ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀଙ୍କୁ ଠକେଇ ଅଭିଯୋଗ : କମ୍‌ ମୂଲ୍ୟରେ କିଣାଯାଉଛି କ୍ଷୀର

ଛେଣ୍ଡିପଦା, ୧୬।୬(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ କ୍ଷୀର ଚାଷୀ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ର କର୍ମଚାରୀ ମାପରେ ଠକେଇ କରିବା ସହ ନିମ୍ନମାନର କ୍ଷୀର କହି ଅଧିକ ରଖି କମ୍‌ ପରିମାଣ ଖାତାରେ ଲେଖୁଛନ୍ତି। ଏଥିଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରିକି ସେମାନେ ଦୁଗ୍ଧ ଉତ୍ପାଦନ ପାଇଁ କରୁଥିବା ଖର୍ଚ୍ଚ ମଧ୍ୟ ଉଠୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଉଛି।
ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉପରେ ଛେଣ୍ତିପଦା ବ୍ଲକର ୫୦ରୁ ଉଦ୍ଧର୍‌ବ ଗ୍ରାମର ଚାଷୀ ନିର୍ଭର କରନ୍ତି। ଦୈନିକ ୧୪ ଶହ ଲିଟର କ୍ଷୀର ଚାଷୀମାନେ କେନ୍ଦ୍ରକୁ ଆଣିବା ସହ ପ୍ରତି ୧୦ ଦିନରେ ଏ ବାବଦ ଟଙ୍କା ପାଇଥାନ୍ତି। ହେଲେ ଓମ୍‌ଫେଡ କର୍ତ୍ତୃପକ୍ଷ କ୍ଷୀରକୁ ନିମ୍ନମାନର କହିବା ସହ ଅଧିକ ପରିମାଣର କ୍ଷୀରକୁ କମ୍‌ ଦର୍ଶାଇ ରଖୁଛନ୍ତି। ଫଳରେ ଚାଷୀଙ୍କୁ ମାପରେ ଠକେଇ କରାଯାଉଥିବା ସେମାନେ ପ୍ରକାଶ କରିଛନ୍ତି। ସେହିପରି କ୍ଷୀର ଲିଟର ପିଛା କମ୍‌ ଟଙ୍କା ପ୍ରଦାନ କରାଯାଉଥିବାରୁ ଚାଷୀ କ୍ଷତି ସହୁଛନ୍ତି। ବଜାରରେ ପ୍ରାୟ ୩୦ ଟଙ୍କା ଲିଟର ପିଛା କ୍ଷୀର କିଣା ଯାଉଥିବାବେଳେ ଶୀତଳୀକରଣ କେନ୍ଦ୍ରରେ ଚାଷୀ ୨୨ ଟଙ୍କାରେ ବିକ୍ରି କରୁଥିବା ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି କେନ୍ଦ୍ରକୁ ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ଔଷଧ ଓ ଦାନା ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉନାହିଁ। ଏ ବାବଦରେ ଚାଷୀଙ୍କ ଖାତାରୁ ଟଙ୍କା କଟା ଯାଉଥିଲେ ହେଁ ଔଷଧ ଆଦି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ବାହାରୁ ଅଧିକ ଟଙ୍କାରେ ଦାନା ଓ ଔଷଧ କିଣିବାକୁ ପଡୁଛି। ଏପରି ସ୍ଥିତିରେ ବ୍ଲକର କ୍ଷୀର ଚାଷୀମାନଙ୍କୁ ମାସ ମାସ ଧରି ସେମାନଙ୍କ ପାଉଣା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ପରିବାର ପ୍ରତିପୋଷଣ ସହ ଗୋରୁଙ୍କ ଆବଶ୍ୟକ ଯତ୍ନ ନେବା ମଧ୍ୟ କଷ୍ଟକର ହୋଇପଡିଛି। ଛେଣ୍ଡିପଦାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଅଧିକାରୀଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ ଆସିଛି। ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ନ ଦେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଅଧିକାରୀ ଯତିନ କୁମାର ମିଶ୍ରଙ୍କୁ ମୋବାଇଲ ନଂ ୯୪୩୭୨୯୦୩୩୬କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନ ଥିବାରୁ ମତାମତ ମିଳିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳ ଉତ୍ସବରେ ବାଦଦଣ୍ଡ ପ୍ରତିଯୋଗିତା

ବନ୍ତଳା, ୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ସୋମବାର ଦୋଳ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ରାଧାକୃଷ୍ଣ ସ୍ବତନ୍ତ୍ର ବିମାନରେ ଏକ ବିରାଟ...

ହୋଲ୍‌ଡିଂ ଟିକସ ଆଦାୟରେ ପକ୍ଷପାତିତା ଅଭିଯୋଗ : ସରକାରୀ କାର୍ଯ୍ୟାଳୟ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୦।୬ – ଅନୁଗୋଳ ପୌରପାଳିକାର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲାପାଳ ମନୋଜ କୁମାର ମହାନ୍ତି। ବିଭିନ୍ନ ସମୀକ୍ଷା ବୈଠକରେ ଏ...

ଆଜି ସରିବ ଅନୁଗୋଳ ଲକ୍ଷ୍ମୀପୂଜା:ମଣ୍ଡପରୁ ମେଳା, ସବୁଠି ଗହଳି

ଅନୁଗୋଳ ଅଫିସ, ୨୨ା୧୦ ଲକ୍ଷ୍ମୀ ପୂଜା ପାଇଁ ଅନୁଗୋଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଦିନକୁ ଦିନ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହେଉଛି। ପୂଜା ମଣ୍ଡପଠାରୁ...

ଖୁଚୁରା ମଦ ଦୋକାନ ଖୋଲିବାକୁ ବିରୋଧ

ଛେଣ୍ଡିପଦା,୪।୩(ସ୍ବ.ପ୍ର.) – ଛେଣ୍ଡିପଦା ଥାନା ପାଟକୁମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଠାରେ ପ୍ରସ୍ତାବିତ ଖୁଚୁରା ମଦ ଦୋକାନ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ବିରୋଧ କରିଛି ଭାଲୁଖାଇଢ଼ିପ ଆଞ୍ଚଳିକ...

ରାଶନରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୨୯।୩(ଡି.ଏନ.ଏ.) ରାଶନ ଚାଉଳ ଓଜନରେ ଅନିୟମିତତା କରାଯାଉଥିବା ନେଇ ଆଠମଲ୍ଲିକ ବ୍ଲକ କୃତ୍ତିବାସପୁର ପଞ୍ଚାୟତ ତିଳେଶ୍ୱର ଗ୍ରାମର କେତେଜଣ ହିତାଧିକାରୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ...

ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି...

ମାଉସୀ ଘର ଯିବେ ମହାପ୍ରଭୁ : ପଥ ଚାହିଁଛି ୩ ରଥ

ଅନୁଗୋଳ ଅଫିସ, ୪।୭ – ରଥରେ ଚଢ଼ି ମାଉସୀ ଘର ଯିବେ ମହାପ୍ରଭୁ। ଏଥିପାଇଁ ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଉ ମାତ୍ର...

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫...

Advertisement
Archives

Model This Week