Posted inଜାତୀୟ

ଜାପାନୀ ଜ୍ୱର ନେଲାଣି ୫୪ ଶିଶୁଙ୍କ ଜୀବନ: ଲିଚି ପିଇବାକୁ ନେଇ ସନ୍ଦେହ

ମୁଜାଫରପୁର, ୧୪।୬: ବିହାରର ମୁଜାଫରପୁର ଜିଲା ଓ ଆଖପାଖରେ ଗତ ୧୫ ଦିନ ମଧ୍ୟରେ ଏନ୍‌ସେଫାଲାଇଟ୍ସ ବା ଜାପାନୀ ଜ୍ୱରରେ ୪୭ ଶିଶୁଙ୍କ ଜୀବନ ଗଲାଣି। ତେବେ ବିହାର ସରକାର ଏହାକୁ ମାନିବାକୁ ନାରାଜ। ଏନ୍‌ସେଫାଲାଇଟ୍ସ ନୁହେଁ ହାଇପୋଗ୍ଲିସେମିଆ ବା ରକ୍ତଶର୍କରା ସ୍ତରରେ ଅସ୍ବାଭାବିକତା କିମ୍ବା ଶରୀରରେ ସୋଡିୟମ ଓ ପଟାସିୟମର ଅଭାବ ଯୋଗୁ ଶିଶୁଙ୍କ ମୃତ୍ୟୁ ହେଉଥିବା ରାଜ୍ୟ ସରକାର କହିଛନ୍ତି। ମୁଜାଫରପୁରର ଶ୍ରୀକ୍ରିଷ୍ଣ ମେଡିକାଲ କଲେଜ ଓ ହସ୍ପିଟାଲରେ ରେ କେବଳ ୪୭ଜଣଙ୍କ ମୃତ୍ୟୁ ହେଲାଣି। କେନ୍ଦ୍ରରୁ ୭ ଜଣିଆ ବିଶେଷଜ୍ଞ ଟିମ୍‌ ପରିସ୍ଥିତି ଅନୁଧ୍ୟାନ ଲାଗି ମୁଜାଫରପୁରରେ ଆସି ପହଞ୍ଚତ୍ ତଦନ୍ତ କରିଛନ୍ତି। ଶିଶୁଙ୍କ ମୃତ୍ୟୁ ପଛରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଲିଚିରେ ମିଶୁଥିବା ବିଷ ପଦାର୍ଥ ଯୋଗୁ ହେଉଛି ବୋଲି ଅନୁମାନ କରାଯାଉଛି। ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଡ୍ରୋମ୍‌ (ଏଇଏସ୍‌) ଅନୁରୂପ ଲକ୍ଷଣ ଯୋଗୁ ୫୪ ଶିଶୁଙ୍କ ମୃତ୍ୟୁ ଘଟିଥିବା ମୁଜାଫରପୁର ଜିଲାପାଳ ଆଲୋକ ରଞ୍ଜନ ଘୋଷ ସ୍ପଷ୍ଟ କରିଛନ୍ତି। ଶ୍ରୀକୃଷ୍ଣ ମେଡିକାଲ କଲେଜ ହସ୍ପିଟାଲରେ ୧୪ ଏବଂ କେଜ୍‌ରିଓ୍ବାଲ ମୈତ୍ରୀ ସଦନରେ ୫ ନୂଆ ରୋଗୀ ପହଞ୍ଚତ୍ଛନ୍ତି, ଯେଉଁମାନେ ଏନ୍‌ସେଫାଲାଇଟ୍ସରେ ପୀଡିତ ବୋଲି ଆଶଙ୍କା କରାଯାଉଛି। ଏପର୍ଯ୍ୟ ମୋଟ ୧୭୯ଜଣ ଏହି ରୋଗରେ ପୀଡିତ ହୋଇଛନ୍ତି ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିଲା ହତ୍ୟା ଧମକ: ସୁରଟରୁ ଗିରଫ ହେଲେ ଅଭିଯୁକ୍ତ

ପାଟନା,୨୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ମିଳିବା ପରେ ବିହାର ପୋଲିସ...

ସକ୍ରିୟ ମାମଲା ଲକ୍ଷେ ମୁହାଁ…

ନୂଆଦିଲ୍ଲୀ, ୨୮।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଭାଜପାକୁ ଝଟକା: ବିହାରରେ ଲାଗୁ ହେବ ନାହିଁ ଏନ୍‌ଆର୍‌ସି

ପାଟନା,୧୩।୧: ଭାଜପାର ବିହାର ସହଯୋଗୀ ଜେଡିୟୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିହାରରେ ଲାଗୁ ହେବାକୁ ମନା କରିଦେଇଛି। ଫଳରେ ଭାଜପାକୁ ଝଟକା ଲାଗିଛି। ସୋମବାର...

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା...

୮ ଜଣଙ୍କୁ ଜାଳିଦେଲେ

କୋଲକାତା,୨୩ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲାସ୍ଥିତ ରାମପୁରହାଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨...

ଜେପିସି ତଦନ୍ତ ଦାବିକଲେ ବିରୋଧୀ

ନୂଆଦିଲ୍ଲୀ/ମୁମ୍ବାଇ,୩ା୨:ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଦାନୀ ସମୂହ ବିରୋଧରେ ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଷ୍ଟକ୍ସ...

ହେଲିକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ଫୋନକୁ ନେଇଗଲେ

କୁନୁର(ତାମିଲନାଡୁ),୧୩ା୧୨: ଗତ ୮ ତାରିଖରେ ଘଟିଥିବା ବାୟୁ ସେନା ହେଲକପ୍ଟର ଦୁର୍ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କ ଫୋନକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାରେ...

ପେଟ୍ରୋଲ ଦର ବଢିବା ପଛର ଏମିତି କାରଣ ରଖିଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: ଦିନକୁ ଦିନ ତେଲ ଦର ବୃଦ୍ଧି ପାଉଛି। ଏହି ପ୍ରସଙ୍ଗକୁ ନେଇ ଆଶ୍ଚର୍ଯ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ରାଜ୍ୟ ତୈଳମନ୍ତ୍ରୀ ରାମେଶ୍ୱର ତେଲି ।...

Advertisement
Archives

Model This Week