ଦୋଛକିରେ ଜୀବନ ଓ ଜୀବିକା

ରୁଦ୍ରପ୍ରସନ୍ନ ମିଶ୍ର

କରୋନା ମହାମାରୀ ବିଗତ କିଛି ଦଶକ ଭିତରେ ମାନବ ସଭ୍ୟତା ଆଗରେ ଠିଆ ହୋଇଥିବା ସଙ୍କଟମାନଙ୍କ ମଧ୍ୟରେ ବୋଧହୁଏ ସବୁଠାରୁ ବଡ ସଙ୍କଟ। ବିଶ୍ୱବ୍ୟାପୀ ପାଖାପାଖି ତିରିଶି ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି ଏହି ମହାମାରୀରେ। ଦୁଇଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି ମାତ୍ର କେଇ ମାସ ଭିତରେ। ଚାଇନାଠାରୁ ଆରମ୍ଭ କରି ସମଗ୍ର ୟୁରୋପ ଆଉ ଯୁକ୍ତରାଷ୍ଟ୍ର ଆମେରିକା ପରି ଅନେକ ଦେଶ ଉନ୍ନତ ସ୍ବାସ୍ଥ୍ୟ ସେବା ଓ ଆବଶ୍ୟକ ସମ୍ବଳ ଥିବା ସତ୍ତ୍ୱେ, ଏହି ମହାମାରୀ ସହ ଲଢେଇରେ ନାକେଦମ ହୋଇସାରିଲେଣି। ଭାରତରେ ସ୍ଥିତି ଏଯାଏ ସେଭଳି ଖରାପ ନ ହେଲେ ମଧ୍ୟ କିଛି କମ୍‌ ଗୁରୁତର ନୁହେଁ। କରୋନା ପ୍ରାଦୁର୍ଭାବ ଭାରତରେ ପରିଲକ୍ଷିତ ହେବା ପୂର୍ବରୁ ମହାମାରୀ ବିଶେଷଜ୍ଞମାନେ ଆକଳନ କରୁଥିଲେ, ଭାରତରେ ପାଖାପାଖି ୪୦ କୋଟି ଲୋକ ଜୁଲାଇ ମାସ ସୁଦ୍ଧା ଏହି ରୋଗରେ ଆକ୍ରାନ୍ତ ହେବେ। ଏଥିମଧ୍ୟରୁ ପାଖାପାଖି ଏକ କୋଟି ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବେ। କିନ୍ତୁ ଦେଶରେ କେବଳ ଏକଲକ୍ଷ ଆଇସିୟୁ ଆଉ କୋଡିଏ ହଜାର ଭେଣ୍ଟିଲେଟରର ସୁବିଧା ଥିଲା। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପାଖରେ ବୋଧହୁଏ ଲକ୍‌ଡାଉନ ଛଡା ଆଉ କିଛି ଉପାୟ ନ ଥିଲା, ଯାହା କେତେକାଂଶରେ ଫଳପ୍ରଦ ହେଉଛି ମଧ୍ୟ।
ବିକଶିତ ଦେଶମାନଙ୍କରେ ଆର୍ଥିକ ସମ୍ବଳ, ସ୍ବାସ୍ଥ୍ୟସେବା ସୁବିଧା ଓ ପ୍ରଶାସନିକ ଦକ୍ଷତା ଥିବା ହେତୁ ସେହି ଦେଶମାନଙ୍କରେ ଲକ୍‌ଡାଉନକୁ ଦୀର୍ଘ ସମୟ ଧରି ବଳବତ୍ତର ରଖାଯାଇ ପାରିବ ତଥା ସମାନ୍ତରାଳ ଭାବରେ ସାମାଜିକ ଦୂରତା, ସଙ୍ଗରୋଧ, ବିସ୍ତୃତ କରୋନା ପରୀକ୍ଷା ଓ ଚିକିତ୍ସା ଇତ୍ୟାଦି କରୋନା ନିୟନ୍ତ୍ରଣ ଉପାୟ ମଧ୍ୟ କାର୍ଯ୍ୟକାରୀ କରିହେବ। ହେଲେ ଗରିବ ଦେଶମାନଙ୍କ ପାଖରେ ଦୀର୍ଘଦିନ ଧରି ଲକ୍‌ଡାଉନକୁ ବଳବତ୍ତର ରଖିବା ପାଇଁ ନା ପ୍ରଶାସନିକ ବା ଆର୍ଥିକ କ୍ଷମତା ଅଛି ନା ଏତେ ସଂଖ୍ୟକ ଆକ୍ରାନ୍ତ ରୋଗୀଙ୍କୁ ଏକସମୟରେ ଚିକିତ୍ସା କରିବା ପାଇଁ ଭିତ୍ତିଭୂମି ଅଛି। ଯଦିଓ ଭାରତର ସ୍ଥିତି ଆଫ୍ରିକା ଅବା ଅନେକ ଏସୀୟ ଗରିବ ରାଷ୍ଟ୍ର ପରି ଶୋଚନୀୟ ନୁହେଁ, ଭାରତ ବିକଶିତ ଦେଶମାନଙ୍କ ପରି ସମର୍ଥ ବି ନୁହେଁ। ଭାରତ କେତେଦିନ ଲକ୍‌ଡାଉନ ବଳବତ୍ତର ରଖିପାରିବ, ତାହା ହିଁ ନିର୍ଣ୍ଣୟ କରିବ, ବିଜୟୀ କିଏ ହେବ। କରୋନା ବିରୁଦ୍ଧ ଏହି ସଂଗ୍ରାମରେ ଭାରତର ଏହା ହିଁ ଏକମାତ୍ର ରଣନୀତି ମନେହୁଏ। ପ୍ରାଥମିକ ଅନୁସନ୍ଧାନ ଓ ସରକାରୀ ରିପୋର୍ଟ ଅନୁଯାୟୀ ସମୟୋପଯୋଗୀ ଲକ୍‌ଡାଉନ ଫଳରେ ଏହି ମହାମାରୀକୁ ଅନେକ ଭାବରେ ନିୟନ୍ତ୍ରଣ କରାଯାଇ ପାରିଛି। କିନ୍ତୁ ଯେ ପର୍ଯ୍ୟନ୍ତ ପ୍ରତିଷେଧକ ଅବା ଉପଯୋଗୀ ଔଷଧ ବଜାରରେ ଉପଲବ୍ଧ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହା କିଛି ନା କିଛି ଲୋକଙ୍କୁ ଆକ୍ରାନ୍ତ କରିବ ଆଉ ପରେ ବ୍ୟାପିବାକୁ ଲାଗିବ। ଏହିଭଳି ପରିସ୍ଥିତିରେ ଯଦି ଦେଶରେ କେବଳ ଏକ ପ୍ରତିଶତ ଲୋକ ଆକ୍ରାନ୍ତ ହୁଅନ୍ତି, ତେବେ ଦେଢକୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆମେ ବୋଧହୁଏ ସକ୍ଷମ ହେବାନାହିଁ ।
ଲକ୍‌ଡାଉନ ସତ୍ତ୍ୱେ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ୱିକ୍‌ ମାଗାଜିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ୮୫ ପ୍ରତିଶତ ମାମଲା କେବଳ ବସ୍ତି ଅଞ୍ଚଳରେ ବ୍ୟାପିଛି। ଏପ୍ରିଲ ମାସର ପ୍ରଥମ ବାଇଶ ଦିନ ଭିତରେ ମୁମ୍ବାଇରେ ଧାରଣ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ୍‌) ସଂଖ୍ୟା ୭୭ରୁ ବଢି ୮୧୩ ହୋଇଯାଇଅଛି। ମୁମ୍ବାଇ ବର୍ତ୍ତମାନ ଏକ ଅଦ୍ଭୁତ ପରିସ୍ଥିତି ଦେଇ ଗତି କରୁଛି। ମୁମ୍ବାଇରେ ଏବଂ ଖାସ କରି ବସ୍ତି ଅଞ୍ଚଳରେ ସାମାଜିକ ଦୂରତା ଓ ସଙ୍ଗରୋଧ ଜାରି ରଖିବା ସମ୍ଭବ ନୁହେଁ। ମୁମ୍ବାଇରେ ୪୨ ପ୍ରତିଶତ ଲୋକ ବସ୍ତି ଅଞ୍ଚଳରେ ବାସ କରନ୍ତି, ଯେଉଁଠି ପ୍ରତି ଏକ ବର୍ଗ କିଲୋମିଟରରେ ପାଖାପାଖି କୋଡିଏ ହଜାର ଲୋକ ରୁହନ୍ତି। ଏଠି ସାମାଜିକ ଦୂରତା ପରକଥା, ଶାରୀରିକ ଦୂରତା ବଜାୟ ରଖିବା ଅସମ୍ଭବ।
ଲକ୍‌ଡାଉନ, ଦେଶ ତଥା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଆକଳନ ଅନୁଯାୟୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି ) ବୃଦ୍ଧି ହାର ୧.୯% କୁ ହ୍ରାସ ପାଇବ। ଅନ୍ୟ କେତେକ ସଂସ୍ଥା ଏହା ଶୂନ୍ୟ ହେବ ବୋଲି ମଧ୍ୟ କଳନା କରିଛନ୍ତି। ପୁଣି ଯଦି ଏହି ସାମାଜିକ ଦୂରତା ରଣନୀତି ବିଫଳ ହୁଏ, ତେବେ ଅର୍ଥନୀତି ଉପରେ ଏହାର ନକାରାତ୍ମକ ପ୍ରଭାବ ମାତ୍ରାଧିକ ହୋଇ ଯାଇପାରେ। ଅର୍ଥନୈତିକ ସଂକୋଚନ ଓ ଆର୍ଥିକ ମାନ୍ଦାବସ୍ଥା ଫଳରେ ବେରୋଜଗାରି ଉତ୍କଟ ହୋଇଯିବ। ଆର୍ଥିକ ମାନ୍ଦାବସ୍ଥା ସମୟରେ ଅର୍ଥନୀତିରେ ସର୍ବପ୍ରଥମେ ଏବଂ ସବୁଠାରୁ ଅଧିକ ପ୍ରଭାବିତ ହେବେ ଦେଶର କୋଟି କୋଟି ଗରିବ ଲୋକ। ଅକ୍ସଫାର୍ମ ତରଫରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ପଚାଶ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ। ଆନୁପାତିକ ଭାବରେ ଭାରତରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ସରକାରଙ୍କର ରାଜସ୍ବ ହାନି ଦ୍ୱାରା ଅନେକ ଜନକଲ୍ୟାଣକାରୀ ଯୋଜନା ପାଇଁ ସମ୍ବଳ କମ ପଡିବ। ମାତ୍ରାଧିକ ଋଣର ଜାତୀୟ ମୁଦ୍ରାସ୍ପୀତି ଉପରେ ନକାରାତ୍ମକ ପ୍ରଭାବ ପଡିବ ଓ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ଦରବୃଦ୍ଧି ପରି ସମସ୍ୟା ସହ ଲଢିବାକୁ ପଡିପାରେ।
ଏହି ପରିପ୍ରେକ୍ଷୀରେ ଲକ୍‌ଡାଉନକୁ କୋହଳ କରି ଅର୍ଥନୈତିକ କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିବା ସମୀଚୀନ ମନେହୁଏ। ଯଦିଓ ନିକଟରେ ସରକାର କୃଷିଜାତୀୟ କର୍ମ, ଗ୍ରାମୀଣ ଆର୍ଥିକ କାର୍ଯ୍ୟକଳାପକୁ ଆରମ୍ଭ କରିବାପାଇଁ ଅନୁମତି ଦେଇଛନ୍ତି ତଥା ପରେ କେତେକ ଦୋକାନ ବଜାର ଖୋଲିବା ପାଇଁ ମଧ୍ୟ ନୀତିପ୍ରସ୍ତୁତ କରିଛନ୍ତି, ଆର୍ଥିକ କାର୍ଯ୍ୟକଳାପକୁ ସ୍ଥାୟୀ ଓ ସୁଦୃଢ କରିବାକୁ ହେଲେ ଶିଳ୍ପ, ଉତ୍ପାଦନ ଆଦିକୁ ସମ୍ପୂର୍ଣ୍ଣ ରୂପେ ପୁନଃ ଆରମ୍ଭ କରିବାକୁ ହେବ। ଉଭୟ ବେସରକାରୀ ସଂସ୍ଥା ଓ ଜନସାଧାରଣ କରୋନାକୁ ନେଇ ଅନେକ ସଚେତନ ହୋଇଗଲେଣି ଏବଂ ସାବଧାନ ରହି ଏହାର ସାମ୍ନା କରିପାରିବେ। ସହରର ଓ ଅଫିସ ମାନଙ୍କରେ କାମ କରୁଥିବା ଲୋକମାନଙ୍କୁ ଘରୁ କାମକରିବା ପାଇଁ ସୁବିଧା ସୃଷ୍ଟି ଓ ପ୍ରୋତ୍ସାହିତ କରିବା ଦ୍ୱାରା ଅଫିସ, ରାସ୍ତା ଓ ବଜାରମାନଙ୍କରେ ଭିଡ କମିବ। ଫଳରେ କରୋନା ବ୍ୟାପିବା ହାର ମଧ୍ୟ ନିୟନ୍ତ୍ରିତ ରହିବ। ଅନ୍ୟପକ୍ଷରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ବଢାଇବାରେ ଲାଗିପଡିଛନ୍ତି। ଆଶା ଏହା ବଢିଚାଲିଥିବା ଆକ୍ରାନ୍ତଙ୍କୁ ଉଚିତ ସେବା ଦେବାରେ ସକ୍ଷମ ହେବ ଏବଂ ଅତିଶୀଘ୍ର କରୋନା ଭୂତାଣୁ ସହ ଲଢିବା ପାଇଁ ଔଷଧ ବା ପ୍ରତିଷେଧକ, ଯାହା ଏବେ କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଅଛି ଉପଲବ୍ଧ ହେବ।
ଆଜି ଆମେ ଜୀବନ ଓ ଜୀବିକାର ଦୋଛକିରେ ଠିଆ ହୋଇଛେ। ଦୁଇଟି ମଧ୍ୟରୁ କେବଳ ଗୋଟିଏକୁ ବାଛିବା ସମ୍ଭବ ନୁହେଁ। ବିଶେଷକରି ଯେତେବେଳେ ପ୍ରଶ୍ନ ଦାରିଦ୍ର୍ୟର। ବୋଧହୁଏ କରୋନା ଯେତିକି ଜୀବନ ନେବ, ଦାରିଦ୍ର୍ୟ, ଅନାହାର, ବେରୋଜଗାର ଓ ଅନ୍ୟାନ୍ୟ ରୋଗ ଯାହା ଏବେ ଆମ ନଜର ଆଢୁଆଳକୁ ଚାଲିଯାଇଛି, ମିଶି ଅନେକ ଅଧିକା କ୍ଷତି କରିବେ। ଏଣୁ ଧୀରେ ଧୀରେ ଲକ୍‌ଡାଉନକୁ କୋହଳ କରି ଆର୍ଥିକ କାର୍ଯ୍ୟକଳାପକୁ ଆଗେଇ ନେବାକୁ ପଡିବ। ବର୍ତ୍ତମାନ ପରିସ୍ଥିତି ଏକ ଦଉଡି ଉପରେ ଚାଲିବା ପରି। ସରକାର, ବେସରକାରୀ ସଂସ୍ଥା ଓ ଜନସାଧାରଣ ସମସ୍ତେ ଯଦି ସଚେତନ ରହିବେ, ସତର୍କ ରହିବେ ତେବେ ହିଁ ସୁରକ୍ଷିତ ରହିବେ।
ମୁମ୍ବାଇ, ମହାରାଷ୍ଟ୍ର
irudra.blogs@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?