ବଅଁରପାଳ ବ୍ଲକରେ ୯୦ କୁଷ୍ଠ ରୋଗୀ ଚିହ୍ନଟ

ବଅଁରପାଳ, ୨୨।୬ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୯୦ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ୨୦୧୮ ଏପ୍ରିଲ ଠାରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏହି ଚିହ୍ନଟ ହୋଇଥିଲା। ୨୦୧୭-୧୮ରେ ୪୪ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮ ଏପ୍ରିଲରେ ୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ମେ’ରେ ୩ ଜଣ, ଜୁନ୍‌ରେ ୫, ଜୁଲାଇରେ ୨, ଅଗଷ୍ଟରେ ୨ ଜଣ, ସେପ୍ଟେମ୍ବରରେ ୧, ଅକ୍ଟୋବରରେ ୩୦, ନଭେମ୍ବରରେ ୬, ୨୦୧୯ ଜାନୁୟାରୀରେ ୩, ଫେବୃୟାରୀରେ ୨୭ ଜଣ, ମାର୍ଚ୍ଚ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ନାଲକୋ ଅଞ୍ଚଳରେ ସର୍ବାଧିକ ୨୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜରାସିଂହା, ଶାକସିଂହା, ବଳରାମପ୍ରସାଦ, ବନ୍ଦା, ନୂଆହତା, ତଳମୂଳ ସମେତ ଆଉ କେତେକ ଅଞ୍ଚଳରେ କୁଷ୍ଠ ରୋଗୀ ଥିବା ଜଣାପଡ଼ିଛି। ରୋଗୀ ଏକ ବର୍ଷ ମଧ୍ୟରେ ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ସ୍ବଳ୍ପ ଜୀବାଣୁଗ୍ରସ୍ତ ରୋଗୀ ୬ ମାସ ଔଷଧ ଖାଇଲେ ଏହି ରୋଗ ଭଲ ହେବ। ତେବେ ୪୦ ଜଣ ପୁରୁଣା ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି। ମାତ୍ର ଅଞ୍ଚଳରେ ଆହୁରି ଅନେକ ରୋଗୀ ରହିଥିବା ସନ୍ଦେହ କରାଯାଉଛି। ଏହି ରୋଗର ନିରାକାରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। କାନ୍ଥ ବାଡ଼ରେ ସଚେତନତା ବାର୍ତ୍ତାମାନ ଲେଖାଯାଉଛି। ହେଲେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ଦୀର୍ଘ ଦିନ ହେଲା ଲିଭି ଯାଇଥିବାବେଳେ ଏହାକୁ ପୁନର୍ବାର ଲେଖା ଯାଉନାହିଁ। ଏ ସମ୍ପର୍କରେ ବ୍ଲକ ନୋଡାଲ ଲେପର୍ସି ଅଧିକାରୀ ସୁମନ୍ତ କୁମାର ରାଉତ କୁହନ୍ତି, ବହୁ ରୋଗୀ ଔଷଧ ଖାଇ ଭଲ ହେଲେଣି। ପୂର୍ବ ଅପେକ୍ଷା ରୋଗୀମାନଙ୍କ ସଂଖ୍ୟା କମୁଛି। ତେବେ ଡାକ୍ତରଖାନା କାନ୍ଥରେ ଲେଖାଯାଇଥିବା ସଚେତନତା ବାର୍ତ୍ତା ନିର୍ବାଚନ ସମୟରେ ଲିଭି ଯାଇଛି। ପୁଣି ଏଗୁଡ଼ିକ ଲେଖାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଧପୁରରେ ମାଟ୍ରିକ ପରୀକ୍ଷା ଦେଲେ ୫୩୯ ଛାତ୍ରୀଛାତ୍ର

ମାଧପୁର,୧୯।୨(ଡି.ଏନ୍‌.ଏ.): ସମଗ୍ର ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହିକ୍ରମରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଚୌରାଶୀ ଅଞ୍ଚଳର ତିନୋଟି ପରୀକ୍ଷା କେନ୍ଦ୍ରରେ...

ବାମୁର ରେଞ୍ଜ୍‌ରେ ୨୨ ହାତୀ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ବଇଣ୍ଡା, ୨୧।୧୧(ଡି.ଏନ.ଏ.) – ରେଢାଖୋଲ ବନଖଣ୍ଡରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜକୁ ବୁଧବାର ସକାଳେ ଚାଲି ଆସିଥିବା ୨୨ଟି ହାତୀ ବ୍ୟାପକ ଉପଦ୍ରବ...

ତାମଡା କାର୍ଯ୍ୟାଳୟକୁ ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଅନୁପସ୍ଥିତି ନେଇ ବର୍ଷିଲେ

ଅନୁଗୋଳ ଅଫିସ, ୬।୧୧-ଅନୁଗୋଳ ଜିଲାପାଳ ତଥା ଅନୁଗୋଳ-ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡା)ର ଉପାଧ୍ୟକ୍ଷ ମନୋଜ କୁମାର ମହାନ୍ତି ମଙ୍ଗଳବାର ଅପରାହ୍ନରେ ଅଚାନକ ତାମଡା କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ।...

ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ବଅଁରପାଳ,୫।୧୦(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ଦିହସାହିର ଧୁଳିଆ ଗୋଚ୍ଛାୟତଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରର ଝରକା...

୪ ବାଲି ବୋଝେଇ ଟ୍ରାକ୍ଟର ଜବତ

ତାଳଚେର,୧୭ା୧୨(ନି.ପ୍ର.)- ତାଳଚେର ଭାରପ୍ରାପ୍ତ ତହସିଲଦାର ଗୌରୀ ନାଏକ ମଙ୍ଗଳବାର କୁମୁଣ୍ଡା ଓ ଡେରା ନିକଟରେ ଚଢାଉ କରି ଆବଶ୍ୟକ କାଗଜପତ୍ର ନ ଥିବାରୁ ୪ଟି ବାଲି...

ଭରତପୁର କୋଇଲା ଖଣି ଦୁର୍ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ଅନୁଗୋଳ ଅଫିସ, ୬।୮: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ପରିବାର ଓ ବିଧାୟକଙ୍କ ସହିତ ଜିଲା...

ଘର ନିର୍ମାଣ ୮ ବର୍ଷ ବିତିଲା, ମିଳୁନି ବକେୟା ଟଙ୍କା:ଜିଲାପାଳଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ବଇଣ୍ଡା,୨୩।୬(ଡି.ଏନ.ଏ)-ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ତେବେ ପ୍ରଶାସନିକ ଅବହେଳା...

ଭୁଲ ଇଞ୍ଜେକ୍‌ଶନରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ମେଡିକାଲରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଇଞ୍ଜେକ୍‌ଶନ କାରଣରୁ ରୋଗୀଙ୍କ...

Coronavirus Update


Archives

Model This Week

Why Dharitri