ପତ୍ର ହଲିଲେ ବିଜୁଳି ଛୁ

ଅନୁଗୋଳ ଅଫିସ, ୧୨।୬- ତତଲା କଡେଇରେ ପରିଣତ ହୋଇଥିବା ଅନୁଗୋଳ ଜିଲାରେ ଘୋର ବିଦ୍ୟୁତ୍‌ ବିଭ୍ରାଟ ଜନଜୀବନକୁ କଲବଲ କରୁଛି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗାଁ ଗହଳିରେ ଅବସ୍ଥା ସଙ୍ଗିନ ହୋଇପଡିଛି। ନିର୍ଧୂମ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି। ଯେତିକି ସମୟ ରହୁଛି ଲୋ ଭୋଲଟେଜ ଯୋଗୁ ବିଦ୍ୟୁତ୍‌ ନ ଥିବା ଭଳି ଅବସ୍ଥା ହେଉଛି। ଏଥିରୁ ଡାକ୍ତରଖାନା, ବ୍ୟାଙ୍କ ବି ବାଦ ପଡୁନି। ସାମାନ୍ୟ ପବନରେ ବି ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ବିଗିଡିଯାଇଥିବା କହି ବିଭାଗୀୟ କର୍ମଚାରୀ ଦାୟିତ୍ୱରୁ ମୁହଁ ଫେରାଉଥିବା ଅଭିଯୋଗ ହେଉଛି। ଏପରିକି ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀମାନେ ଫୋନ ନ ଉଠାଉ ଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ସହର ସମେତ ଉପକଣ୍ଠରେ ବିଜୁଳି ସମସ୍ୟା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଥରେ ବିଦ୍ୟୁତ୍‌ କାଟ ହେଲେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏପରି କି ସନ୍ଧ୍ୟାରେ ସାମାନ୍ୟ ପବନରେ ପତ୍ର ହଲିବାକ୍ଷଣି ହିଁ ବିଜୁଳିର ଦେଖା ମିଳୁନି। ଫଳରେ ପ୍ରବଳ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଡାକ୍ତରଖାନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଓ୍ବାର୍ଡରୁ ବାରଣ୍ଡାକୁ ନେଇଆସୁଛନ୍ତି। ଲୋକେ ବାରମ୍ବାର ବିଭାଗୀୟ କର୍ମଚାରୀଙ୍କୁ ଫୋନ୍‌ କରି ନୟାନ୍ତ ହେଉଥିଲେ ମଧ୍ୟ କେହି ଫୋନ୍‌ ଉଠାଉ ନାହାନ୍ତି। ବିଦ୍ୟୁତ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। ସେହିପରି ସହରସ୍ଥିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ମଧ୍ୟ ସମାନ ଅବସ୍ଥା। ବିଦ୍ୟୁତ୍‌ କାଟ ହେଲେ ଜେନେରେଟର ଲଗାଯାଉ ନ ଥିବାରୁ ପ୍ରବଳ ଗରମରେ ଉପଭୋକ୍ତାମାନେ ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି। ବ୍ୟାଙ୍କକୁ ଆସୁଥିବା ବରିଷ୍ଠ ନାଗରିକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ସେସୁର ଡେପୁଟି ମ୍ୟାନେଜର ଦୀପକ କୁମାର ବିଆରସିଂହଙ୍କୁ ପଚାରିବାରେ କହିଛନ୍ତି, ଦିନରେ ଓଭର ଲୋଡିଂ କାରଣରୁ ବିଦ୍ୟୁତ ସମସ୍ୟା ଦେଖାଦେଉଛି। ଖରାଦିନରେ ଏହି ସମସ୍ୟା ଦେଖାଯିବା ସ୍ବାଭାବିକ। ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ହେଉଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡୁଛି। ମରାମତି କରି ବିଦ୍ୟୁତ ସଂଯୋଗ ଦେବାରେ ବିଳମ୍ବ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହରେ ଛତା ଧରି ବସିଲେ ଛାତ୍ରୀଛାତ୍ର

ଖମାର,୨୪।୭ (ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଶଙ୍ଖମୁରସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ବିଦ୍ୟାଳୟ ଶ୍ରେଣୀଗୃହରେ ମଙ୍ଗଳବାର ଛତା ଧରି ବସିଛନ୍ତି ଛାତ୍ରୀଛାତ୍ର। ଗତବର୍ଷ...

ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ

କଣିହାଁ,୨୩ା୭(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଇଏସ୍‌ପି ସାଇଟରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ସାନତ୍ରୀବିଡା ଗ୍ରାମର ଲିପୁନ...

ବଳାତ୍କାର କରି ଭିଡିଓ ଭାଇରାଲ କରିଦେଲେ, ପରେ…

ଛେଣ୍ଡିପଦା,୨୪।୭ (ଅଜିତ ଧଳ): ଅନୁଗୋଳ ଜିଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର ସହ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ...

ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ, ତାଙ୍କ ସ୍ବାମୀ

କଣିହାଁ, ୨୪ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ବାମୀ ଶିଶିର ସାମଲ ମଙ୍ଗଳବାର...

ନିର୍ମାଣର ୧୦ ଦିନ ପରେ ଫାଟି ଆଁ

ବଇଣ୍ଡା,୧୭।୭(ପରିକ୍ଷିତ ସାହୁ): ଦୀର୍ଘ ୬ବର୍ଷ ହେବ କାମ ଚାଲୁଛି, ହେଲେ ଏହା ସମାପ୍ତ ହୋଇପାରୁନାହଁି। ଗୋଟିଏ ଠିକାସଂସ୍ଥାରୁ ଆଉ ଗୋଟିଏ ଠିଆ ସଂସ୍ଥାକୁ ଦାୟିତ୍ୱ ଦିଆଯାଉଛି।...

କଲେଜ ବସ୍‌ରେ ନିଆଁ

ଅନୁଗୋଳ,୪।୭: ଅନୁଗୋଳ ରାଧାରମଣପଡ଼ାଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଛାତ୍ରୀଛାତ୍ରଙ୍କୁ ଧରି ଯାଉଥିବା ଏକ ଘରୋଇ କଲେଜ ବସ୍‌ରେ ନିଆଁ ଲାଗି ବସ୍‌ଟି...

ସାତକୋଶିଆ ଗଣ୍ଡରେ କୁମ୍ଭୀର ଆକ୍ରମଣ : ମୃତ ନାବାଳକଙ୍କ ପରିବାରକୁ ଭେଟିଲା ଭାଜପା ପ୍ରତିନିଧିମଣ୍ଡଳୀ

ଅନୁଗୋଳ,୩।୭ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାସ୍ଥିତ ସାତକୋଶିଆ ଗଣ୍ଡରେ ଗତ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ନାବାଳକ ସମୀର ନାଏକ...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri