗଞ୍ଜାମ ଜିଲାପାଳଙ୍କ ନିକଟରେ ଖବର ପହଞ୍ଚତ୍ ଥିଲା। ଏନେଇ ତୁରନ୍ତ ତଦନ୍ତ...

ଗାଁରେ ବୁଲୁଛି ବାଘ

ଭବାନୀପାଟଣା,୧୪।୮(ସ୍ବ.ପ୍ର.): କଳାହାଣ୍ଡିରେ ବାଘ ଭୟ। ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ...

ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର...

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର...

Advertisement
Archives

Model This Week