ଠିକାଦାର ଛୁ: ଫସିରହିଛନ୍ତି ବାହାର ରାଜ୍ୟର ଶ୍ରମିକ

ବ୍ରହ୍ମଗିରି, ୨୫ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜୁଛି ମାଲେସିଆର ଏକ ପଣ୍ୟବାହୀ ଜାହାଜର କଣ୍ଟେନର। ଏହା ଦୀର୍ଘଦିନ ଧରି ସମୁଦ୍ର ବେଳାଭୂମିରେ ପଡ଼ିରହିିଥିବାରୁ ସମୁଦ୍ରର ଗତିପଥ ବଦଳାଇ ବାଲିବନ୍ଧ ଖାଇବାରେ ଲାଗିଛି । ଏହି କଣ୍ଟେନରକୁ କାଟିବା ପାଇଁ ଲାଗିଥିବା ଠିକା ସଂସ୍ଥାର ଜଣେ ଠିକାଦାର ଶ୍ରମିକମାନଙ୍କୁ ଏଠାରେ ଛାଡ଼ିି ଚମ୍ପଟ ମାରିଛନ୍ତି। ଫଳରେ ବାହାର ରାଜ୍ୟରୁ ଆସିଥିବା ସମ୍ପୃକ୍ତ ଶ୍ରମିକମାନେ ଭୋକଉପାସରେ ସମୁଦ୍ର କୂଳରେ ଫସିରହିଛନ୍ତି। ଫଳରେ ଏହି କଣ୍ଟେନର କଟା କାମ ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୮ ତାରିଖରେ ଯାନ୍ତ୍ରିକ ତ୍ରୁଟି ପାଇଁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା୍ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାଜହଂସଠାରେ ଲାଗିଥିଲା। ଏହା ଜିଲା ପ୍ରଶାସନର ଚିନ୍ତାର କାରଣ ପାଲଟିଥିଲା। ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ୩ ମାସ ପରେ ଜାହାଜଟି ତା’ର ଗନ୍ତବ୍ୟ ସ୍ଥଳକୁ ଫେରିଥିଲା। କିନ୍ତୁ କଣ୍ଟେନରଟି ଏପର୍ଯ୍ୟନ୍ତ ସମୁଦ୍ରରେ ପଡ଼ିିରହିଛି । ଏହି ବିରାଟକାୟ କକଣ୍ଟେନରଟି ସମୁଦ୍ର ଜଳର ଗତିପଥକୁ ବଦଳାଉଛି। ଏହି ସମୁଦ୍ର ପାଣି ଅନ୍ୟ ଗତିପଥ ଦେଇ ଚିଲିକା ଓ ସମୁଦ୍ର ମଧ୍ୟରେ ଥିବା ବାଲିବନ୍ଧକୁ ଖାଇବାରେ ଲାଗିଛି। ଏଥିଯୋଗୁ ଚିଲିକା ପାଇଁ ବିପଦ ସୃଷ୍ଟି ହୋଇଛି। ଏପଟେ କଣ୍ଟେନରଟି ଭାଙ୍ଗିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଏ ନେଇ ଉକ୍ତ ଠିକା ସଂସ୍ଥା ମହାରାଷ୍ଟ୍ରରୁ ୧୪ଜଣ ଶ୍ରମିକଙ୍କୁ ନିୟୋଜିତ କରିଛି। ତେବେ ଏମାନଙ୍କୁ ଘଟଣାସ୍ଥଳରେ ଛାଡ଼ିି ଠିକାଦାର ଚାଲିଯାଇଛନ୍ତି। ତେଣୁ ଶ୍ରମିକମାନେ କାମ ବନ୍ଦ କରି ବସିରହିଛନ୍ତି । ଠିକାଦାରଙ୍କ ସହ କୌଣସି ଯୋଗାଯୋଗ କରିପାରୁନାହାନ୍ତି ଶ୍ରମିକ। ଏମାନଙ୍କୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କେବେ ସମ୍ପୃକ୍ତ ଠିକାଦାର ଆସିବେ ଓ କାମ ଶେଷ କରିବେ ଏବଂ ଚିଲିକାରୁ କଣ୍ଟେନର ହଟିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବେ ଦିବ୍ୟାଙ୍ଗ

ପୁରୀ ଅଫିସ, ୪ା୩: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ଶୁକ୍ରବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଶ୍ରଦ୍ଧାଞ୍ଜଳିଙ୍କୁ ସମନ

ଭୁବନେଶ୍ୱର,୧୨ା୧(ବ୍ୟୁରୋ): ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି କରିଛନ୍ତି। ଆସନ୍ତା ୨୪ ତାରିଖରେ...

ହେଲାନି କରୋନା ପଞ୍ଜୀକରଣ, ୫ ବିଦେଶୀଙ୍କୁ ଛାଡ଼ିଦେଲା ପୋଲିସ

କେନ୍ଦ୍ରାପଡା ଅଫିସ/ ମହାକାଳପଡା (ଡି.ଏନ.ଏ.)୨୦।୩: କେନ୍ଦ୍ରାପଡା ଜିଲାରେ ଅନୁପ୍ରବେଶକୁ ଜିଲା ପୋଲିସ ଗୁରୁତ୍ୱ ଦେଉନାହିଁ। ଏପରି କି କରୋନା ଭୂତାଣୁ ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ...

ମଝି ନଈରେ କୁମ୍ଭୀର ସହ ଲଢ଼ିଲେ ନାବାଳକ

ପଟ୍ଟାମୁଣ୍ଡାଇ,୩୦।୫(ଡି.ଏନ୍‌.ଏ.): ଗାଧୋଇବାକୁ ଗଲାବେଳେ ଟାଣିନେଲା କୁମ୍ଭୀର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଲୁରିଆ ପଞ୍ଚାୟତ ଅରାଜି ଗାଁରେ। ସୂଚନାଯୋଗ୍ୟ,...

ବସ୍‌ରେ ଲାଗିଲା କଟକଣା: ଯାତ୍ରୀଙ୍କୁ ଛିଡ଼ା କରି ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୬।୩ (ବ୍ୟୁରୋ)-କରୋନା ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ଭାରତରେ ଏହି ଭୂତାଣୁ କାୟା ବିସ୍ତାର କରିଚାଲିଛି। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେ...

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ; ପିଲାଙ୍କୁ ନେଇ ଚିନ୍ତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ଅକ୍ଟୋବରରେ ପିକ୍‌କୁ ଯିବ କରୋନା ସଂକ୍ରମଣ, ଦୈନିକ ଚିହ୍ନଟ ହେବେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ

ନୂଆଦିଲ୍ଲୀ,୩ ।୮: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଦେଖାଦେଇଛି । ଏହାକୁ ଦେଖି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି କି ଅଗଷ୍ଟରେ କରୋନାର ତୃତୀୟ...

୫୦ଜଣଙ୍କ ସ୍ବାବ ସଂଗ୍ରହ

ସୋର,୨୯ା୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ସହ ବିଭିନ୍ନ ପଞ୍ଚାୟତରେ ବାହାରୁ ଆସି କ୍ୱାରାଣ୍ଟାଇନ୍‌ରେ ଥିବା ୩୭୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମଙ୍ଗଳବାର ମାଣିପୁର ପଞ୍ଚାୟତ ହାଇସ୍କୁଲ ପରିସରରେ ଥିବା...

Advertisement
Archives

Model This Week