ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ ସଂଖ୍ୟା ଆଧାରରେ ଏହା ଭାରତୀ ଏୟାରଟେଲକୁ ପଛରେ ପକାଇ ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ ହୋଇଛି। ନଂ ୧ କମ୍ପାନୀ ହେବାଠାରୁ ଏହା ପାଦେ ଦୂରରେ ରହିଛି। ୩୦.୬ କୋଟି ଗ୍ରାହକ ସହ ଜିଓ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭୋଡ଼ାଫୋନ-ଆଇଡିଆ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ନିକଟରେ ୨୮.୪ କୋଟି ଗ୍ରାହକ ରହିଥିବା ବେଳେ ଭୋଡ଼ାଫୋନ-ଆଇଡିଆ ନିକଟରେ ଡିସେମ୍ବର ୨୦୧୮ ସୁଦ୍ଧା ୩୮.୭ କୋଟି ଗ୍ରାହକ ରହିଛି। ଏୟାରଟେଲ ଗ୍ରାହକ ସଂଖ୍ୟା ସ୍ବୀକାର କରିଛି। ଜଣେ ଟେଲିକମ୍‌ ବିଶେଷଜ୍ଞ କହିଛନ୍ତି ଯେ, ଜିଓ ଖୁବଶୀଘ୍ର ଭୋଡ଼ାଫୋନ-ଆଇଡିଆକୁ ପଛରେ ପକାଇ ଦେବ। ଏଥିପାଇଁ କମ୍ପାନୀକୁ ୩ରୁ ୪ ତ୍ରୈମାସ ସମୟ ଲାଗିବ। ସୂଚନାଥାଉ କି, ଭାରତୀୟ ଟେଲିକମ୍‌ ସେକ୍ଟରରେ ଦୁଇ ଦଶନ୍ଧି ଧରି ଏୟାରଟେଲ ସର୍ବବୃହତ କମ୍ପାନୀ ସ୍ଥାନ ଦଖଲରେ ରଖିଥିଲା। ତେବେ ଭୋଡ଼ାଫୋନ-ଆଇଡିଆ ମିଶ୍ରଣ ପରେ ଏହା ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା। ଏବେ ଜିଓ ଦ୍ୱିତୀୟ ସ୍ଥାନକୁ ଉଠିଆସିଛି। ଅତ୍ୟନ୍ତ ଶସ୍ତା ଟାରିଫ ପ୍ଲାନ ଯୋଗୁ ଜିଓ ଉକ୍ତ ଉପଲବ୍ଧି ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଉପରେ ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୧-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ଏକ୍ସଟରନାଲ ବେଞ୍ଚମାର୍କ ଭିତ୍ତିକ ରେଟ ବା ଋଣ ଉପରେ ସୁଧହାରକୁ ୨୫ ବେସିସ ପଏଣ୍ଟ ହ୍ରାସ...

ଇ-ଯାନରେ ମିଳିବ ୧.୫ ଲକ୍ଷର ଅତିରିକ୍ତ ଟିକସ ଛାଡ଼

ନୂଆଦିଲ୍ଲୀ,୬-୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ପ୍ରଦୂଷଣମୁକ୍ତ ସହର ଗଢ଼ିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ...

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।...

ସେନ୍‌ସେକ୍ସ ବୃଦ୍ଧି: ନିବେଶକ ମାଲାମାଲ୍‌

ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା...

ମୌସୁମୀ ବିଗାଡ଼ିଦେବ ଅର୍ଥନୀତି

ନୂଆଦିଲ୍ଲୀ,୨୦।୬: ଚଳିତବର୍ଷ ଦେଶରେ ମୌସୁମୀ ପ୍ରବାହ ବିଳମ୍ବିତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସପ୍ତାହକ ବିଳମ୍ବରେ ମୌସୁମୀ ଦେଶରେ ପ୍ରବେଶ କରିଛି। ଜୁନ୍‌ରେ ଅଦ୍ୟାବଧି ସାରା ଦେଶରେ ସାମାନ୍ୟରୁ...

ଏୟାରଟେଲ୍‌ ୫ଜି ପ୍ଲସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୧୦:ଦେଶର ପ୍ରମୁଖ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ର ଉନ୍ମୋଚନ କରାଯାଇଛି। ଏପରିକି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଓ ବାରାଣସୀ ଭଳି...

ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍‌ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ...

କେଲ୍‌ଭିନ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍‌ଭିନ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର...

Advertisement
Archives

Model This Week