ନାରୀକୁ ଲୋଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୮।୩ – ଶିଳ୍ପରେ ସମୃଦ୍ଧ। ଶିକ୍ଷାରେ ଅଗ୍ରଣୀ। ସ୍ବେଚ୍ଛାସେବୀଙ୍କ ପ୍ରମୁଖ କର୍ମସ୍ଥଳ। ସଚେତନତାର ଅଭାବ ନାହିଁ। ଏସବୁ ସତ୍ତ୍ୱେ ଢେଙ୍କାନାଳ ଜିଲାରେ କମୁନି ନାରୀ ନିର୍ଯାତନା। ବଳାତ୍କାର, ଯୌତୁକ ନିର୍ଯାତନା ଭଳି ମାମଲା ସାଧାରଣ ହେଲାଣି। ବିଗତ ୩ବର୍ଷର ତଥ୍ୟକୁ ଆକଳନ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି। ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ରୋକିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ଏ ଦିଗରେ ଯୁବପିଢ଼ି ଭାବିବାର ସମୟ ଆସିଛି ବୋଲି ଅନେକେ ମତ ଦେଇଛନ୍ତି।
ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି, ଜିଲାରେ ୨୦୧୭ରେ ୩୭, ୨୦୧୮ରେ ୬୪ ଏବଂ ୨୦୧୯ରେ ୭୭ଟି ମହିଳା ବଳାତ୍କାର ମାମଲା ରୁଜୁ ହୋଇଛି। ନାବାଳିକା ବଳାତ୍କାର ମାମଲାର ଚିତ୍ର ମଧ୍ୟ ବେଶ୍‌ ସଙ୍ଗିନ। ୨୦୧୭ରେ ୪୮, ୨୦୧୮ରେ ୭୨, ୨୦୧୯ରେ ୬୬ ଏବଂ ୨୦୨୦ ଜାନୁୟାରୀ ସୁଦ୍ଧା ୪ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୧୧୨, ୨୦୧୮ରେ ୯୭, ୨୦୧୯ରେ ୧୩୦ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ରେ ୧୮ଟି ଯୌତୁକଜନିତ ହତ୍ୟାକାଣ୍ଡ ମାମଲା ଦାଏର ହୋଇଥିଲା। ୨୦୧୮ ଏବଂ ୨୦୧୯ରେ ୮ଟି ଲେଖାଏ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ୨୦୧୭ରେ ୪୨, ୨୦୧୮ରେ ୪୧ ଏବଂ ୨୦୧୯ରେ ୬୧ଟି ନିର୍ଯାତନା ମାମଲା ରୁଜୁ ହୋଇଛି। ତେବେ ପାରିପାର୍ଶ୍ୱିକ ଚାପରେ ଅନେକ ଘଟଣା ଘରର ଚାରିକାନ୍ଥ ଭିତରେ ଲୁଚିଯାଉଛି। ମହିଳା, ଯୁବତୀ ଏବଂ ନାବାଳିକାଙ୍କ କ୍ଷେତ୍ରରେ ଘଟିଥିବା ଏସବୁ ଅପରାଧକୁ ଆକଳନ କଲେ ଜିଲାରେ ନାରୀ ନିର୍ଯାତନା ବଢ଼ିଥିବା ସ୍ପଷ୍ଟ ଅନୁମେୟ। ଏହାର ପ୍ରମୁଖ କାରଣ ବିକୃତ ମାନସିକତା, ପେସାଦାର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ଯୌତୁକ ଲୋଭ ବୋଲି କୁହାଯାଉଛି। ବିଶେଷ କରି ଗ୍ରାମାଞ୍ଚଳରେ ନାରୀ ନିର୍ଯାତନା ଭଳି ଅପରାଧ ବଢ଼ିବା ଚିନ୍ତାର ବିଷୟ ହୋଇଛି।
ଜିଲା ସଦର ମହକୁମାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବର୍ଷତମାମ ମହିଳା ହିଂସା ନିରୋଧୀ ସଚେତନତା କାର୍ଯ୍ୟକ୍ରମ ହେଉଛି। ବିଭିନ୍ନ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ହେଲେ ଗ୍ରାମାଞ୍ଚଳକୁ ସଚେତନତା ଛୁଇଁପାରୁନି। ମାନସିକତାରେ ପରିବର୍ତ୍ତନ ଏବଂ ବ୍ୟାପକ ସଚେତନତା ଦ୍ୱାରା ଅପରାଧକୁ ରୋକାଯାଇପାରିବ ବୋଲି ଅନେକେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରଙ୍ଗଧର, ବାଜି ରାଉତ ସେତୁରେ ଆଲୋକୀକରଣ ବ୍ୟବସ୍ଥା ନୋହିଲା; ସଞ୍ଜ ନଇଁଲେ ଗୋଡ଼ାଉଛି ଭୟ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସାରଙ୍ଗଧର ସେତୁ ଏବଂ ବାଜି ରାଉତ ସେତୁ ଉପରେ ଆଲୋକୀକରଣ ବ୍ୟବସ୍ଥା...

ହାତୀ ଆକ୍ରମଣରେ ଯୁବକ ମୃତ

ରାସୋଳ, ୧୨ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଲିବୁରେଇ ସେକ୍ସନ ଗୋବିନ୍ଦପୁର ଗ୍ରାମର ପଙ୍କଜ ସାମଲଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଭୋରରୁ...

ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ।...

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ...

ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ

ଭୁବନ,୨୬।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେଥି...

ଭିଡ଼ ବଢ଼ାଇଲା ସଂକ୍ରମଣ ଆଶଙ୍କା

କାମାକ୍ଷାନଗର, ୭।୮(ଡି.ଏନ.ଏ.) – ଶଟ୍‌ଡାଉନ ଉଠିବା ପରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କ ପ୍ରତି କୋହଳ ମନୋଭାବ...

ଏନ୍‌ଏଚ୍‌ରେ ୨ ଘଣ୍ଟା ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୧୯ା୭: ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିମୁହାଁ ହୋଇଛନ୍ତି। ବୁଧବାର ରାତିରେ ରାସୋଳ ଅଞ୍ଚଳରେ...

ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର...

Advertisement


Archives

Model This Week

Why Dharitri