Posted inUncategorized

ବାତ୍ୟାରେ ୩,୨୧୪ ହେକ୍ଟର ଫସଲ କ୍ଷତିଗ୍ରସ୍ତ

କଣାସ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ହୋଇଥିବାବେଳେ ଚାଷ ଜମି ସବୁ ଉଜୁଡ଼ି ଯାଇଛି। ଡେଲାଙ୍ଗ ବ୍ଲକରେ ୬,୭୫୯ ଚାଷୀଙ୍କର ୩,୨୧୪ହେକ୍ଟର ଖରାଟିଆ ଧାନ, ମୁଗ ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ଆକଳନରୁ ଜଣାପଡିଛି। ଏହି ସବୁ ଜମିରେ ୩୩ ପ୍ରତିଶତରୁ ଶତପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ସହକାରୀ କୃଷିଅଧିକାରୀ ରାକେଶ ରାଉତ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ଜମିର ଚିହ୍ନଟ ଓ ଏହାର ଚାଷୀଙ୍କ ନାମ କୃଷି ବିଭାଗ ସଂଗ୍ରହ କରିଥିଲେ ମଧ୍ୟ ଜମିର ମାଲିକାନା ନେଇ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଆବଶ୍ୟକ ହେଉଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବା ବିଳମ୍ବିତ ହୋଇଛି। ରାଜସ୍ବ ନିରୀକ୍ଷକମାନେ ଏବେ ଘର ଭଙ୍ଗା ଏବଂ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ କରୁଛନ୍ତି। ଦିନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଓ କମ୍ପ୍ୟୁଟର ଲିଙ୍କ୍‌ ନ ଥିବା ଯୋଗୁ କୃଷି ବିଭାଗ କିମ୍ବା ଆର.ଆଇଙ୍କ ପକ୍ଷରୁ ଭୁଲେଖ ୱେବସାଇଟ୍‌ ମାଧ୍ୟମରେ କ୍ଷତିଗ୍ରସ୍ତ ଜମିର ମାଲିକାନା ନିର୍ଣ୍ଣୟ ହୋଇପାରୁ ନାହିଁ। ଅନ୍ୟ ପକ୍ଷରେ ଚାଷୀମାନେ କ୍ଷତିଗ୍ରସ୍ତ ଜମିର ଫସଲ ଅମଳ ଆରମ୍ଭ କରିଛନ୍ତି। ସରକାରୀ ତଦନ୍ତକୁ ଅପେକ୍ଷା କଲେ ବାତ୍ୟାରୁ ବର୍ତ୍ତିଥିବା ଫସଲ ଉଜୁଡିଯିବା ଆଶଙ୍କା ରହିଛି। କ୍ଷତିଗ୍ରସ୍ତ ଜମିର ଚାଷୀଙ୍କୁ ଚିହ୍ନଟ କରି ହେକ୍ଟର ପ୍ରତି ଧାର୍ଯ୍ୟ ହୋଇଥିବା ୧୩ ହଜାର ଟଙ୍କା ସହାୟତା ବିତରଣ ପ୍ରକ୍ରିୟା ତ୍ୱରାନିତ କରିବା ପାଇଁ ବିପନ୍ନ ଚାଷୀମାନେ ଦାବିକରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଖରସ୍ରୋତାରେ ଗାଧୋଇବାକୁ ଯାଇ ବୁଡ଼ିଗଲେ, ବୃଦ୍ଧ ମୃତ

ଯାଜପୁର ଅଫିସ,୧୪।୧୧: ଖରସ୍ରୋତାରେ ଗାଧୋଇବାକୁ ଯାଇଥିବା ବେଳେ ଗୁରୁବାର ଜଣେ ମୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରୀ ଗ୍ରାମର...

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

ସହକର୍ମୀଙ୍କ ସହ ଏକତ୍ରଭୋଜନ କରିବା ଦ୍ୱାରା ବଢ଼ିଥାଏ କାମ କରିବାର ଆଗ୍ରହ

ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍‌ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ...

ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା...

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ...

୫ ବର୍ଷର ଶିଶୁକୁ ଝୁଣି ମାରିଲେ କୁକୁରପଲ

କୋକସରା,୨୪।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଖୁଣ୍ଟିଆ ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ୫ ବର୍ଷର ଶିଶୁକୁ କୁକୁରପଲ ଗୋଡ଼ାଇ ଗୋଡ଼ାଇ...

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ଛତିଆ,୬ା୬(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଛତିଆ ପଞ୍ଚାୟତ ଏକଡ଼ାଳିଆ ଗ୍ରାମର ଭାଗ୍ୟଧର ପ୍ରଧାନ(୨୪) ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳୁ ପରିବାର ଲୋକେ...


Coronavirus Update

Archives

Model This Week

Why Dharitri