ନୟାଗଡ଼ରେ କରୋନା ଆକ୍ରାନ୍ତ ୧୦୦ ଛୁଇଁଲା  

ନୟାଗଡ଼ ଅଫିସ/ଦଶପଲ୍ଲା,୧୦ା୬(ଡି.ଏନ.ଏ.): ବୁଧବାର ୪ ଆକ୍ରାନ୍ତ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୦ରେ ପହଞ୍ଚତ୍ଛି। ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ ଓ ଆଉ ଜଣେ ଯୁବତୀ ବାହାର ଅଞ୍ଚଳ ମହାନ୍ତିସାହିରୁ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଯୁବତୀ ମା’ଙ୍କ ସହ ମଧ୍ୟଖଣ୍ଡ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିଲେ। ୧୪ ଦିନ ରହଣି ପରେ ଉଭୟ ସେଠାରୁ ବାହାରିଥିଲେ। ତେବେ ଯୁବତୀଙ୍କର ଥଣ୍ଡା ଜ୍ୱର ଲକ୍ଷଣ ଦେଖାଦେଇଥିଲା। ମା’ ଓ ଝିଅଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ମା’ଙ୍କର ନେଗେଟିଭ୍‌ ଆସିଥିବାବେଳେ ଝିଅଙ୍କର ପଜିଟିଭ୍‌ ଆସିଛି। କ୍ୱାରାଣ୍ଟାଇନ୍‌ରୁ ଫେରିବା ପରେ ଯୁବତୀ ଅନେକଙ୍କ ସଂସ୍ପର୍ଶରେ ଆସିଥିଲେ। ଏଭଳିସ୍ଥିତିରେ ଦଶପଲ୍ଲା ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଜିଲାପାଳ ପୋମା ଟୁଡୁ ମଧ୍ୟଖଣ୍ଡର ମହାନ୍ତିସାହି, ଶାସନସାହି ଓ ପାଟଣାସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିଭଳି ବଡସାହି, ଡିମରିସାହି, କଇମସାହିକୁ ବଫର ଜୋନ୍‌ ଭାବେ ଘୋଷଣା କରିଛନ୍ତି। ଦଶପଲ୍ଲା ହାଇସ୍କୁଲ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ ବ୍ଲକ ଲେଙ୍କୁଡିପଡାରୁ ଜଣେ ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ବାହାରିଛି। ଏହି ବ୍ୟକ୍ତି କିଛିଦିନ ତଳେ ହାଇଦ୍ରାବାଦରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଥଣ୍ଡା ଜ୍ୱର ଭଲ ନ ହେବାରୁ ଭୁବନେଶ୍ୱରରେ ବେସରକାରୀ ଭାବେ ଚିକିତ୍ସିତ ହେଉଥିଲେ। ନୟାଗଡରୁ ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ୪ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ବୁଧବାର ସୁଦ୍ଧା ଜିଲାର ୭୫ଜଣ ସୁସ୍ଥ ହୋଇଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri