ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଦେଖିଲେ ସର୍ବୋଚ୍ଚ ଯନ୍ତ୍ରୀ: ଶୀଘ୍ର ମତାମତ ଦେବାକୁ ଗ୍ରାମବାସୀଙ୍କୁ ପରାମର୍ଶ

ଆଠମଲ୍ଲିକ/ବଇଣ୍ଡା,୨୫।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅକ୍ଷୟ କୁମାର ବାନାର୍ଜୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗୁରୁବାର ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ପ୍ରସ୍ତାବିତ ଧଉରାଗୋଠ ପ୍ରକଳ୍ପ ଓ ନିର୍ମାଣାଧୀନ ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଇଂ. ବାନାର୍ଜୀ ପ୍ରଥମେ ପ୍ରସ୍ତାବିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ସେ ଓ ତାଙ୍କ ଟିମ୍‌ ଚାଲି ଚାଲି ବାରିବାଙ୍କିଆ ନାଳ ନିକଟକୁ ଯାଇ ନାଳର ଭୌଗୋଳିକ ସ୍ଥିତି ସମୀକ୍ଷା କରିଥିଲେ। ପରେ ପେଡ଼ିପଥର ପଞ୍ଚାୟତକୁ ଯାଇ ପଞ୍ଚାୟତ ସଭାଗୃହଠାରେ ଜନସାଧାରଣଙ୍କ ସହ ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀ ପଲ୍ଲିସଭା ମାଧ୍ୟମରେ ସେମାନଙ୍କ ମତାମତ ଯେତେଶୀଘ୍ର ଦେବେ ସରକାର ସେତେଶୀଘ୍ର ଧଉରାଗୋଠ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିପାରିବେ ବୋଲି ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପ୍ରକଳ୍ପ ନିର୍ମାଣ ହେଲେ ୩ଟି ପଞ୍ଚାୟତର ୨୨ଟି ଗ୍ରାମର ୨୨୩୦ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ଉକ୍ତ ଟିମ୍‌ ସଦସ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ସିଡିଏରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୁବ୍‌ଶୀଘ୍ର

କଟକ ଅଫିସ, ୭ା୯: ହଜାର ବର୍ଷର ସହର କଟକ। ଏହା ଦେଶର ଅନ୍ୟତମ ସର୍ବପୁରାତନ ସହର ହୋଇଥିଲେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି। ତେବେ...

ଦଲାଲ ପଶିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ୍‌, ୧।୩ – ଅକ୍ଟୋବର ୧ରୁ ଜିଲାରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ ଏଥିରେ ସୃଷ୍ଟି ହେଉଥିବା ସମସ୍ୟାକୁ...

ଗୋବରୀ ଶାଖା ନାଳରୁ ମା’,ଝିଅଙ୍କ ମୃତଦେହ ଉଦ୍ଧାର

ମହାକାଳପଡ଼ା, ୬।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ...

ଟେନ୍‌ସା ଥାନା ଅଧିକାରୀଙ୍କୁ ତୀରମାଡ, ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ ସ୍ଥାନାନ୍ତର

ସୁନ୍ଦରଗଡ/ଟେନ୍‌ସା/ବଣାଇଁ, ୫।୧ (ଡି.ଏନ୍‌.ଏ)/(ସ୍ବ.ପ୍ର ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍‌ସା ଫାଣ୍ଡି ଅଧିକାରୀ ଙ୍କ ଉପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ...

ଟୋଲ୍‌ ଫି ଲାଭ ଆଗ

ଯାଜପୁର ଅଫିସ,୧୪।୧୧: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌ )ରେ ଥିବା...

ପେଟ୍ରୋଲ୍‌ ପମ୍ପ ମାଲିକଙ୍କୁ ଗୁଳିମାଡ଼

ବ୍ରହ୍ମଗିରି,୩୦।୧୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ଅର୍ନ୍ତଗତ ସାକ୍ଷୀଗୋପାଳ-ଅଳଗୁମା ରାସ୍ତାର ପୁରୁଣା ସୋମେଶ୍ୱରପୁର ଛକ ନିକଟରେ ସୁଜାତା ପେଟ୍ରୋଲ୍‌ ପମ୍ପରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି। ...

ମ୍ୟାଲେରିଆ ନିରାକରଣ ଧୂଆଁବାଣ

ମାଲକାନଗିରି, ୨୦।୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପୂର୍ବରୁ ମ୍ୟାଲେରିଆରେ ବହୁ ଜନସାଧାରଣ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିଲେ। ଏଥିପାଇଁ ସରକାର ମ୍ୟାଲେରିଆ ନିରାକରଣ ପାଇଁ ଏକ ସ୍ବତନ୍ତ୍ର...

Play 250+ Trending Games
Archives

Model This Week

Why Dharitri