ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା ସାହୁ ଏବଂ କଳାରେ ରାଜଲକ୍ଷ୍ମୀ ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୯୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୮୫ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ରହିଛି ୯୨.୩୯%। ୬ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣେ ଅନୁପସ୍ଥିତ ଥିଲେ। ପାସ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯, ଦ୍ୱିତୀୟ ଶ୍ରେଣୀରେ ୧୪ ଏବଂ ତୃତୀୟ ଶ୍ରେଣୀରେ ୩୨ଜଣ ଅଛନ୍ତି। ମୋଟ ୬୦୦ରୁ ୫୪୧ ମାର୍କ (୯୦.୧୬%) ରଖିଥିବା ଛାତ୍ରୀ ଐଶ୍ୱର୍ଯ୍ୟା ସାହୁ କଲେଜ ଟପ୍ପର ହୋଇଛନ୍ତି।
ସେହିପରି କଳାରେ ୨୩୪ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୮୨ଜଣ ପାସ୍‌ କରିଛନ୍ତି। ୫୨ଜଣ ଫେଲ ହୋଇଛନ୍ତି । ପାସ୍‌ହାର ରହିଛି ୭୭.୭୭%। ପ୍ରଥମ ଶ୍ରେଣୀରେ ୨୦, ଦ୍ୱିତୀୟ ଶ୍ରେଣୀରେ ୩୦ ଏବଂ ତୃତୀୟ ଶ୍ରେଣୀରେ ୧୩୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ରାଜଲକ୍ଷ୍ମୀ ପଣ୍ଡା ମୋଟ ୬୦୦ରୁ ୫୨୨ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି। ତାଙ୍କର ପାସ୍‌ହାର ରହିଛି ୮୭%।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ରାଜିହେଲା ରିମ୍‌ଝିମ୍‌

ଢେଙ୍କାନାଳ ଅଫିସ, ୨୧।୯: ଦୀର୍ଘଦିନର ବାଦ-ବିବାଦ, ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଜମିହରା ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଦକ୍ଷତା ଓ ଯୋଗ୍ୟତାଭିତ୍ତିରେ ନିଯୁକ୍ତି ଦେବାକୁ ରାଜି ହୋଇଛି...

୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୬୩ ମାମଲାର ଫଇସଲା

ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ, ବିଚାରପତି ଅଳ୍ପନା ସ୍ବାଇଁ, ସୁଜାତା ପ୍ରିୟମ୍ବଦା ସ୍ବାଇଁ, ଅଭିଜିତ ପୁରୋହିତ, ସୁଶାନ୍ତ ନାୟକ, ମୈତ୍ରୀ ସାମନ୍ତରାୟ, ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ, ନିଶା...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ...

ଯୁକ୍ତ୨ ପରୀକ୍ଷା ଆରମ୍ଭ: ଢେଙ୍କାନାଳର ୪୨ ପରୀକ୍ଷା କେନ୍ଦ୍ରରେ ୭ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦେବେ ପରୀକ୍ଷା

ଢେଙ୍କାନାଳ ଅଫିସ,୩।୩: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ବିଭାଗର ମାତୃଭାଷା...

କାମଚଳାରେ ଚାଲିଛି କାମ

ଢେଙ୍କାନାଳ ଅଫିସ, ୫।୧୧:  ଶିଳ୍ପରେ ସମୃଦ୍ଧ। ପର୍ଯ୍ୟଟନ ସମ୍ଭାରରେ ଭରପୂର। ରାଜନୈତିକ ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ବଢ଼ାଇଛି ଢେଙ୍କାନାଳର ଗୁରୁତ୍ୱ। ହେଲେ ରାଜ୍ୟର କେନ୍ଦ୍ରସ୍ଥଳରେ...

ଗୋଷ୍ଠୀ ଭିକ୍ଷା, କର୍ମକର୍ତ୍ତା ମନୋନୟନ

ଢେଙ୍କାନାଳ ଅଫିସ,୨୦।୨ ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦାରେ ୧୦୫ ବର୍ଷ ତଳେ ସିଦ୍ଧ ବଡ଼ କୃପାସିନ୍ଧୁ ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ କୌପୀନଧାରୀ ମହିମା ସମାଜର ପ୍ରସିଦ୍ଧ...

ହାଟରୁ ଧରାପଡ଼ିଲେ ୩ ପକେଟମାର ନିର୍ଧୂମ ଛେଚିଲେ, ପୋଲିସ ଜିମାଦେଲେ

ଭାପୁର, ୨୯।୯(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ଥାନା ଭାପୁର ମେଡିକାଲ ଛକ ନିକଟ ପରିବା ହାଟରୁ ରବିବାର ପକେଟମାର କରୁଥିବା ୩ଜଣଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା...

Advertisement
Archives

Model This Week