ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ ମିଳୁନାହିଁ। ଗୋଟିଏ ପଟେ କିଛି ଲୋକଙ୍କ ମାନବିକତା ହଜିଯାଇଛି। ଆଉ କିଛି ମଣିଷଙ୍କ ବିକୃତ ମାନସିକତା ଯୋଗୁ ଶିଶୁକନ୍ୟାଟିଏ ଆଜି ଅନ୍ଧକାର ଭବିଷ୍ୟତ ନେଇ ଗତି କରୁଛି। ବରଗଡ଼ ଜିଲାରେ ଗତ କିଛିଦିନ ତଳେ ଘଟିଥିବା ୩ ଅଭାବନୀୟ ଘଟଣାରୁ ଏହା ସହଜରେ ଅନୁମେୟ। ଗତ ଡିସେମ୍ବର ମାସରେ ଜିଲାର ବିଭିନ୍ନ ସ୍ଥାନରୁ ୩ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ଜିଲାର ପଦ୍ମପୁର ଅଞ୍ଚଳରେ ଏକ ଡ୍ରେନରୁ ଅଖାରେ ଭର୍ତ୍ତି ଶିଶୁକନ୍ୟା ଉଦ୍ଧାର କରାଯାଇଥିବା ବେଳେ ବରପାଲି ନିକଟ ରେଳଧାରଣା ପାଖରୁ ବ୍ୟାଗରୁ ଅନ୍ୟଜଣେ ଶିଶୁକନ୍ୟା ମିଳିଥିଲା। ସେହିପରି ଭଟଲି ଅଞ୍ଚଳର ଏକ ନାଳାରୁ ଆଉ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ମାସକ ମଧ୍ୟରେ ୩ ଶିଶୁକନ୍ୟା ମା’ କୋଳ ବଦଳରେ ଡ୍ରେନ, ରେଳଧାରଣା ଏବଂ ନାଳା ଭିତରକୁ ଅଖା,ବ୍ୟାଗରେ ଭର୍ତ୍ତି ଅବସ୍ଥାରେ ମିଳିବା କେବଳ ଚିନ୍ତାଜନକ କିମ୍ବା ଆଲୋଡ଼ନର ବିଷୟ ନୁହେଁ, ଏଥିରୁ ସରକାରଙ୍କ ଶିଶୁ ସୁରକ୍ଷା, ଅଧିକାର ଆଇନ କିଭଳି ଫଳବତୀ ହୋଇଛି, ତାହା ସ୍ପଷ୍ଟ ହୋଇଛି। ଏତେ ସଚେତନତା ସତ୍ତ୍ବେ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ମା, ବାପାଙ୍କ ମାନସିକତା କେଉଁସ୍ତରକୁ ପହଞ୍ଚି ସାରିଛି, ତାହା ଅନୁମେୟ। ତେବେ ଏଭଳି ସ୍ଥଳେ ଯେଉଁ ଶିଶୁକନ୍ୟା ସହୃଦୟ ଲୋକଙ୍କ ଦୃଷ୍ଟିରେ ପଡ଼ୁଛି, ସେ ନିଜ ମା, ବାପାଙ୍କ ପରିଚୟ ପାଇ ନ ପାରିଲେ ସୁଦ୍ଧା ଅନ୍ୟ କାହାକୋଳରେ ରହି ଦୁନିଆ ଦେଖି ପାରୁଛି। କିନ୍ତୁ ଯେଉଁଠି ସେଭଳି ଡ୍ରେନ, ନାଳା କିମ୍ବା ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଶିଶୁକନ୍ୟା ଲୋକଙ୍କ ଦୃଷ୍ଟି ଆଢୁଆଳେ ରହି ଯାଉଛନ୍ତି, ସେମାନଙ୍କ ଭବିଷ୍ୟତ ସେଠାରେ ହିଁ ଦୁନିଆ ଚିହ୍ନିବା ପୂର୍ବରୁ ସରିଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ, ଏଭଳି ଶିଶୁକନ୍ୟାଙ୍କୁ ଜନ୍ମ ପରେ ଫିଙ୍ଗା ଫୋପଡ଼ା କରିଥିବା ମା, ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ସେମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ କେହି ସକ୍ଷମ ହେଉନାହାନ୍ତି। ଆଜିର ସମାଜରେ ଏପରି ମାନସିକତା ଏକ ଭୁଲ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

– ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଅସମାହିତ, ତେଜୁଛି ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri