ଟୁଇଟ୍‌ ପରେ କନଷ୍ଟେବଳ ନିଲମ୍ବନ ଘଟଣା: ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ, ୧।୬-ଭଦ୍ରକ ଜିଲା ବନ୍ତ ଥାନାଧିକାରିଣୀଙ୍କ ଉପସ୍ଥିତିରେ ଲକ୍‌ଡାଉନ ସମୟରେ ଜଣେ ଯୁବକ ମାସ୍କ ପିନ୍ଧି ନ ଥିବା କାରଣରୁ ବନ୍ତ ଥାନା ନିକଟରେ ରାସ୍ତା ଉପରେ ୬ଜଣ ପୋଲିସ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟିଥିଲେ। ଏହି ଭିଡିଓ କିଛିଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ଥାନୀୟ ଜଣେ ସାମାଜିକ କର୍ମୀ ଘଟଣା ସମ୍ପର୍କରେ ଟୁଇଟର୍‌ ଯୋଗେ ଏସ୍‌ପି, ଡିଆଇଜି, ମୋ ସରକାର ଓ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଗତ ୨୫ ତାରିଖରେ ଏସ୍‌ପି ରାଜେଶ ପଣ୍ଡିତ ତରବରିଆ ଭାବେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାରେ ସାମାଜିକ କର୍ମୀ କେନ୍ଦୁଝର ଜିଲା ଶାଳଣିଆର ହିମାଂଶୁ ଶେଖର ନାୟକ ଜାତୀୟ ମାନବାଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ସେ ଏକ ଅଭିଯୋଗ ଦାଏର କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତି କରି ମାମଲା(ନଂ.୬୯୯୫/ଆଇଏମ୍‌/୨୦୨୦) ରୁଜୁ ହୋଇଛି। ସେ ଅଭିଯୋଗରେ ମାଡ଼ ଖାଇଥିବା ଯୁବକଙ୍କୁ ପୋଲିସ ମହାନିର୍ଦ୍ଦେଶକ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ଦରମାରୁ କାଟି ୩ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ଓ ୩ ସପ୍ତାହ ମଧ୍ୟରେ ନ୍ୟାୟିକ ତଦନ୍ତ କରି ପଦକ୍ଷେପ ନିଅନ୍ତୁ ବୋଲି ସେ ଆୟୋଗଙ୍କ ନିକଟରେ ଯୁକ୍ତି ବାଢ଼ିଛନ୍ତି।
ସୂଚନାଥାଉ କି ଯୁବକ ଜଣକ ମାସ୍କ ପିନ୍ଧି ନ ଥିବା କାରଣରୁ ତାଙ୍କୁ ମାଡ଼ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ସେଠାରେ କାର୍ଯ୍ୟରତ ମହିଳା କନଷ୍ଟେବଳଙ୍କୁ ସମ୍ପୃକ୍ତ ଯୁବକ ଦୁର୍ବ୍ୟବହାର କରିଥିବା ନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ଏସ୍‌ପି ଟୁଇଟର୍‌ ଯୋଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ବସିଛି ଭାଲୁ , ଆତଙ୍କିତ ଗ୍ରାମବାସୀ

ଉମରକୋଟ,୨୩।୧(ସ୍ବ.ପ୍ର.): ଗଛରେ ବସିଛି ଭାଲୁ। ଆତଙ୍କିତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ...

ମୃତ ବ୍ୟକ୍ତିଙ୍କ ନାଁରେ ୧.୧୮ କୋଟି ଟଙ୍କା ଚଳୁ କରିଦେଲେ ଏଲ୍‌ଆଇସି ଏଜେଣ୍ଟ୍‌

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଫସିଛନ୍ତି ଜଣେ ଏଲ୍‌ଆଇସି ଏଜେଣ୍ଟ। ୪ ମୃତ ବ୍ୟକ୍ତିଙ୍କ ନାଁରେ ଏଜେଣ୍ଟ ଜଣକ ୨୩ଟି ବୀମା ପଲିସି...

ସିଣ୍ଡିକେଟ୍‌ ବ୍ୟାଙ୍କ ସିଇଓଙ୍କ ବ୍ରହ୍ମପୁର ଗସ୍ତ: ‘୧୨ଶହ କୋଟିକୁ ଛୁଇଁବ କାରବାର’

ବ୍ରହ୍ମପୁର ଅଫିସ୍‌,୧୦ା୬-ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡ଼ି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସହ ବିଭିନ୍ନ ଶାଖା ପରିଦର୍ଶନ...

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ...

ବିଦ୍ୟୁତ ତାର ଲଗି ବୃଦ୍ଧଙ୍କ ଜୀବନ ଗଲା

ତିହିଡି,୧୭।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଅଧୀନ ବାହାବଳପୁର ଗ୍ରାମର ଦୀନବନ୍ଧୁ ବେହେରା(୮୧) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ବାଡିରେ କାମ...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ।...

୫ ବର୍ଷର ଶିଶୁ ଉପରେ ମାଡ଼ିଗଲା ଟ୍ରକ, ଉତ୍ତ୍ୟେକ୍ତ ଜନତାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀଠାରେ ଗଙ୍ଗାଧର ପାଣିଗ୍ରାହୀଙ୍କ ଶିଶୁପୁତ୍ର ଗୋପାଳ ପାଣିଗ୍ରାହୀ(୫ବର୍ଷ)ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି...

Advertisement
Archives

Model This Week