ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର ବୈଠକ ମଧ୍ୟ ବସୁଛି। ମାତ୍ର କୌଣସି ନିଷ୍ପତ୍ତି କିମ୍ବା ନିର୍ଦ୍ଦେଶ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି। ଫଳରେ କମିବା ବଦଳରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ଶନିବାର ମଧ୍ୟ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଜିଲାରେ ୪୧୧ଦୁର୍ଘଟଣା ଘଟି ୨୩୧ ଜଣଙ୍କ ଜୀବନ ଯାଇଛି। ୨୦୧୭ ବର୍ଷରେ ୭୧୬ ଦୁର୍ଘଟଣା ଘଟିଥିଲା। ଏଥିରେ ୩୮୦ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ୨୦୧୮ ବର୍ଷରେ ୭୩୮ ଦୁର୍ଘଟଣା ହୋଇଥିଲା। ଏଥିରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିବା ରାସ୍ତା ଉପରେ ପଦକ୍ଷେପ ନେଇ ଏହା କମାଇବା ଉପରେ ଜିଲାପାଳ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଅଜଣା ଗାଡି ଧକ୍କାରେ କାହାର ମୃତ୍ୟୁ କିମ୍ବା ଆହତ ହେଲେ ଏ ବାବଦରେ ସୋଲାଟିୟମ୍‌ ଫଣ୍ଡରୁ ଅନୁଦାନ ମିଳିବାର ସରକାର ବ୍ୟବସ୍ଥା କରିଛନ୍ତି। ଅଜଣା ଗାଡି ଧକ୍କାରେ ମୃତ୍ୟୁ ବାବଦରେ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଉକ୍ତ ଫଣ୍ଡରୁ ମିଳିବାର ନିୟମ ରହିଛି। ମାତ୍ର ଗଞ୍ଜାମ ଜିଲାରେ ଜଣଙ୍କୁ ମଧ୍ୟ ଏହି ଅର୍ଥ ମିଳିନି। ଏହା ଉପରେ ପଦକ୍ଷେପ ନେଇ ମୃତ୍ୟୁ ବାବଦରେ ଓ ଆହତଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବେପରୁଆ ଗାଡି ଚାଳନା ଓ ଅନ୍ୟ ନିୟମ ଉଲ୍ଲଂଘନ ନେଇ ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ୧୨୦୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଜାତୀୟ ରାଜପଥ ଉପରେ ବେଆଇନ୍‌ ଭାବେ ଗାଡି ପାର୍କିଂ ହେଉଛି। ଉପଜିଲାପାଳ, ଏସ୍‌ଡିପିଓ, ସ୍ଥାନୀୟ ଥାନା ଅଧିକାରୀମାନେ ଏହାକୁ ହଟାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ବର୍ଷ ବର୍ଷ ଧରି ରାସ୍ତା ଉପରେ ଭଙ୍ଗାରୁଜା ଓ ଅଚଳ ଅବସ୍ଥାରେ ଟ୍ରକ୍‌ଗୁଡିକ ପଡିରହୁଛି। ୧୫ ଦିନ ମଧ୍ୟରେ ବାହାର ନ କରାଗଲେ ଉକ୍ତ ଟ୍ରକ୍‌ ଗୁଡିକର ନିଲାମ କରିବାକୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସ୍କୁଲଗୁଡିକୁ ଛାତ୍ରୀଛାତ୍ର ଆସିବା ଓ ଫେରିବା ସମୟ ବେଳେ ଶିକ୍ଷକ ସେମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି। ତାମ୍ପରାରେ ପାଟ୍ରୋଲିଂ ବ୍ୟବସ୍ଥା, ଛତ୍ରପୁର ହସ୍ପିଟାଲ ପାଇଁ ମହାପ୍ରୟାଣ ଗାଡି ଓ ଜାତୀୟ ରାଜପଥରେ ପାଣି ଜମି ରହୁଥିବା ନେଇ ବୈଠକରେ କମିଟି ସଦସ୍ୟ ବସନ୍ତ ମହାରଣା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ପ୍ରୋବେଶନ ଆଇଏଏସ୍‌ କୀର୍ତ୍ତି ଭାସନ ଭି, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବ୍ରହ୍ମପୁର ଉପଜିଲାପାଳ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ କମିଟି ସଭ୍ୟ ଅନୀଲ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିଲେ ପ୍ରଫୁଲ୍ଲ ପଣ୍ଡା, କହିଲେ ଭାରତକୁ ସମଗ୍ର ବିଶ୍ୱରେ…

ଦିଗପହଣ୍ଡି, ୨୧।୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ବର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ପୁଞ୍ଜିକଂୟା ଛକ…

ତାରାତାରିଣୀ କଲେଜର ସଫଳତା: ଯୁକ୍ତଦୁଇ ବିଜ୍ଞାନରେ ଆଗରେ ପୁଅ, କଳାରେ ଝିଅ

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଚଳିତବର୍ଷ ଯୁକ୍ତଦୁଇ ଓ ଯୁକ୍ତତିନି ପରୀକ୍ଷାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜକୁ ବଡ଼ ସଫଳତା ମିଳିଛି। ଅଧ୍ୟକ୍ଷ ଡଃ ପ୍ରଦୀପ କୁମାର ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri