ନୟାଗଡ଼ରେ କରୋନା ଆକ୍ରାନ୍ତ ୧୦୦ ଛୁଇଁଲା  

ନୟାଗଡ଼ ଅଫିସ/ଦଶପଲ୍ଲା,୧୦ା୬(ଡି.ଏନ.ଏ.): ବୁଧବାର ୪ ଆକ୍ରାନ୍ତ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୦ରେ ପହଞ୍ଚତ୍ଛି। ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ ଓ ଆଉ ଜଣେ ଯୁବତୀ ବାହାର ଅଞ୍ଚଳ ମହାନ୍ତିସାହିରୁ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଯୁବତୀ ମା’ଙ୍କ ସହ ମଧ୍ୟଖଣ୍ଡ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ୧୪ ଦିନ ରହଣି ପରେ ଉଭୟ ସେଠାରୁ ବାହାରିଥିଲେ। ତେବେ ଯୁବତୀଙ୍କର ଥଣ୍ଡା ଜ୍ୱର ଲକ୍ଷଣ ଦେଖାଦେଇଥିଲା। ମା’ ଓ ଝିଅଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ମା’ଙ୍କର ନେଗେଟିଭ୍‌ ଆସିଥିବାବେଳେ ଝିଅଙ୍କର ପଜିଟିଭ୍‌ ଆସିଛି। କ୍ୱାରାଣ୍ଟାଇନ୍‌ରୁ ଫେରିବା ପରେ ଯୁବତୀ ଅନେକଙ୍କ ସଂସ୍ପର୍ଶରେ ଆସିଥିଲେ। ଏଭଳିସ୍ଥିତିରେ ଦଶପଲ୍ଲା ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଜିଲାପାଳ ପୋମା ଟୁଡୁ ମଧ୍ୟଖଣ୍ଡର ମହାନ୍ତିସାହି, ଶାସନସାହି ଓ ପାଟଣାସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିଭଳି ବଡସାହି, ଡିମରିସାହି, କଇମସାହିକୁ ବଫର ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଦଶପଲ୍ଲା ହାଇସ୍କୁଲ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ ବ୍ଲକ ଲେଙ୍କୁଡିପଡାରୁ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ବାହାରିଛି। ଏହି ବ୍ୟକ୍ତି କିଛିଦିନ ତଳେ ହାଇଦ୍ରାବାଦରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଥଣ୍ଡା ଜ୍ୱର ଭଲ ନ ହେବାରୁ ଭୁବନେଶ୍ୱରରେ ବେସରକାରୀ ଭାବେ ଚିକିତ୍ସିତ ହେଉଥିଲେ। ନୟାଗଡରୁ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ୪ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ବୁଧବାର ସୁଦ୍ଧା ଜିଲାର ୭୫ଜଣ ସୁସ୍ଥ ହୋଇଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦହିବରା ଖାଇ ୩ ଗ୍ରାମର ୬୮ ଅସୁସ୍ଥ: ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୟାଗଡ଼ ଅଫିସ, ୭ା୧୧: ନୟାଗଡ଼ ଜିଲା ଗଣିଆ ବ୍ଲକର ବିଜୟନଗର, ଗଣିଆ ଓ ବେଲଗଡ଼ ଗ୍ରାମର ୬୮ଜଣ ଦହିବରା ଖାଇ ଗୁରୁବାର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ...

ନୟାଗଡ଼ ଜିଲା: ସଙ୍କଟରେ ଚାଷୀ ଓ ଚାଷ  

ନୟାଗଡ଼ ଅଫିସ,୧୫ା୮: କୃଷିପ୍ରଧାନ ନୟାଗଡ଼ ଜିଲାରେ ଚାଷୀ ଓ ଚାଷ ସଙ୍କଟରେ। ପ୍ରତିକାର ନ ଥିବାରୁ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇପଡୁଛି। ଏହାର ସମାଧାନ...

ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଜଣଙ୍କର ମୃତ୍ୟୁ ଘଟଣା: ୨ ଗାଁ ପୁରୁଷଶୂନ୍ୟ

ଖଣ୍ଡପଡା,୨୪।୧୦(ସ୍ବ.ପ୍ର.): ବାର୍‌ହା ଶିକାର ପାଇଁ ଗତ ସୋମବାର ଜଙ୍ଗଲ ମଧ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହେବା ପରେ ନୟାଗଡ଼...

ଭୁଷୁଡ଼ିଲା ସ୍କୁଲ ପାଚେରି, ଆଖିବୁଜିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ରାୟଗଡ଼ା ଅଫିସ/ଗୁଣୁପୁର,୧୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚିକଟ ସରକାରି ଉଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଛି। ନିର୍ମାଣଧୀନ ପାଚେରି କାନ୍ଥ ଭୁଷୁଡ଼ି ଜଣେ...

ଦୋଳ ମଣ୍ଡପରେ ନୂତନ ପାଞ୍ଜି ପଠନ

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ସୋମବାର ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସିଂହଦ୍ୱାରସ୍ଥିତ ଦୋଳ ମଣ୍ଡପକୁ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ହାନ୍ଦୋଳାରେ ବିଜେ କରାଯାଇଥିଲା। ପୂଜକ...

ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ: ଖଣିଚୋରଙ୍କ କବ୍‌ଜାରେ ମାଙ୍କଡ଼ା, ମୋରମ ଖଣି

ରଣପୁର,୨ା୯(ସ୍ବ.ପ୍ର.): ନୟାଗଡ ଜିଲାର ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ ହୋଇଥିବାବେଳେ ଚଢ଼ାଉ ଓ ଧରପଗଡ ନ ଥିବାରୁ ଖଣି ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି।...

୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା...

ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

Advertisement
Archives

Model This Week