ଠିକାଦାର ଛୁ: ଫସିରହିଛନ୍ତି ବାହାର ରାଜ୍ୟର ଶ୍ରମିକ

ବ୍ରହ୍ମଗିରି, ୨୫ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜୁଛି ମାଲେସିଆର ଏକ ପଣ୍ୟବାହୀ ଜାହାଜର କଣ୍ଟେନର। ଏହା ଦୀର୍ଘଦିନ ଧରି ସମୁଦ୍ର ବେଳାଭୂମିରେ ପଡ଼ିରହିିଥିବାରୁ ସମୁଦ୍ରର ଗତିପଥ ବଦଳାଇ ବାଲିବନ୍ଧ ଖାଇବାରେ ଲାଗିଛି । ଏହି କଣ୍ଟେନରକୁ କାଟିବା ପାଇଁ ଲାଗିଥିବା ଠିକା ସଂସ୍ଥାର ଜଣେ ଠିକାଦାର ଶ୍ରମିକମାନଙ୍କୁ ଏଠାରେ ଛାଡ଼ିି ଚମ୍ପଟ ମାରିଛନ୍ତି। ଫଳରେ ବାହାର ରାଜ୍ୟରୁ ଆସିଥିବା ସମ୍ପୃକ୍ତ ଶ୍ରମିକମାନେ ଭୋକଉପାସରେ ସମୁଦ୍ର କୂଳରେ ଫସିରହିଛନ୍ତି। ଫଳରେ ଏହି କଣ୍ଟେନର କଟା କାମ ଅଧାରେ ଅଟକିଛି। ସୂଚନା ଅନୁଯାୟୀ, ୨୦୧୯ ଅଗଷ୍ଟ ୮ ତାରିଖରେ ଯାନ୍ତ୍ରିକ ତ୍ରୁଟି ପାଇଁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା୍ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାଜହଂସଠାରେ ଲାଗିଥିଲା। ଏହା ଜିଲା ପ୍ରଶାସନର ଚିନ୍ତାର କାରଣ ପାଲଟିଥିଲା। ଜିଲା ପ୍ରଶାସନର ହସ୍ତକ୍ଷେପ ଫଳରେ ୩ ମାସ ପରେ ଜାହାଜଟି ତା’ର ଗନ୍ତବ୍ୟ ସ୍ଥଳକୁ ଫେରିଥିଲା। କିନ୍ତୁ କଣ୍ଟେନରଟି ଏପର୍ଯ୍ୟନ୍ତ ସମୁଦ୍ରରେ ପଡ଼ିିରହିଛି । ଏହି ବିରାଟକାୟ କକଣ୍ଟେନରଟି ସମୁଦ୍ର ଜଳର ଗତିପଥକୁ ବଦଳାଉଛି। ଏହି ସମୁଦ୍ର ପାଣି ଅନ୍ୟ ଗତିପଥ ଦେଇ ଚିଲିକା ଓ ସମୁଦ୍ର ମଧ୍ୟରେ ଥିବା ବାଲିବନ୍ଧକୁ ଖାଇବାରେ ଲାଗିଛି। ଏଥିଯୋଗୁ ଚିଲିକା ପାଇଁ ବିପଦ ସୃଷ୍ଟି ହୋଇଛି। ଏପଟେ କଣ୍ଟେନରଟି ଭାଙ୍ଗିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଏ ନେଇ ଉକ୍ତ ଠିକା ସଂସ୍ଥା ମହାରାଷ୍ଟ୍ରରୁ ୧୪ଜଣ ଶ୍ରମିକଙ୍କୁ ନିୟୋଜିତ କରିଛି। ତେବେ ଏମାନଙ୍କୁ ଘଟଣାସ୍ଥଳରେ ଛାଡ଼ିି ଠିକାଦାର ଚାଲିଯାଇଛନ୍ତି। ତେଣୁ ଶ୍ରମିକମାନେ କାମ ବନ୍ଦ କରି ବସିରହିଛନ୍ତି । ଠିକାଦାରଙ୍କ ସହ କୌଣସି ଯୋଗାଯୋଗ କରିପାରୁନାହାନ୍ତି ଶ୍ରମିକ। ଏମାନଙ୍କୁ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନ ତରଫରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କେବେ ସମ୍ପୃକ୍ତ ଠିକାଦାର ଆସିବେ ଓ କାମ ଶେଷ କରିବେ ଏବଂ ଚିଲିକାରୁ କଣ୍ଟେନର ହଟିବ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?