ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରାଙ୍କୁ ଉଚ୍ଚ ପ୍ରଶଂସା

ବାଲିଆ,୮ା୧୨: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନ ବ୍ୟାପୀ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିଡି ବ୍ଲକ ଅଧୀନ ମଧ୍ୟଶାସନ ଗ୍ରାମର ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରା ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ। ଏହିଅବସରରେ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଚ୍ଚ ପ୍ରଶଂସା କରାଯାଇଛି। ମହୋତ୍ସବରେ ୬ଟି ଦେଶ ଯଥା: ଆୟରଲାଣ୍ଡ, କାନାଡା, ୟୁଏସଏ, ଟୋଗୋ, ଥାଇଲାଣ୍ଡ ଓ ଋଷିଆ ସମେତ ଭାରତର ବିଭିନ୍ନ ରାଜ୍ୟରୁ ୧୨୩ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ନାରାୟଣ ପ୍ରସାଦ ପ୍ରଥମ ଦିନରେ ବିଶ୍ୱ ଐତିହ୍ୟ ଉପରେ ବାର୍ତ୍ତା ଦେଇଥିବା ବେଳେ ୨ୟ ଦିନରେ ଜଙ୍ଗଲ କ୍ଷୟ ଯୋଗୁ ମଣିଷ ସମାଜ ଉପରେ ପକାଉଥିବା କୁପ୍ରଭାବ, ୩ୟରେ ବୋଇତ ବନ୍ଦାଣ କଳା ପ୍ରଦର୍ଶନ କରି ପ୍ରାଚୀନ ପରମ୍ପରାକୁ ମନେ ପକାଇଥିଲେ। ୪ର୍ଥ ଦିନରେ ଦୂତୀ ଚାନ୍ଦ ନିଜର ନିଷ୍ଠା ବଳରେ ଯେଉଁଭଳି ଶ୍ରେଷ୍ଠ ହୋଇପାରିଥିଲେ ତାହାର ବାର୍ତ୍ତା ଦେଇଥିଲେ। ଶେଷଦିନରେ ଜଗନ୍ନାଥଙ୍କ ଭକ୍ତ କିଭଳି ଭକ୍ତି ଡୋରରେ ବନ୍ଧା ହୋଇ ରହିବେ ସେହି ବାର୍ତ୍ତା ପ୍ରଦାନ କରିଥିଲେ। ସେ ଗ୍ରାମକୁ ଫେରିବା ପରେ ବିରିଡି ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲାପରିଷଦ ସଭ୍ୟ ପ୍ରତାପ ବେହେରା, କବି ପୀତାମ୍ବର ମହାପାତ୍ର, ଶିକ୍ଷାଗୁରୁ ଉତ୍ତମ ଦାଶ, ସରପଞ୍ଚ ଶିଳ୍ପା ସାହୁ, ଉପଧ୍ୟକ୍ଷା ଗିତାଞ୍ଜଳି ସାହୁ, ଅକ୍ଷୟ ବ୍ରହ୍ମା, ଅଧ୍ୟାପକ ବିଶ୍ୱରଞ୍ଜନ ଦାଶ, ଉମାକାନ୍ତ ରଥ ଓ ବିଭୂପ୍ରସାଦ ଦାଶଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉତ୍ତରୋତ୍ତର କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରୁ ୨ ଥର ଚମ୍ପଟ ମାରିଲେ ଅଭିଯୁକ୍ତ

କୁଜଙ୍ଗ, ୭।୩ (ଡି.ଏନ୍‌.ଏ.): ଟାଓ୍ବାରରୁ ବ୍ୟାଟେରି ଚୋରି ଅଭିଯୋଗରେ କୁଜଙ୍ଗ ପୋଲିସ ଗତ ବୁଧବାର ଗିରଫ କରିଥିବା ଜଣେ ଅଭିଯୁକ୍ତ ଥାନାରୁ ଦୁଇ ଥର ଚମ୍ପଟ...

୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର,...

ଓକିଲଙ୍କ ପାଇଁ ପେନ୍‌ସନ ଦାବି

ଜଗତ୍‌ସିଂହପୁର ଅଫିସ, ୩୦ା୪: ଓକିଲମାନେ କାର୍ଯ୍ୟକ୍ଷମ ଥିବା ପର୍ଯ୍ୟନ୍ତ ମହକିଲଙ୍କଠାରୁ ପ୍ରାପ୍ୟ ପାଆନ୍ତି। କିନ୍ତୁ ଅବସର କିମ୍ବା ଅକ୍ଷମ ଆଦି ହୋଇଗଲେ ସେମାନଙ୍କ ରୋଜଗାର ମାଧ୍ୟମ...

୨୭ ଦିନ ପରେ ବି କାରଣ ଅସ୍ପଷ୍ଟ

ପାରାଦୀପ,୩ା୧୨(ସ୍ବ.ପ୍ର.): ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ବିଦ୍ୟାଳୟରୁ ଗତ ୫ ରେ ପିଲାଙ୍କ ପାଇଁ ସରକାର ଯୋଗାଇଥିବା ଉପାଦେୟ ବହି (ଉଜ୍ଜ୍ବଳ ଉତ୍‌ଥାନ) ରଦ୍ଦି କାଗଜରେ...

୩ରୁ ଖୋଲିବ ଶାରଳା ମନ୍ଦିର, ଗୋରଖନାଥ ପୀଠ

ଜଗତ୍‌ସିଂହପୁର ଅଫିସ୍‌, ୨୨।୧୨: ଜାନୁୟାରୀ ୩ରୁ ଜଗତ୍‌ସିଂହପୁର ଜିଲାର ପ୍ରସିଦ୍ଧ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ ଖୋଲିବ ବୋଲି ସୋମବାର ଜିଲାପାଳ ସରୋଜ କୁମାର...

ବିଦ୍ୟାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତ୍‌ସିଂହପୁର ଅଫିସ,୬।୧୦: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢଙ୍ଗ ପଞ୍ଚାୟତ ଅନ୍ତର୍ଗତ ଦାଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁରେ ଥିବା...

କୋଷ୍ଟଗାର୍ଡରେ ସାମିଲ ହେଲା ‘ଭରଦ୍‌’

ପାରାଦୀପ, ୧୯।୩ (ସ୍ବ.ପ୍ର.): ଉତ୍ତର-ପୂର୍ବ ଉପକୂଳ ସମୁଦ୍ର ସୀମାରେ ପାଟ୍ରୋଲିଂ ପାଇଁ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରେ ଅତ୍ୟାଧୁନିକ ଯୁଦ୍ଧଜାହାଜ ‘ଭରଦ’ ସାମିଲ ହୋଇଛି। ବୁଧବାରଠାରୁ...

ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍‌ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ...

Advertisement
Archives

Model This Week