ପାଖଲୋକଙ୍କ ବାହାଦୁରି

ସୁଧୀର କୁମାର ନାୟକ

ବ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତରେ ସାଙ୍ଗମାନଙ୍କ ସହ ପାଦମିଳାଇ ଚାଲିବା ଭିତରେ କିଛି ପାରସ୍ପରିକ ଆଲୋଚନା ମଧ୍ୟ ହୋଇଥାଏ। ଏପରି ନିଜ ପରିବାରଠାରୁ ଆରମ୍ଭ କରି ଦେଶ ଦୁନିଆର ରାଜନୀତି ମଧ୍ୟ ଚର୍ଚ୍ଚା ହୁଏ। ସେଦିନ ମିଶ୍ରବାବୁଙ୍କ ପାଟିରୁ କିଛି ଶୁଣିବାକୁ ନ ମିଳିବାରୁ ମୁଁ ପଚାରିଦେଲି କ’ଣ ଭାଇ!
ଘରେ ପାହାନ୍ତିଆ ଝଗଡ଼ା ହୋଇଛି କି ? ମିଶ୍ରବାବୁଙ୍କ ମୁହଁଟା ଟିକେ ଲାଲ୍‌ ପଡ଼ିଗଲା। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ହୋଇ ଟିକେ ହସି ପକାଇ କହିଲେ ଯାହା ଭାବୁଛନ୍ତି, ସେପରି କିଛି କଥା ନୁହଁ। ଚାକିରି ଜୀବନ ଆରମ୍ଭରୁ ଦୀର୍ଘ ୩୦ ବର୍ଷ ହେଲା ବାହାରେ ମୁଁ ରହୁଛି। ଗାଁ ପାଖ ବ୍ଲକକୁ ଯିବାପାଇଁ ଡାଇଏରେକ୍ଟରଙ୍କ ଅଫିସରେ ବହୁବାର ଅଭିଯୋଗ ଶୁଣାଣିି ଦିବସରେ ଲେଖି ଆପତ୍ତି ମଧ୍ୟ କରିଛି। ଏପରି କି ଦୀର୍ଘ ୩ ବର୍ଷ ହେବ ବହୁ ହାକିମକୁ ମଧ୍ୟ ସାକ୍ଷାତ କରିଛି କିନ୍ତୁ କିଛି ବି ସୁଫଳ ମିଳୁନାହିଁ। ହେଲେ ମୋ ସାଙ୍ଗରେ ଅନ୍ୟମାନେ ନିଜ ଇଚ୍ଛା ମୁତାବକ ଜାଗାକୁ ବଦଳି ହୋଇ ଯାଉଛନ୍ତି। ଏହା କେମିତି ହେଉଛି ? ଏପରି ଶୁଣି ମୁଁ ପଚାରିଲି ଆପଣ ଗାଁ ପାଖକୁ ଯିବାପାଇଁ ଏତେ ବ୍ୟଗ୍ର ହେଉଛନ୍ତି କାହିଁକି ? ସହରୀ ଜୀବନଟା କ’ଣ ଆଉ ଭଲ ଲାଗୁନାହିଁ ନାଁ ଗାଁ ପାଖରେ ରହି ଅବସର ନେଲେ ରାଜନୀତି କରିବେ। ନାହିଁ ଆଜ୍ଞା ! ଚାକିରି ପରଠାରୁ ଆମ୍ଭେ ଚାରିଭାଇ ବାହାରେ ରହିବା ପରେ ଯେଉଁ ଚାଷରୁ ଆମ୍ଭେ ପାଠ ପଢ଼ି ମଣିଷ ହୋଇଥିଲୁ ସେହିସବୁ ଜମି ବେଣା, ଖଡ଼ିରେ ପରିପୂର୍ଣ୍ଣ ହୋଇ ଆଉ ହିଡ଼ ଦେଖାଯାଉନାହିଁ। ବାପାଙ୍କ ଅମଳରୁ ଥିବା ଗାଁର ସେହି ପୁରୁଣା ଘରଟି ଦରଭଙ୍ଗା ଅବସ୍ଥାରେ ପଡ଼ି ରହିଛି। ଅନ୍ୟମାନଙ୍କ ଘର ଛବି ଆଗରେ ଆମ ଘରଟି ସତେ ଯେମିତି ଚଡକମରା ଗଛଟିଏ ପରି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି। ଆମ ସମୟରେ ଗାଁରେ ଯେଉଁ ଦୁର୍ଦ୍ଦଶା, ଦୁଃଖ ଥିଲା, ଏବେ ଆଉ ତାହା ନାହିଁ। ଚତୁର୍ମାସରେ ହାତରେ ଚପଲ ଧରି କାଦୁଅ ରାସ୍ତାରେ ଗୋଡ଼ ଚିପିଚିପି ମାଇଲି ମାଇଲି ବାଟ ଗାମୁଛା ପିନ୍ଧି ସ୍କୁଲ ବଜାରକୁ ଯାଉଥିଲୁ। ଏବେ ସେଦିନର ଦୁଃଖ ଆଜି ନାହିଁ। ପକ୍କା ସଡ଼କ ତା’ ସହିତ ଦୋକାନ ବଜାର, ବିଦ୍ୟାଳୟ ସବୁକିଛି ସୁବିଧା ଉପଲବ୍ଧ। ଗାଁ ଛକରୁ କଟକ, ଭୁବନେଶ୍ୱର ଗାଡ଼ି ମଧ୍ୟ ଯାଉଛି। ଆମ ସମୟରେ ଗାଁରେ ଯେଉଁ ଦୁର୍ଦ୍ଦଶା ଥିଲା, ଆଉ ତାହା ନାହିଁ। ଭାବୁଛି ଗାଁରେ ରହି ପୁଅ ଝିଅଙ୍କ ବିଭାଘର ସେହିଠାରେ କରିବି। ସାହିଭାଇଙ୍କଠାରୁ ଯେଉଁ ସାହାଯ୍ୟଟି ମିଳିବ, ହୁଏତ ଆଜିକା ଏହି ମଣ୍ଡପ ବାହାଘରରେ ସେପରି ମିଳିବ ନାହିଁ। ଏଇଥିପାଇଁ ମୁଁ ଗାଁ ପାଖ ବ୍ଲକକୁ ଯିବା ପାଇଁ ଚାହୁଁଛି। ଶେଷ ଜୀବନଟା ଗାଁରେ ହିଁ କଟୁ।
ଏ କଥା ଶୁଣି ମୁଁ ପଚାରିଲି ଆପଣ ଯେତେ ଲେଖି ଆପତ୍ତି କଲେ ମଧ୍ୟ କିଛି ଲାଭ ହେବନାହିଁ, ଆପଣ ବାବୁଙ୍କ ପାଖ ଲୋକଙ୍କୁ ଯଦି ସନ୍ତୁଷ୍ଟ ନ କରିଛନ୍ତି। ସେ ମୋତେ କହିଲେ ପାଖ ଲୋକ ପୁଣି କ’ଣ ? ପୂର୍ବରୁ ହିନ୍ଦୁ ଦେବଦେବୀମାନଙ୍କର ଯେମିତି ବିଭିନ୍ନ ବାହନ ଥିଲେ ଏମାନେ ଆଜିକା ବାବୁମାନଙ୍କର ଗୋଟାଏ ଗୋଟାଏ ବାହନ। ଯେଉଁ ବାବୁଙ୍କର ଯିଏ ପ୍ରିୟ, ବାବୁ ତାଙ୍କୁ ପାଖରେ ରଖି ତା’ ମାଧ୍ୟମରେ ସବୁକାମ କରନ୍ତି। ଗାଁ ସରପଞ୍ଚଠାରୁ ବିଧାୟକ, ସାଂସଦ, ମନ୍ତ୍ରୀ ପର୍ଯ୍ୟନ୍ତ କାହାର ପାଖ ଲୋକ ନାହାନ୍ତି। ବଡ଼ ବଡ଼ ଅଫିସରେ ବାବୁମାନଙ୍କର ମଧ୍ୟ ପାଖଲୋକ ଥାନ୍ତି। ନିକଟରେ ଏକ ଗ୍ରାମସଭାରେ ଯୋଗ ଦେଇଥାଏ। ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାବଦରେ ସମୀକ୍ଷା ଥିଲା। ବୈଠକରେ ଇନ୍ଦିରାଆବାସ, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଚୟନ ନିର୍ଦ୍ଦେଶ ମଧ୍ୟ ଥିଲା। ନିୟମ ଦୃଷ୍ଟିରୁ ଗ୍ରାମସଭାରେ ଅଧ୍ୟକ୍ଷତା କରିବା ସରପଞ୍ଚଙ୍କର ଦାୟିତ୍ୱ। କିନ୍ତୁ ସଭା ଆରମ୍ଭରେ ମହିଳା ସରପଞ୍ଚ କହିଲେ ଅମକ ଭାଇ ଆଜିକାର ସଭାକୁ ପରିଚାଳନା କରିବେ। ମୋ ପରି ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟ କାରୀ ହେଉଥିବା ତୃଣମୂଳ ସ୍ତରରେ ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ। ଜଣେ ବୃଦ୍ଧ ବ୍ୟକ୍ତି ଦରଖାସ୍ତଟିଏ ସରପଞ୍ଚକୁ ଦେଇ କହିଲେ, ବହୁବାର ଆପତ୍ତି କରିଛି ଘରଟିଏ ପାଇଁ , କିନ୍ତୁ ମୋତେ ଘର ମିଳିନାହିଁ। ମୋ କଥା ଟିକେ ବିଚାର କରନ୍ତୁ। ଦରଖାସ୍ତଟିକୁ ସରପଞ୍ଚଙ୍କୁ ଦେଲେ। ସରପଞ୍ଚ କହିଲେ ମୋତେ ଦିଅନାହିଁ। ଏହି ଭାଇଙ୍କି ଦିଅ। ସେ ସବୁକିଛି ବୁଝୁଛନ୍ତି। ଅନ୍ୟଜଣେ ବିଧବା ମହିଳା ଭତ୍ତା ପାଇଁ ଯେତେବେଳେ ଆପତ୍ତି କଲେ ଅନୁରୂପ ଢଙ୍ଗରେ ସରପଞ୍ଚ କହିଲେ ସେ ଭାଇଙ୍କି କୁହ ସେ ବୁଝିବେ। ମୁଁ ଭାବିଲି ଏ ବାବୁ ଜଣକ ଗ୍ରାମପଞ୍ଚାୟତର କାୈଣସି ସରକାରୀ କର୍ମଚାରୀ ହୋଇଥିବେ। କିନ୍ତୁ ତାହା ନୁହଁ, ପାଖରେ ବସିଥିବା ମଉସା କହିଲେ ଏ ଭାଇ ସରପଞ୍ଚଙ୍କର ପାଖ ଲୋକ। ସେ ସବୁକଥା ପଞ୍ଚାୟତର ବୁଝନ୍ତି। ପାଖରେ ବସିଥିବା ଅନ୍ୟଜଣେ ଅବସରପ୍ରାପ୍ତ ଶିକ୍ଷକ କହିଲେ, ଆମକୁ ସିନା ଗ୍ରାମସଭାକୁ ଡକାଯାଇଛି ଆଜ୍ଞା! ହେଲେ କହିବାର ସୁଯୋଗ ମିଳେନାହିଁ। ପାଖରେ ଥିବା ଅନ୍ୟ ଏକ ବିଭାଗର ଅଧିକାରୀ ଜଣେ ହସି କହିଲେ ନିକଟରେ ଆମ ଗାଁକୁ ମୁଁ ଯାଇଥାଏ। ଗାଁର ଜଣେ ବ୍ୟକ୍ତି ଘର ସମ୍ମୁଖରେ ସକାଳୁ ଦେଖିଲି ଅନେକଗୁଡ଼ିଏ ଗାଡ଼ି ଥୁଆ ହୋଇଛି। ପଚାରିଲି ସେ ବାବୁ କ’ଣ ଅଛନ୍ତି କି? ଶୁଣିବାକୁ ପାଇଲି କିଏ ଡିଲରଶିପ୍‌ ନେବ, କିଏ ମଦ ବିକିବ, ଏପରି କି ଥାନାବାବୁ ଦୋଷୀକୁ କି ଦଫା ଦେବେ, ସେଠି ନିଷ୍ପତ୍ତି ନିଆହୁଏ। ମୁଁ ପଚାରିଲି ସେ କେଉଁ ପଦବୀରେ ଅଛନ୍ତି ? ଜାଣିବାକୁ ପାଇଲି ସେ ବିଧାୟକଙ୍କ ପାଖଲୋକ। ଏସବୁ କଥା ଶୁଣି ସେଦିନ ମିଶ୍ରବାବୁ ଆଉ ‘ଟି’ ଖଟିରେ ଯୋଗ ଦେଲେନାହିଁ।
ଧାମନଗର, ଭଦ୍ରକ, ମୋ:୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?