Advertisement

ପୃଥକ୍‌ ସଡ଼କ ଦୁର୍ଘଟଣା: ୨ ମୃତ

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜଧାନୀରେ ମଙ୍ଗଳବାର ପୃଥକ୍‌ ପୃଥକ୍‌ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କର ଜୀବନ ଯାଇଛି। ଗୋଟିଏ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକରେ ଏବଂ ଅନ୍ୟଟି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନାଲ୍‌କୋ ଛକରେ ଘଟିଛି। ହାଇଟେକ ଛକରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର କାଳିଆ ଓରଫ ଦେବାଶିଷ ପ୍ରଧାନ (୨୩)। ସେହିପରି ନାଲ୍‌କୋ ଛକରେ ଯାତ୍ରୀବାହୀ ବସ୍‌ ଧକ୍କାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ରାଧାକୃଷ୍ଣ ଲେନ ବସ୍ତିର ଫୁଲ ବିନ୍ଧାଣୀ (୪୫)ଙ୍କ ମୃତ୍ୟୁ ଘଟିଛି। ଉକ୍ତ ୨ଟି ସ୍ଥାନରେ ଦୁର୍ଘଟଣା ଯୋଗୁ କିିଛି ସମୟ ଟ୍ରାଫିକ ଜାମ୍‌ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତାୟାତ ସ୍ବାଭାବିକ କରିଥିଲା।
ସୂଚନାନୁଯାୟୀ, ଅପରାହ୍ନରେ ଫୁଲ ନାଲ୍‌କୋ ଅଫିସ ପାର୍ଶ୍ୱରୁ ଅପରପଟକୁ ଚାଲିଚାଲି ଯାଉଥିଲେ। ଏହି ସମୟରେ ପ୍ରେସ୍‌ ଛକ ପଟୁ ଯାଉଥିବା ‘ଶିବଶଙ୍କର’ ନାମକ ଘରୋଇ ବସ୍‌ (ନଂ. ଓଆର୍‌ ୦୫-ଏଡବ୍ଲ୍ୟୁ ୧୧୬୧) ଟ୍ରାଫିକ ଛକରେ ତାଙ୍କୁ ଧକ୍କା ଦେବା ସହ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି ରାସ୍ତା ମଝିରେ ଅଟକି ରହିବାରୁ ସେଠାରେ ଟ୍ରାଫିକ ଜାମ୍‌ ହୋଇଥିଲା। ଏହାର ସୁଯୋଗ ନେଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଦୁର୍ଘଟଣା ପରେ ସେଠାରେ ଚାପା ଉତ୍ତେଜନା ଦେଖାଦେବା ସହ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକୋ କରିଥିଲେ। ଖବର ପାଇ କମିଶନରେଟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପୋଲିସ ବସ୍‌ ଜବତ କରି ଥାନାକୁ ନେବା ସହ ପରେ ତଦନ୍ତ କରି ଡ୍ରାଇଭରଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।
ସେହିପରି ଅନ୍ୟ ଏକ ଘଟଣାରେ ଅପରାହ୍ନରେ ହାଇଟେକ ଛକ ରାସ୍ତା ଦେଇ ବାଇକ (ନଂ. ଓଡିି ୧୯ବି ୩୨୪୬) ଯୋଗେ ବଅଁରପାଳର ଦେବାଶିଷ କଟକ ଫେରୁଥିଲେ। ଏହି ସମୟରେ ତାଙ୍କୁ ପଛପଟୁ ଏକ ଟ୍ରକ (ନଂ. ଓଡି ୦୪ ଏଲ୍‌ ୦୯୯୦) ଧକ୍କା ଦେଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ସ୍ଥାନୀୟ ଲୋକେ ଗାଡ଼ି ଅଟକାଇ ତାଙ୍କୁ ମାଡ଼ ମାରିବା ପରେ ପୋଲିସ ଜିମା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି।...

‘ଫନୀ’ କ୍ଷୟକ୍ଷତିଜନିତ ରିପୋର୍ଟ ଉନ୍ମୋଚିତ : ପୁନରୁଦ୍ଧାର ପାଇଁ ଆବଶ୍ୟକ ୨୯,୩୧୫ କୋଟି ଟଙ୍କା

ଭୁବନେଶ୍ୱର,୬।୮(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ସଚିବାଳୟରେ ସାମୁଦ୍ରିକ ଝଡ଼ ଫନୀ ବାତ୍ୟାଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କିତ ରିପୋର୍ଟ ଉନ୍ମୋଚନ ହୋଇଛି। ଭାରତରେ...

ପାନ ଦୋକାନୀରୁ ଓଏଏସ୍‌: ନାରାୟଣଙ୍କୁ ପୁରୁଷୋତ୍ତମପୁରରେ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୦।୧(ଡି.ଏନ୍‌.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ୫୧ ନଂ ର଼୍ୟାଙ୍କରେ ରହି ପୁରୁଷୋତ୍ତମପୁର ଲାଗି ଗୌରବ...

ଡିଇଓଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୧୨ ଶିକ୍ଷକଙ୍କ ଦରମା ବନ୍ଦ

ରଣପୁର/ନୟାଗଡ଼ ଅଫିସ,୨୧ା୯(ସ୍ବ.ପ୍ର.): ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଶିବଶଙ୍କର ପ୍ରଧାନ ଶୁକ୍ରବାର ରଣପୁର ଓ ନୟାଗଡ଼ ବ୍ଲକର ବିଭିନ୍ନ ସ୍କୁଲ ଅଚାନକ ପରିଦର୍ଶନ କରି ପ୍ରାଥମିକ...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୭୭ ଆକ୍ରାନ୍ତ; ଅଛନ୍ତି ୧,୦୧୬ ପିଲା

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୪୭୯ରୁ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୪,୬୯୮ ଲୋକାଲ କେସ୍‌ ରହିଛି।...

କୋଭିଡ-୧୯ ପଜିଟିଭ୍‌ଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ଦିଆଯାଉଛି ଟ୍ରେନିଂ, ଚିକିତ୍ସା କରିବା ପୂର୍ବରୁ କରାଯାଉଛି ମକ୍‌ଡ୍ରିଲ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ସଂକ୍ରମଣ ଜନିତ ରୋଗ। ଏଣୁ ଏଥିରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତଥା ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପ୍ରତି ବିପଦ ରହିଛି। କାରଣ ସେମାନେ...

ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ଜୋରଦାର ବିରୋଧ

ପୁରୀ ଅଫିସ, ୧୮ା୧୨: ପୁରୀ ଚକ୍ରତୀର୍ଥରୋଡ୍‌ ନିକଟରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ କ୍ଷୁଦ୍ର ବ୍ୟବସାୟୀ, ମତ୍ସ୍ୟଜୀବୀ ଏବଂ ଉଠାଦୋକାନୀ ଜୋରଦାର ବିରୋଧ...

ପୁରୀ ନାବାଳିକା ବଳାତ୍କାର ମାମଲା: ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ଗିରଫ

ପୁରୀ ଅଫିସ,୮।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ରାୟଗଡ଼ା ଓ ପୁରୀ ପୋଲିସ ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ରାୟଗଡ଼ା...

Advertisement
Archives

Model This Week