ବରଗଡ଼ ଜିଲା ଚିଠି: ଅଲୋଡ଼ା ଶିଶୁକନ୍ୟା

ଶିଶୁକନ୍ୟାଙ୍କ ସୁରକ୍ଷା, ଭବିଷ୍ୟତ ସକାଶେ ରାଜ୍ୟ, କେନ୍ଦ୍ର ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଥିପାଇଁ ସରକାର ବିଭିନ୍ନ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ବର୍ଷର ବିଭିନ୍ନ ସମୟରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ହେଲେ ସେଭଳି କିଛି ଆଶାନୁରୂପ ସୁଫଳ ମିଳୁନାହିଁ। ଗୋଟିଏ ପଟେ କିଛି ଲୋକଙ୍କ ମାନବିକତା ହଜିଯାଇଛି। ଆଉ କିଛି ମଣିଷଙ୍କ ବିକୃତ ମାନସିକତା ଯୋଗୁ ଶିଶୁକନ୍ୟାଟିଏ ଆଜି ଅନ୍ଧକାର ଭବିଷ୍ୟତ ନେଇ ଗତି କରୁଛି। ବରଗଡ଼ ଜିଲାରେ ଗତ କିଛିଦିନ ତଳେ ଘଟିଥିବା ୩ ଅଭାବନୀୟ ଘଟଣାରୁ ଏହା ସହଜରେ ଅନୁମେୟ। ଗତ ଡିସେମ୍ବର ମାସରେ ଜିଲାର ବିଭିନ୍ନ ସ୍ଥାନରୁ ୩ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ଜିଲାର ପଦ୍ମପୁର ଅଞ୍ଚଳରେ ଏକ ଡ୍ରେନରୁ ଅଖାରେ ଭର୍ତ୍ତି ଶିଶୁକନ୍ୟା ଉଦ୍ଧାର କରାଯାଇଥିବା ବେଳେ ବରପାଲି ନିକଟ ରେଳଧାରଣା ପାଖରୁ ବ୍ୟାଗରୁ ଅନ୍ୟଜଣେ ଶିଶୁକନ୍ୟା ମିଳିଥିଲା। ସେହିପରି ଭଟଲି ଅଞ୍ଚଳର ଏକ ନାଳାରୁ ଆଉ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ମାସକ ମଧ୍ୟରେ ୩ ଶିଶୁକନ୍ୟା ମା’ କୋଳ ବଦଳରେ ଡ୍ରେନ, ରେଳଧାରଣା ଏବଂ ନାଳା ଭିତରକୁ ଅଖା,ବ୍ୟାଗରେ ଭର୍ତ୍ତି ଅବସ୍ଥାରେ ମିଳିବା କେବଳ ଚିନ୍ତାଜନକ କିମ୍ବା ଆଲୋଡ଼ନର ବିଷୟ ନୁହେଁ, ଏଥିରୁ ସରକାରଙ୍କ ଶିଶୁ ସୁରକ୍ଷା, ଅଧିକାର ଆଇନ କିଭଳି ଫଳବତୀ ହୋଇଛି, ତାହା ସ୍ପଷ୍ଟ ହୋଇଛି। ଏତେ ସଚେତନତା ସତ୍ତ୍ବେ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ମା, ବାପାଙ୍କ ମାନସିକତା କେଉଁସ୍ତରକୁ ପହଞ୍ଚି ସାରିଛି, ତାହା ଅନୁମେୟ। ତେବେ ଏଭଳି ସ୍ଥଳେ ଯେଉଁ ଶିଶୁକନ୍ୟା ସହୃଦୟ ଲୋକଙ୍କ ଦୃଷ୍ଟିରେ ପଡ଼ୁଛି, ସେ ନିଜ ମା, ବାପାଙ୍କ ପରିଚୟ ପାଇ ନ ପାରିଲେ ସୁଦ୍ଧା ଅନ୍ୟ କାହାକୋଳରେ ରହି ଦୁନିଆ ଦେଖି ପାରୁଛି। କିନ୍ତୁ ଯେଉଁଠି ସେଭଳି ଡ୍ରେନ, ନାଳା କିମ୍ବା ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଶିଶୁକନ୍ୟା ଲୋକଙ୍କ ଦୃଷ୍ଟି ଆଢୁଆଳେ ରହି ଯାଉଛନ୍ତି, ସେମାନଙ୍କ ଭବିଷ୍ୟତ ସେଠାରେ ହିଁ ଦୁନିଆ ଚିହ୍ନିବା ପୂର୍ବରୁ ସରିଯାଉଛି। ତେବେ ଆଶ୍ଚର୍ଯ୍ୟର ବିଷୟ, ଏଭଳି ଶିଶୁକନ୍ୟାଙ୍କୁ ଜନ୍ମ ପରେ ଫିଙ୍ଗା ଫୋପଡ଼ା କରିଥିବା ମା, ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା, ସେମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ କେହି ସକ୍ଷମ ହେଉନାହାନ୍ତି। ଆଜିର ସମାଜରେ ଏପରି ମାନସିକତା ଏକ ଭୁଲ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

– ପ୍ରେମାନନ୍ଦ ଖମାରୀ


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଦୋକାନୀଙ୍କ ସହ ୨ ଚେନ୍‌ ଲୁଟେରା ଗିରଫ

ବାରିପଦା ଅଫିସ,୧୫ା୧୧- ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଜିଲାରେ କିଛି ଦିନ ହେଲା ଛିନତାଇ କରି...

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଜବତ

ଦିଗପହଣ୍ଡି,୮ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ସାହସପୁର ପଞ୍ଚାୟତ ହାଟପଦା ଗ୍ରାମରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି । ସେ ହେଲେ...

ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ

ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍‌ଡାଉନ ସମୟରେ ବଢ଼ୁଛି କ୍ରାଇମ୍‌। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍‌ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା...

୪ ସନ୍ତାନ ଜନ୍ମ ଦେଲେ ମହିଳା

ସୁବର୍ଣ୍ଣପୁର,୮।୧୦(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ଝିଙ୍କି ଗାଁର ଜଣେ ମହିଳା ମଙ୍ଗଳବାର ୪ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ତେବେ ନବଜାତ ୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

କାଳିଆ ଯୋଜନାରେ ୭୧.୫୪% ଚାଷୀ ନିରାଶ : ଆକାଉଣ୍ଟକୁ ଏଯାଏ ଆସିନି ଟଙ୍କା

ତାଳଚେର, ୧୧ା୭ – ଚାଷୀମାନଙ୍କ ଉନ୍ନତି ତଥା ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟର ୯୨ ପ୍ରତିଶତ...

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଦାବି

କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ବର୍ଷକ ମଧ୍ୟରେ ହୋଇନି ନୂତନ କାର୍ଯ୍ୟ

ଯାଜପୁର ଟାଉନ,୨ା୯(ଡିଏନଏ) : ଯାଜପୁର ପୌର ପରିଷଦ ୨୦୧୮ରେ ୧୫୦ବର୍ଷ ପୂର୍ତ୍ତି ପାଳନ କରିଛି। ମାତ୍ର ଏବେବି ସହରର ବିଭିନ୍ନ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ...

କରୋନା ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ସରପଞ୍ଚ: ଗୋଟିଏ ଦିନ ପୂର୍ବରୁ ଉପସ୍ଥିତ ଥିଲେ ରକ୍ତଦାନ ଶିବିରରେ

କୋରୁକୋଣ୍ଡା,୧୧।୮(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ବଂଶୀଧର ମୁଦୁଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ସୋସିଆଲ ମିଡିଆ...

Advertisement
Archives

Model This Week