ଗୁଣପୁର,୧୧।୧(ଡି.ଏନ୍.ଏ)-ଗତ ୨୪ ତାରିଖ ରାତିରେ ବାଇକ୍ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ମୃତ୍ୟୁ ହୋଇଥିଲା ା ତାଙ୍କ ମୃତ୍ୟୁକୁ ପରିବାର ସଦସ୍ୟଙ୍କ ସହ କଂଗ୍ରେସ ସହଜରେ ଗ୍ରହଣ କରି ପାରୁନାହିଁ ା ତାଙ୍କର ମୃତ୍ୟୁ ଏବଂ ମୃତ୍ୟୁସ୍ଥଳକୁ ଅନୁଧ୍ୟାନ କରାଗଲେ ପ୍ରାୟୋଜିତ ଭାବେ ମୃତ୍ୟୁ ଘଟିଥିବା ଜଣାଯାଉଛି ା ଏହି ଘଟଣାର ପ୍ରକୃତ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ା ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ପ୍ରକୃତ ତଥ୍ୟ ପ୍ରଦାନ କରି ପାରିନାହିଁ ା ଏଣୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୩ ତାରିଖରେ ରାମନାଗୁଡା ବ୍ଲକ ବାଙ୍ଗି ଛକଠାରେ ରାସ୍ତାରୋକୋ କରାଯିବ ବୋଲି କୁହାଯାଇଛି ା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ କୋରାପୁଟ ଏମ୍ପି ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜିଲା କଂଗ୍ରେସ କମିଟି ସଭାପତି ଦୂର୍ଗା ପ୍ରସାଦ ପଣ୍ଡାଙ୍କ ସମେତ କଂଗ୍ରେସର ନେତା ଏବଂ କମୀମାନେ ସାମିଲ ହେବେ ା ଜିଲା କଂଗ୍ରେସ କମିଟି ସଭାପତିଙ୍କ ପକ୍ଷରୁ ଗୁଣପୁର ଥାନାକୁ ପ୍ରଦତ୍ତ କରାଯାଇଥିବା ପତ୍ରରେ ଏହା ଜଣାପଡିଛି ା ଗତ ୩୦ ତାରିଖରେ ଜୟପୁର ବିଧାୟକ ଗୁଣପୁର ଆସି ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ପ୍ରକୃତ କାରଣ ଜଣା ନ ପଡ଼ିଲେ ଅବିଭକ୍ତ କୋରାପୁଟ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ା ଏହି ଘଟଣାରେ ପୋଲିସ ତଦନ୍ତ କରି ନ ପାରିଲେ ଏସଆଇଟି କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ବାହିନିପତି କହିଥିଲେ ା ସୂଚନାଯୋଗ୍ୟ ଯେ, ପୁରୁଷୋତ୍ତମ ଗତ ୨୪ ତାରିଖ ରାତିରେ ନିଜ ସମର୍ଥକଙ୍କ ସହ ରାୟଗଡାରୁ ଗୁଣପୁର ଅଭିମୁଖେ ଆସୁୁଥିଲେ ା ତାଣ୍ଡିକଣା ଛକରେ କାର ଛାଡି ଏକ ବାଇକରେ ଗୁଣପୁର ବାହାରିଥିଲେ ା ତାଣ୍ଡିକଣାଠାରୁ କିଛି ଦୁର ଯିବା ପରେ ତାଙ୍କ ବାଇକ ଦୂର୍ଘଟଣାଗ୍ରସ୍ତ ହୋଇଥିଲା ା ସଙ୍ଗେ ସଙ୍ଗେ ତାଙ୍କୁ ରାମନାଗୁଡା ପରେ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ା ଅବସ୍ଥା ସଂକଟାପନ୍ନ ଥିବାରୁ ଶ୍ରିକାକୁଲମ ନିଆଯାଇଥିଲା ା ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ା ଗୋଟିଏ ଦିନରେ ତାଙ୍କର ଅଧ୍ୟକ୍ଷ ପଦ ଚାଲିଯିବା ଏବଂ ମୃତ୍ୟୁ ହେବା ଦଳୀୟ କର୍ମକର୍ତ୍ତା ସହ ଶୁଭେଛୁମାନଙ୍କୁ ଶକ୍ତ ଆଘାତ ଦେଇଥିଲା ା ପ୍ରଥମେ ଏହି ଘଟଣାକୁ ନେଇ ଗତ ୨୮ ତାରିଖରେ କଂଗ୍ରେସ ପକ୍ଷରୁ ରାମନାଗୁଡା ବନ୍ଦ ପାଳନ କରାଯାଇଥିଲା ା
ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୋଲିସ ବିଫଳ: ୧୩ରେ କଂଗ୍ରେସର ରାସ୍ତାରୋକୋ
କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ
କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…
ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…
୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ
ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…
ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ
ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…
ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍
ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ
ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…
ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ
ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…
ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ
ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…
Archives

