ଟ୍ରକ୍‌ ଧକ୍କାରେ ସାଇକେଲ ଆରୋହୀ ମୃତ: ଉତ୍ତେଜନା, ରାଜପଥ ଅବରୋଧ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ସହରସ୍ଥିତ ଅଗ୍ନିଶମ ବିଭାଗ ଛକରେ ଶନିବାର ଏକ ଦୁର୍ଘଟଣାରେ ସୌଭାଗ୍ୟନଗରର ଦୋଳ ଗୋଚ୍ଛାୟତ(୩୨)ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ସେମାନେ ରାଜପଥ ଉପରକୁ ଚାଲିଆସି ଆନ୍ଦୋଳନ କରିଥିଲେ। ଖବରପାଇ ଅନୁଗୋଳ ଥାନା ଅଧିକାରୀ ଏକ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପ୍ରକାଶ ଯେ, ଅପରାହ୍ନରେ ଦୋଳ ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ସହର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ (ନଂ. ଓଆର-୦୯-ଜେ-୪୮୭୨) ପଛପଟୁ ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ପୋଲିସ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ଦୋଳଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାଶୁଝା କରି କ୍ଷତିପୂରଣ ପାଇଁ ଗାଡ଼ି ମାଲିକଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ, ମୃତ ଦୋଳଙ୍କ ପୈତୃକ ଘର ବନ୍ତଳା ଥାନା ତୁମୁଣି ଅଞ୍ଚଳରେ ହୋଇଥିବାବେଳେ ସେ ସୌଭାଗ୍ୟନଗରରେ ରହି ଏକ ହୋଟେଲରେ ସଫେଇ କର୍ମଚାରୀଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri